ଦାଦନ ଶ୍ରମିକ ହାଇଦ୍ରାବାଦ କୁ ଚାଲାଣ ମାମଲା ରେ ପୋଲିସ ରାଜନେତା ଙ୍କ ସମ୍ପୃକ୍ତି ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ।
ବଲାଙ୍ଗୀର/ଟିଟିଲାଗଡ,ଟିଟିଲାଗଡ ରେଳ ଷ୍ଟେସନ ଦେଇ କୁନି,କୁନି ଶିଶୁ ଙ୍କ ସମେତ ଦାଦନ ଶ୍ରମିକ ହାଇଦ୍ରାବାଦ କୁ ବେଆଇନ ଚାଲାଣ କରା ଯାଉଥିବା ବେଳେ ଟିଟିଲାଗଡ ପୋଲିସ ଉଦ୍ଧାର କରିଛି । ଟିଟିଲାଗଡ ରେଳ ଷ୍ଟେସନ ଦେଇ ନିୟମିତ ପ୍ରଶାସନିକ ଅଧିକାରୀ,ନେତା,ଦାଦନ ସର୍ଦ୍ଦାର ସମସ୍ତେ ମିଳିତ ଭାବେ ବେଆଇନ ଭାବେ ଏହି ଚାଲାଣ ବୃଦ୍ଧି ପାଉଥିବା ଦୃଷ୍ଟି ଗୋଚର ହେଉଛି । ବିଭିନ୍ନ ଜଙ୍ଗଲ ରେ ବସ,ଟ୍ରକ,ଟ୍ରେନ ଆଦିରେ ଦୟନୀୟ ଅବସ୍ଥାରେ ଚାଲାଣ କରିବା ଡବଲ ଇଞ୍ଜିନ ସରକାର ଙ୍କ ଠାରୁ ଆଶା କରି ଥିବା ଏହି ଦାଦନ ପ୍ରବଣ କେବିକେ ପଛୁଆ ଅଞ୍ଚଳ ର ସମାଧାନ ପ୍ରହସନ ପାଲଟିଛି । ଦିନ ପ୍ରାୟ ଦୁଇଟା ସମୟ ରେ ଟିଟିଲାଗଡ ରେଳ ଷ୍ଟେସନ ରୁ ତାଙ୍କୁ ଟିଟିଲାଗଡ ଥାନା ଆଣି ଭୋକ, ଉପାସରେ ବସେଇ ଦିଆ ଯାଇଥିଲା । ଏପରିକି କୁନି,କୁନି ଶିଶୁ ଙ୍କୁ ଖାଇବା ପିଇବା ପାଣି ଟୋପାଏ ଦିଆ ନ ଯାଇ ରଖା ଯାଇଥିଲା । ସନ୍ଧ୍ୟା ପ୍ରାୟ ୯ ଟା ପର୍ଯ୍ୟନ୍ତ ଥିବା ଜଣେ ପୋଲିସ ଅଧିକାରୀ ଓ ଜଣେ ମହିଳା କନେଷ୍ଟଳଙ୍କୁ ତାଙ୍କ ଦାୟିତ୍ୱ ଦେଇ ଦିଆ ଯାଇଥିଲା। ଏପରିକି ଅନେକ ସଂଖ୍ୟା ରେ ଚାଲାଣ ବିଭିନ୍ନ ମାଧ୍ୟମ ରେ କରାଯିବା କଣ୍ଟାବାଞ୍ଜି, ପାଟଣାଗଡ଼ ଅଞ୍ଚଳ ର ବିଭିନ୍ନ ଜଙ୍ଗଲ ଓ ବଡ଼ମାଳ ଗୁଲ୍ମି ଜଙ୍ଗଲ ରେ ତାଙ୍କୁ ଅନେକ ପରିବାର ଦଲାଲ ,ସର୍ଦ୍ଦାର ରଖି ଚାଲାଣ କରୁଥିଲେ । ବସ ଓ ଅନ୍ୟ ଜାନ ବାହାନ ଯୋଗେ ଅନ୍ୟତ୍ର ସ୍ଥାନାନ୍ତର କରିବା ନିୟମିତ ଚାଲିଥିବା ବେଳେ ପ୍ରାୟ ତିରିଶ ଜଣ ଙ୍କୁ ରେଳ ଷ୍ଟେସନ ରୁ ଟିଟିଲାଗଡ ଥାନା କୁ ଅଣା ଯାଇଥିଲା। ଅନେକ କୁନି,କୁନି ଶିଶୁ ସହ ପଡୋଶୀ ରାୟପୁର ଅଞ୍ଚଳ ର ଶ୍ରମିକ ମଧ୍ୟ ଥିଲେ । କଣ୍ଟାବାଞ୍ଜି ର ସେଖ ଆଗୋସ ନାମକ ବିନା ଲାଇସେନ୍ସ ଧାରି ସର୍ଦ୍ଦାର ଏହି ବେଆଇନ କାରବାର ରେ ସଂଶ୍ଳିଷ୍ଟ ଥିବା ଜଣା ପଡିଛି। ଶ୍ରମ ଆଇନ ର ଖିଲାପ କରି କେବଳ ନାମକୁ ମାତ୍ର ଏକ ଫଟୋ ପୋଲିସ ଉଠେଇବା କହି ଫେରାର କରେଇ ଦେଇଥିଲେ । ଫଟୋ ସୁଟିଂ ମନା କରି ଟିଟିଲାଗଡ ବିଧାୟକ ନବୀନ ଜୈନ କୁ ସାର,ସାର କହି ଉକ୍ତ ଦ୍ବୟ ପୋଲିସ ଫେରାର କରେଇ ଦେଇଛନ୍ତି । ଏ ନେଇ ତାଙ୍କୁ ଆହାର କେନ୍ଦ୍ର ଯାଇ ଆଗ ଖାଇବେ କହି କେଉଁ ଆଡେ ଲୁଚେଇ ଫେରାର କରିଦିଆ ଯାଇଥିଲା । ଏଥିରେ ମୋଟା ଅଙ୍କ ର ଅର୍ଥ କାରବାର କରି ଗଣ ମାଧ୍ୟମ କୁ କିଛି ସୂଚନା ନ ଦେବା ରୁ ସ୍ପଷ୍ଟ ଅନୁମେୟ ଯେ କିଭଳି ପ୍ରଶାସନିକ କାର୍ଯ୍ୟ ଚାଲିଛି ।
ଏ ନେଇ ତାଙ୍କୁ କେଉଁଠି ଲୁଚେଇ ରଖା ଯାଇଛି ପୋଲିସ ପ୍ରକାଶ କରୁନି । ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ଏ ଦିଗରେ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜନସେବା ସି ବି ଓ ତରଫ ରୁ ଦୃଢ଼ ଦାବୀ ହୋଇଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق