BREAKING
Loading...
:

ବାଲିଯାତ୍ରା, କେମିତି ରହିବ ଟ୍ରାଫିକ୍ କଟକଣା

 ବାଲିଯାତ୍ରା, କେମିତି ରହିବ ଟ୍ରାଫିକ୍ କଟକଣା


କଟକ : କଟକରେ ଆରମ୍ଭ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା। ଚଳିତବର୍ଷ ଲକ୍ଷାଧିକ ଲୋକଙ୍କ ଭିଡ ହେବାର ସମ୍ଭାବନା ରହିଛି। ତେଣୁ ଦର୍ଶକଙ୍କ ଭିଡକୁ ଦୃଷ୍ଟିରେ ରଖି ଯାନବାହନ ଗୁଡିକର ସୁନିୟନ୍ତ୍ରିତ ଚଳାଚଳ ଏବଂ ପଦଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କଟକ ସହର ମଧ୍ୟରେ ଓ ଆଖପାଖ ଅଞ୍ଚଳରେ ଭାରୀ ଏବଂ ବାଣିଜ୍ୟିକ ଯାନବାହନ ଚଳାଚଳ ପ୍ରତିବନ୍ଧିତ ରହିବ। କିନ୍ତୁ ଆମ୍ବୁୁଲାନ୍ସ , ଅଗ୍ନିଶମବାହିନୀ, ପୁଲିସ ଏବଂ ଉପଯୋଗୀ ସେବାରେ ନିୟୋଜିତ ଯାନ ଗୁଡିକ ନିମନ୍ତେ ଲାଗୁ ହେବନାହିଁ। ପ୍ରମୁଖ ଛକ ଗୁଡିକରେ ନିୟୋଜିତ ଟ୍ରାଫିକ୍ କର୍ମଚାରୀମାନେ ଏହାର ଗତିବିଧି ସୁନିଶ୍ଚିତ କରିବେ।

ଭୁବନେଶ୍ଵରରୁ ନନ୍ଦନକାନନ, ବାରଙ୍ଗ, ତ୍ରିଶୁଳିଆ ଦେଇ ଆସୁଥିବା ହାଲୁକା ଯାନଗୁଡିକ ନେତାଜୀ ସେତୁ ଦେଇ ବେଲଭ୍ୟୁ ଛକ ଠାରୁ ବାମ ମୋଡ ନେଇ ସିଡିଏ ୧୧ ଦେଇ ବିଜୁ ପଟ୍ଟନାୟକ ପାର୍କରେ ପହଞ୍ଚିବେ। ଭୁଆସୁଣି ଗ୍ରାଉଣ୍ଡ କିମ୍ବା କୃଷକ ବଜାର ଗ୍ରାଉଣ୍ଡରେ ସେମାନଙ୍କର ଯାନ ପାର୍କ କରିବେ। ଏବଂ ସଟଲ୍ ବସ୍ ସେବା ମାଧ୍ୟମରେ ବାଲିଯାତ୍ରା ଗ୍ରାଉଣ୍ଡରେ ପହଞ୍ଚି ପାରିବେ।

ଆଠଗଡ ଏବଂ ବାଙ୍କୀ ପାର୍ଶ୍ବରୁ ନରାଜ ସେତୁ ଏବଂ ମଧୁସୂଦନ ସେତୁ ଦେଇ ଆସୁଥିବା ହାଲୁକା ଯାନ ଗୁଡିକ ଭୁଆସୁଣି ଗ୍ରାଉଣ୍ଡ, ଗୋରାକବର ଗ୍ରାଉଣ୍ଡ କିମ୍ବା ଖ୍ରୀଷ୍ଟିଆନ୍ ଗ୍ରାଉଣ୍ଡରେ ସେମାନଙ୍କର ଯାନ ପାର୍କ କରିପାରିବେ। ଏହି ନିୟମ ଗୁଡିକ ଜନସାଧାରଣଙ୍କ ସୁରକ୍ଷିତ ଓ ସୁଗମନାଗମନ ନିମନ୍ତେ ଲାଗୁ କରାଗଲା। ଏହି ନିୟମ ଖିଲାପ କଲେ ଖିଲାପକାରୀଙ୍କୁ ଓଡିଶା ସହରାଞ୍ଚଳ ପୁଲିସ୍‌ ଆଇନ ୨୦୦୩ ଧାରା ୯୬ ଅନୁସାରେ ଜରିମାନା ଦେବାକୁ ପଡିବ। ଟ୍ରାଫିକ ସମସ୍ୟା ଏଡାଇବା ନିମନ୍ତେ କମିଶନରେଟ୍ ପୁଲିସ୍‌ , ଭୁବନେଶ୍ଵର ଏବଂ କଟକ ସର୍ବସାଧାରଣ ପରିବହନ ସେବା ବ୍ୟବହାର କରିବା ପାଇଁ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS