କଳାପଥର କପ କ୍ରିକେଟ ଟୁର୍ନାମେଣ୍ଟ:
ଭାଲିଆବାଡ଼ିକୁ ହରାଇ ଢେଙ୍କାନାଳ ଫାଇନାଲରେ
ବାଙ୍କୀ, 10/12(ମାନସ ରଞ୍ଜନ ସାହୁ): ଜୀବନ ଜ୍ୟୋତି କ୍ରିକେଟ କ୍ଳବ କଳାପଥର ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଦ୍ଵିତୀୟ ସତ୍ୟଭାମା -ଚୌଧୁରୀ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ଭାଲିଆବାଡ଼ିକୁ 11ରନ ହରାଇ ଢେଙ୍କାନାଳ ଫାଇନାଲରେ ପ୍ରବେଶ କରିଛି. ପ୍ରଥମେ ବ୍ୟାଟିଂ କରି ଢେଙ୍କାନାଳ ନିର୍ଦ୍ଧାରିତ 25ଓଭରରେ 7 ଓ୍ଵିକେଟ ହରାଇ 255 ରନ ସଂଗ୍ରହ କରିଥିଲା. ଦଳ ପକ୍ଷରୁ ଚନ୍ଦନ ମହାପାତ୍ର ସର୍ବାଧିକ 135 ରନ (54 ବଲ୍) ସଂଗ୍ରହ କରିଥିଲେ. ଭାଲିଆବାଡ଼ି ଦଳର ଅମିତ ବଡ଼ଜେନା ସର୍ବାଧିକ 3ଟି ସଫଳତା ପାଇଥିଲେ. ଏହାର ଜବାବରେ ଭାଲିଆବାଡ଼ି ଦଳ ନିର୍ଦ୍ଧାରିତ 25 ଓଭରରେ 9ଓ୍ଵିକେଟ ହରାଇ 244ରନ ସଂଗ୍ରହ କରି 11 ରନରେ ପରାଜୟ ବରଣ କରିଥିଲା. ଦଳ ପକ୍ଷରୁ ସରୋଜ ପଟ୍ଟନାୟକ ସର୍ବାଧିକ 62ରନ (33ବଲ୍) କରିଥିଲେ..ଢେଙ୍କାନାଳ ପକ୍ଷରୁ ମୁସ୍ତାକ ବେଗ ସର୍ବାଧିକ 4ଟି ସଫଳତା ହାସଲ କରିଥିଲେ..
ଚନ୍ଦନ ମହାପାତ୍ର ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ. ଆଜିର ମ୍ୟାଚ କୁ ଗୋରଚାନ୍ଦ ମିଶ୍ର ଏବଂ ପ୍ରମୋଦ ମହାପାତ୍ର ପରିଚାଳନା କରିଥିଲା ବେଳେ ସନ୍ତୋଷ କୁମାର ସାମଲ ଓ ପୂର୍ଣଚନ୍ଦ୍ର ମୁଦୁଲି ଘୋଷକ ଏବଂ ପାର୍ଥବୀର ରାୟଗୁରୁ ସ୍କୋରର୍ ଥିଲେ . କଳାପଥର ଧଳାପଥର ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁନନ୍ଦ କୁମାର ଛାଟୋଇ ଅତିଥି ଭାବେ ଯୋଗଦେଇ ସ୍ଵର୍ଗତା ସତ୍ୟଭାମା ସାହୁଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ମ୍ୟାଚର ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ..ଆସନ୍ତା ଶୁକ୍ରବାର (12/12/2025)ଦିନ ହେବାକୁ ଥିବା ଫାଇନାଲ ମ୍ୟାଚରେ ମଞ୍ଚେଶ୍ୱର ଏବଂ ଢେଙ୍କାନାଳ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କ୍ଳବର ସଭାପତି ନରେଶ କୁମାର ସାହୁ ସୂଚନା ଦେଇଛନ୍ତି ।
ମଣିଭଦ୍ରା ଖବର, ବାଙ୍କୀ


Post a Comment