ଗଡ଼ଜାତ ମାଟି ନୀଳଗିରି ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଉଛସ୍ଵିତ ସମ୍ବର୍ଦ୍ଧନା
ନୀଳଗିରି,ସରଦାର ବଲ୍ଲଭଭାଇ ପଟେଲଙ୍କ 150ତମ ଜୟନ୍ତୀ ପାଳନ ଏକତା ପଦଯାତ୍ରା ଅବସରରେ ପୂର୍ବାହ୍ନ 9ଘଟିକାସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୃତୀୟ ଶ୍ରୀକ୍ଷେତ୍ର ଗଡ଼ଜାତ ମାଟି ନୀଳଗିରି କଲେଜରେ ନିର୍ମିତ ହେଲିପେଡ ରେ ଉଲ୍ଲାଇବା ପରେ ସଂସ୍କୃତି ଓ ଉଚଶିକ୍ଷାମନ୍ତ୍ରି ସୂର୍ଯ୍ୟ ବଂଶୀ ସୁରଜଙ୍କସହ , ବାଲେଶ୍ଵର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ରେମୁଣା ବିଧାୟକ ଗୋବିନ୍ଦ ଦାସ, ବଡ଼ସାହି ବିଧାୟକ ସନାତନବିଯୁଳି, ବାଲେଶ୍ଵର ଜିଲ୍ଲାପାଳ ମୟୋର୍ ବିକାଶ ଏବଂ ବହୁ ଉଚପଦାଧିକାରୀ ଙ୍କ ସମେତ ବିଜେପି ର ନେତୃମଣ୍ଡଳୀ ଙ୍କ ସହ ଜଗନ୍ନାଥ ମନ୍ଦିର କୁଯାଇ ଦିଅଁ ଦର୍ଶନ କରି ଅତ୍ୟନ୍ତ ତୃପ୍ତି ଲାଭ କରିଥିଲେ। ରାସ୍ତାରେ ହଜାର ହଜାର ସଂଖ୍ୟାରେ ଦଳମତନିର୍ବିଶେଶରେ ଲୋକ ମାନେ, ଛାତ୍ର ଛାତ୍ରୀ ମାନେ ଠିଆ ହୋଇ ନିଜର ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିଥଲେ। ପରେ ପରେ ଏକବିଶାଳ ପଟୁଆରରେ ଥାନା ସମ୍ମୁଖ ପୋଲିସ୍ ପଡଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ବିଶାଳ ସଭା ମଞ୍ଚରେ ଜିଲ୍ଲାପାଳ ଙ୍କ ସଭାପତିତ୍ବରେ ଆୟୋଜିତ ସାଧାରଣ ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ଗରିମାମୟ ନୀଳଗିରି ମାଟିର ଗୁଣଗାନ କରି ଭାବବିହ୍ୱଳ ହୋଇପଡ଼ିଥିଲେ।ସଭାକକ୍ଷରେ ଏତେ ସଂଖ୍ୟାରେ ଜନସମାଗମ ଆଗରୁ କେବେ ଦେଖା ଯାଇନାହିଁ। ବିଶାଳ ଜନ ସମାବେଶ କୁ ଆୟତ କରିବା ପାଇଁ ପୋଲିସ ନାକେଦମ ହୋଇପଡ଼ିଥିଲେ। ବହୁ ଲୋକଙ୍କୁ ବାଧ୍ୟହୋଇ ଗେଟ ଭିତରକୁ ସଭା କକ୍ଷକୁ ଯିବାପାଇଁ ବାରଣ କରିବାକୁ ପୋଲିସ ଅଧିକାରୀ ମାନେ ବାଧ୍ୟ ହୋଇ ଥିଲେ। ସମସ୍ତ ଅତିଥି ମାନଙ୍କ ବକ୍ତବ୍ୟ ପରେ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟ ବାଦ ଦେଇଥିଲେ ଏତେ ସଂଖ୍ୟାରେ ଜନସମାଗମ ହେବ ବୋଲି କାହାରି ମନରେ ଧାରଣା ନଥିଲା। ନିଳଗିରିରେ ସାଂସଦ ଏବଂ ବିଧାୟକ ଉଭୟ ଙ୍କ ଉଦ୍ୟମରେ ଜନ ସମାଗମ ର ଆୟୋଜନ କରାଯାଇଥିଲା। ପରେ ପଦଯାତ୍ରା ମିତ୍ରପୁର ପର୍ଯ୍ୟନ୍ତ ଧୋବଶିଳା ଦେଇ ଯାଇଥିଲା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق