ଖଣ୍ଡପଡ଼ା ବ୍ଲକରେ ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ
ଖଣ୍ଡପଡ଼ା ୧୮|୧୧(ମଣିଭଦ୍ରା ଖବର) ଖଣ୍ଡପଡ଼ା ବ୍ଲକ କାର୍ଯ୍ଯାଳୟ ପରିସରରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।ଖଣ୍ଡପଡ଼ା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡା ବିଶ୍ବରଞ୍ଜନ ରାଉତ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ।ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖଣ୍ଡପଡ଼ା ବ୍ଲକ ସାସଂଦ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆର ସିଂ, ନୟାଗଡ ଜିଲ୍ଲା ମୁଖ୍ଯ ପ୍ରାଣୀ ଚିକିତ୍ସାଧିକାରୀ ବସନ୍ତ କୁମାର ବେହେରା,ଜିଲ୍ଲା ମତ୍ସ୍ଯ ଅଧିକାରୀ ପ୍ରକାଶ କୁମାର ତ୍ରିପାଠୀ,ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷ,ଖଣ୍ଡପଡ଼ା ବ୍ଲକ ଅଧ୍ୟକ୍ଷା ଉପମା ବେହେରା, ନୟାଗଡ କୃଷି ବିଜ୍ଞାନ କେନ୍ଦ୍ର ଅଧିକାରୀ ଅନିଲ କୁମାର ସ୍ବାଇଁ ପ୍ରମୁଖ ଯୋଗଦେଇ ଆୟୋଜିତ କାର୍ଯ୍ଯକ୍ରମର ମୁଖ୍ଯ ଲକ୍ଷ୍ଯ ସଂର୍ପକରେ ଆଲୋକପାତ କରିଥିଲେ।ଡା ରାଜଶ୍ରୀ ବିଶୋଇ କାର୍ଯ୍ଯକ୍ରମରେ ସଂଯୋଜନା କରିଥିଲେ।ରାଜ୍ଯ ସରକାରଙ୍କ ପକ୍ଷରୁ କାର୍ଯ୍ଯକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ ସଂର୍ପକରେ ବିଭାଗୀୟ ପ୍ରଶାସନିକ ଅଧିକାରୀମାନେ ସବିଶେଷ ସୂଚନା ପ୍ରଦାନ କରିବା ସହ ସମସ୍ତ ଲୋକହିତକର ଯୋଜନା ଗୁଡିକର ସଫଳ ରୁପାୟନ ନେଇ ଅଞ୍ଚଳବାସୀ ଓ ପଞ୍ଚାୟତ ଜନପ୍ରତିନିଧିମାନଙ୍କ ସହଯୋଗ କାମନା କରିଥିଲେ।ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନା ଗୁଡିକ କିପରି ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରିବାର ମହତ ଲକ୍ଷ୍ଯ ନେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ସଂର୍ପକରେ ଅତିଥିମାନେ ମତ ଦେଇଥିଲେ।ପାଲା କଳାକାରମାନଙ୍କ ଦ୍ବାରା ସଚେତନ ଧର୍ମୀ ନାଟକ ଜୀବନ ଓ ଜୀବିକା ମଞ୍ଚସ୍ଥ ହୋଇଥିଲା।ଖଣ୍ଡପଡ଼ା ବ୍ଲକର ଶ୍ରେଷ୍ଠ ପ୍ରାଣୀ ସମ୍ପଦ କୃଷକ ଭାବେ ଯମୁନା ବେହେରା, ତୁଳସୀ ବାଲିଆ,ନିର୍ମଳା ନାୟକଙ୍କ ସହ ରୟତ ଢୋଲମରା ଗ୍ରାମର ମା ତାରିଣୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ପୁରସ୍କାର ବାବଦରେ ଅର୍ଥ ରାଶି ପ୍ରଦାନ କରାଯାଇଥିଲା।ସେହିପରି ମତ୍ସ୍ଯ ବିଭାଗ ପକ୍ଷରୁ ମତ୍ସ୍ଯ ଚାଷ ନିମନ୍ତେ ସୋନାଲି ମଲ୍ଲ,ହର୍ଷ ରାଉତ,ପ୍ରମିଳା ଜେନାଙ୍କ ସମେତ ନଟବରପୁରଶାସନ ଗ୍ରାମର ମା ଭଗବତୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଏ ଅବସରରେ ଅର୍ଥ ରାଶି ପ୍ରଦାନ କରାଯାଇଥିଲା।ସେହିପରି ମତ୍ସ୍ଯ ଚାଷ ନିମନ୍ତେ କଣ୍ଟିଲୋ ଅଞ୍ଚଳର ଅନନ୍ଯା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମଧ୍ଯ ପୁରସ୍କାର ବାବଦରେ ଅର୍ଥରାଶି ପ୍ରଦାନ କରାଯାଇଥିଲା।ଶେଷରେ ବ୍ଲକ ସହକାରୀ ମତ୍ସ୍ଯ ଅଧିକାରୀ ଦେବାଶିଷ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।ବିଭାଗୀୟ କର୍ମଚାରୀ ଓ ବ୍ଲକ କର୍ମଚାରୀମାନେ କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏ ଅବସରରେ ୧୨ ଟି ଷ୍ଟଲ ପ୍ରଦର୍ଶିତ ହୋଇଥିଲା।ଖଣ୍ଡପଡ଼ା ବ୍ଲକ ଅଧିନ ୨୨ ଟି ପଞ୍ଚାୟତରୁ ମହିଳାଙ୍କ ସମେତ ୫୦୦ ରୁ ଉର୍ଦ୍ଧ୍ବ ଜନସାଧାରଣ କାର୍ଯ୍ଯକ୍ରମରେ ଯୋଗଦେଇ ଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା


Post a Comment