ଚାଷୀଙ୍କ ପାଇଁ ଗଭୀର ନଳକୂପ ଯୋଜନା ରେ ଅବ୍ୟବସ୍ଥା, ତାର ଟଣା ଯାଇଛି, ମିଟର ଲଗାଯିବାକୁ ଦାବି
କଣ୍ଟାମାଳ -ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଯୋଗିନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଡିମିରିମୁଣ୍ଡା ଗ୍ରାମର କୁହୁତୁ ଭୋଇ, ତୁଲା ଦେହୁରୀ, ମୁକ୍ତେଶ୍ଵର ପ୍ରଧାନ ଓ ସିଦ୍ଧ ପାତ୍ର ୨୦୨୦ମସିହାରୁ ଗଭୀର ନଳକୂପ ଖନନ କରିଥିଲେ ହେଁ ଆଜିପର୍ଯ୍ୟନ୍ତ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ମିଟର ବସା ଯାଇନାହିଁ l ମିଟର ବସା ଯାଇନଥିବାରୁ ଚାଷୀମାନଙ୍କ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଗ୍ରାମର ଚାଷୀମାନଙ୍କ ଗଭୀର ନଳକୂପରେ ଲାଗିଥିବା ଟ୍ରାନ୍ସଫର୍ମରରେ ତାର ବିଛାଯାଇଥିବା ବେଳେ ମିଟର ଲଗା ଯାଇନାହିଁ l ସରକାର ଚାଷୀଙ୍କ ଉନ୍ନତି ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତିହେଲେ ଉକ୍ତ ଚାରିଜଣ ଚାଷୀ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଅଧିକାରୀ ମାନେ ମିଟର ଲଗାଇବାକୁ ଶୁଣୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।ଏଥିପ୍ରତି ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଇ ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ଚାଷୀ ମାନଙ୍କ ତରଫ ରୁ ଦାବୀ ହେଉଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment