ଆଦିବାସୀ ଙ୍କ ବିଲୁପ୍ତ ହୋଇପଡୁଥିବା କଳା ସଂକୃତିର ପୁନଃ ରୁଦ୍ଧାର ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରଗତି ର ପ୍ରୟାସ l
କୋରାପୁଟ ର ଦକ୍ଷତା ବୃଦ୍ଧି ତାଲିମକେନ୍ଦ୍ର ଏକତା ଅନୁଷ୍ଠାନ ପକ୍ଷରୁ ଆଦିବାସୀ ଙ୍କ ହଜିଯାଉଥିବା ସଂସ୍କୃତି ଓ ପରମ୍ପରା ସମ୍ପର୍କିତ ରାଜ୍ୟ ସ୍ତରୀୟ ଅଧ୍ୟୟନର ଆଲୋଚନା କର୍ମଶାଳା (state level program of sharing on study findings) କରାଯାଇଥିଲା
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଶ୍ରୀଯୁକ୍ତ ପବିତ୍ର ସାଉଁତା ଯୋଗ ଦେଇଥିବାବେଳେ ସମ୍ମାନୀୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ମେଲେକା, ଯୋଜନା ବୋର୍ଡ ଉପ ନିର୍ଦ୍ଧେକ ଶ୍ରୀ ସୂର୍ଯ୍ୟ କାନ୍ତ ବେହେରା, ନିର୍ଦ୍ଧେଶକ କୋଟ୍ସ ଶ୍ରୀ ପି. ସି. ମହାପାତ୍ର, ପରାମର୍ଶଦାତା Dr. ଅଜିତ ପଣ୍ଡା, ଶିକ୍ଷା ବିଭାଗୀୟ କର୍ମଚାରୀ ଶ୍ରୀ ରାମ କୃଷ୍ଣ ପଟ୍ଟନାୟକ, ଅନୁଷ୍ଠାନର ସଭାପତି ଶ୍ରୀ ଦୁର୍ଗା ପ୍ରସାଦ ମହାନ୍ତି, ସମ୍ପାଦକ Dr. ଜଗନ୍ନାଥ ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରଭାତ କୁମାର ପାଇକରାୟ ସମେତ ଓଡିଶା ର ବିଭିନ୍ନ ଜିଲ୍ଲାରୁ ସ୍ବେଛାସେବୀ ଅନୁଷ୍ଠାନ ଶୁଭ ଚିନ୍ତକ ଗଣ ଓ ଲୋକ ପତିନିଧି ଉପସ୍ଥିତ ରହି କର୍ମଶାଳା କୁ ସଫଳ କରିଥିଲେ l
ଏକତା ପ୍ରକଳ୍ପ ମାଧ୍ୟମରେ ଏକ, study କରଯାଇଥିଲା ଯେ ବର୍ତ୍ତମାନର ଜେନେରେସନ ଆଦିବାସୀ ପରମ୍ପରା ଓ ସଂସ୍କୃତି ଯଥା ପର୍ବ ପର୍ବାଣି, ଗୀତ ନାଚ, ଖାଦ୍ୟ ପେୟ, ପରମ୍ପରିକ ଚାଷ ଓ ସ୍ଥାନୀୟ ସାଶନ ବ୍ୟବସ୍ଥା ସବୁ ଭୁଲି ଯାଇ ଆଧୁନିକ ସଭ୍ୟତାକୁ ଆପଣେଇ ନିଜର ଓ ସମାଜର କ୍ଷତି କରୁଛି, ଏଣୁ ସେମାନଙ୍କୁ ଗ୍ରାମର ବୃଦ୍ଧ ଓ ଦକ୍ଷ ବ୍ୟକ୍ତି ଙ୍କ ଦ୍ୱାରା ଆଦିବାସୀ ସଂସ୍କୃତି ଓ ପରମ୍ପରା ଶିକ୍ଷା ଦେଇ ସେମାନଙ୍କ ସଂସ୍କୁତିକୁ ବଞ୍ଚାଇ ରଖିବା ଏହାର ମୂଳ ଉଦ୍ଦେଶ୍ୟ ଥିଲା,!
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment