BREAKING
Loading...
:

ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ୧୦୮ତମ ବାର୍ଷିକ ସାଧାରଣ ସଭା

 ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ୧୦୮ତମ ବାର୍ଷିକ  ସାଧାରଣ ସଭା




ବାଙ୍କୀ,୧୦ା୧୨(ମାନସ ରଞ୍ଜନ ସାହୁ) ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ୧୦୮ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷିରେ ବାଙ୍କୀ ମହିଳା ଶାଖା ବ୍ୟାଙ୍କ ଅଧିକାରୀ ଶ୍ରୀଲଂଗ୍ନା ଶ୍ରୀସମ୍ବିତା ସର୍ବପ୍ରଥମେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମସ୍ତ ଅତିଥିଙ୍କ ଦ୍ୱାରା ବ୍ୟାଙ୍କର ପ୍ରତିଷ୍ଠାତା ରାୟବାହଦୁର ବିଦ୍ୟାଧର ପଣ୍ଡା, ପୂର୍ବତନ ମନ୍ତ୍ରୀ ଡାକ୍ତର ଯୋଗେଶ ଚନ୍ଦ୍ର ରାଉତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବ୍ୟାଙ୍କର ସଭାପତି ସୁବାସ ପାଢୀଙ୍କ ଅଭିଭାଷଣରେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଚଳିତ ବର୍ଷ ଦୀର୍ଘ ୨୨ବର୍ଷ ପରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସୂଚନା ଦେଇଥିଲେ ତତ୍ ସହିତ ବାର୍ଷିକ ସାଧାରଣ ସଭାକୁ ବ୍ୟାଙ୍କ ସଭାପତି ସୁବାସ ପାଢୀଙ୍କ ସଭାପତିତ୍ୱରେ ବ୍ୟାଙ୍କର ମୁଖ୍ୟକାର୍ଯ୍ୟନିର୍ବାହୀ ଅଧିକାରୀ କରୁଣାକର ସାହୁ ବାର୍ଷିକ ବିବରଣୀ ପାଠ କରିବା ସହ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ବର୍ତ୍ତମାନ ଚାଷୀମାନଙ୍କ ଉନ୍ନତି ପାଇଁ ସମିତି ମାଧ୍ୟମରେ ଫସଲ ଋଣ, କିଷାନ୍ କ୍ରେଡିଟ୍ କାର୍ଡ, ସ୍ୱୟଂସହାୟକ ଗୋଷ୍ଠୀ ଋଣ ଆଦି ବିଭିନ୍ନ ପ୍ରକାରର ସ୍ୱଳ୍ପକାଳୀନ କୃଷି ଋଣ ଓ ଅଣକୃଷି ଋଣକୁ ଲଗାଣ କରିବାର ବ୍ୟବସ୍ଥା କରାଯାଇଛି । ତତ୍‌ସହିତ ଚଳିତ ବର୍ଷ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ୨୦୨୪-୨୫ ବର୍ଷରେ ୧କୋଟି ୪ଲକ୍ଷ ୯୦ହଜାର ୬୬୪ଟଙ୍କା ଲାଭ କରିଥିବା ଶ୍ରୀ ସାହୁ ସୂଚନା ଦେଇଥିଲେ ।  ଏହି ବାର୍ଷିକ ସାଧାରଣ ସଭାରେ ବ୍ୟାଙ୍କର ଅନ୍ୟତମ ଅଧିକାରୀ ଅମିତ୍ ମହାପାତ୍ର  ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ପୂର୍ବ ସଭାର ବିବରଣୀ ପାଠ କରିଥିଲେ ।  ଏଥିରେ ଅତିଥି ଭାବେ ଜିଲ୍ଲା ଉପନିବନ୍ଧକ ସମବାୟ ସମିତି ସମୂହ କଟକ, ସୁପ୍ରିୟା ସ୍ୱାଇଁ, ବାଙ୍କୀ ସହକାରୀ ନିବନ୍ଧକ, ସୁରେନ୍ଦ୍ର ଜେନା, ଆଠଗଡ଼ ସହକାରୀ ନିବନ୍ଧକ ଯଦୁମଣି ନାୟକ, ଆଶିଷ୍ଟାଣ୍ଡ୍ ଅଡିଟର ଜେନେରାଲ୍ ସନ୍ତୋଷ କୁମାର ଜାଲି,ବ୍ୟାଙ୍କର ପରିଚାଳନା ସଦସ୍ୟଙ୍କ ମଧ୍ୟରେ ଉପସଭାନେତ୍ରୀ ସୁଷମା ମହାରଣା, ନିର୍ଦ୍ଦେଶକ ଆଶିଷ କୁମାର ସାହୁ, ଜ୍ଞାନରଞ୍ଜନ ପରିଡା, ରଜନୀକାନ୍ତ ବଳବନ୍ତରାୟ, ମନୋଜ କୁମାର ବିଶ୍ୱାଳ, ନିରଞ୍ଜନ ସାହୁ, ରବିନାରାୟଣ ସ୍ୱାଇଁ, ତ୍ରିନାଥ ପ୍ରଧାନ, ବାସନ୍ତୀ ଦେଈ, ଅର୍ଚ୍ଚନା ପଣ୍ଡିତ ପ୍ରମୁଖ ଉପସ୍ଥିତ ଥିଲେ । ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ବିଭିନ୍ନ ସେବା ସମିତିର ସଭାପତି ଓ ସଦସ୍ୟମାନେ ଏଥିରେ ଅଂଶ ଗ୍ରହଣ କରି ନିଜ ନିଜର ମତାମତ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଙ୍କୀ କ୍ରେଡିଟ୍ କୋପରେଟିଭ୍ ସଭାପତି ସମରେନ୍ଦ୍ର ମହାପାତ୍ର, ବାଙ୍କୀ ଉପଖଣ୍ଡ ଗୃହ ନିର୍ମାଣ ସମିତିର ସଭାପତି ସନ୍ତୋଷ କୁମାର ରଣା, ଶିମିଳିପୁର ସେବାସମିତିର ସଭାପତି ବିଭୂପ୍ରସାଦ ସାମଲ, ତାଳବସ୍ତ ସେବାସମିତିର ସଭାପତି ଅକ୍ଷୟ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ । ବ୍ୟାଙ୍କର ଏଜିଏମ୍ ଅକ୍ଷୟ କୁମାର ସାମଲ,ଶାଖା ମୁଖ୍ୟ ପରିଚାଳକ ଅରୁଦୀପା ସ୍ୱାଇଁ, ବ୍ୟାଙ୍କ ଅଧିକାରୀ ଚିତ୍ତରଞ୍ଜନ ସାମନ୍ତରାୟ, ବ୍ୟାଙ୍କ ଋଣ ଅଧିକାରୀ ବ୍ରଜକିଶୋର ମୁଦୁଲିଙ୍କ ସମେତ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ଚର୍ଚ୍ଚିକା, ଡମପଡ଼ା, କଳାପଥର, ବଡମ୍ବା, ତିଗିରିଆ, ସରଣ୍ଡା, ନୂଆପାଟଣା, ଚମ୍ପେଶ୍ୱର, ମାଣିଆବନ୍ଧ, ନରସିଂହପୁର, ବାଙ୍କୀ ମହିଳା ଆଦି ଶାଖାର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଏଥିରେ ଉପସ୍ଥିତ ରହି  ସହଯୋଗ କରିଥିଲେ ।      

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS