BREAKING
Loading...
:

ପଠାଣି ସାମନ୍ତ ମହାବିଦ୍ୟାଳୟ ରେ ଜାତୀୟ ଶିକ୍ଷାନୀତି ୨୦୨୦ ସମ୍ପର୍କୀତ ଏକଦିବସୀୟ ସମ୍ମିଳନୀ

 ପଠାଣି ସାମନ୍ତ ମହାବିଦ୍ୟାଳୟ ରେ ଜାତୀୟ ଶିକ୍ଷାନୀତି ୨୦୨୦ ସମ୍ପର୍କୀତ ଏକଦିବସୀୟ ସମ୍ମିଳନୀ 

 


ଭାପୁର ,୨୨/୧୧ (ବିଭୂତି ମହାପାତ୍ର) ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ବାଇଗୁଣିଆ ସ୍ଥ ପଠାଣି ସାମନ୍ତ ମହାବିଦ୍ୟାଳୟ ସଭାଗୃହ ଠାରେ ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରିତ ଏକଦିବସୀୟ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି ଏହି ଅବସରରେ ଜାତୀୟ ଶିକ୍ଷାନୀତି ୨୦୨୦ ର ଦୃଷ୍ଟି କୋଣରୁ ସାକାର କରିବାପାଇଁ ଏକକ ସର୍ବାଙ୍ଗୀନ ବହୁ ବିଷୟ ଉଚ୍ଚଶିକ୍ଷା ଶୀର୍ଷକ ଏକ ଆଲୋଚନା ଚକ୍ରର ସମିକ୍ଷା କରାଯାଇଛି ଏହି ସମ୍ମିଳନୀରେ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ, ସ୍ବଚ୍ଛ ସଲୀଳା ମହାପାତ୍ର ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭୋପାଳ ଆଞ୍ଚଳିକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର୍ ନିତ୍ୟାନନ୍ଦ ପ୍ରଧାନ ଶରଣକୂଳ ମହାବିଦ୍ୟାଳୟ ର ଶିକ୍ଷାବିଭାଗର ବିଭାଗୀୟ ମୁଖ୍ୟ  ଡ଼, ବ୍ୟୋମକେଶ ରଥ ଯୋଗଦେଇ ଜାତୀୟ ଶିକ୍ଷାନୀତି ୨୦୨୦ର ଉଦେଶ୍ୟ ମହାବିଦ୍ୟାଳୟ ଗୁଡିକରେ ଏହାର ପ୍ରଭାବ ତଥା ସାଂପ୍ରତିକ ପରିସ୍ଥିତିରେ ଏହାର ଗୁରୁତ୍ଵ ପୂର୍ଣ୍ଣ ଭୂମିକା ସମ୍ପର୍କରେ ମନ୍ତବ୍ୟ ପ୍ରଦାନ କରିଥିଲେ ମହାବିଦ୍ୟାଳୟ ର ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ଗୋପବନ୍ଧୁ ଚୌଧୁରୀ ଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ କନଭେନର ମହାବିଦ୍ୟାଳୟ ସଂସ୍କୃତ ବିଭାଗର ବିଭାଗୀୟ ମୁଖ୍ୟ ଡ଼, ରବିନ୍ଦ୍ର କୁମାର ଦାଶ ଅତିଥି ପରିଚୟପତ୍ର ଓ ସ୍ବାଗତ ଭାଷଣ କରିଥିବା ବେଳେ ନେଡାଲ ଅଫିସର ପ୍ରାଣୀବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ବଳରାମ ସାହୁ ସରକାରଙ୍କ ପିଏମ ଉଷାର କାର୍ଯ୍ୟକ୍ରମ ଲୋକାଭିମୁଖୀ କରିବାପାଇଁ ସମସ୍ତଙ୍କ ଅଵଦାନକୁ ଭୂୟସୀ ପ୍ରଶଂସା କରିଥିଲେ କୋ କଭନର ଅଧ୍ୟାପିକା ଇତିଶ୍ରୀ ବେହେରା ଧନ୍ୟବାଦ ପରେ ପ୍ରଥମାର୍ଦ୍ଧ ଶେଷ ହେଇଥିଲା ଦ୍ଵୀତୀୟାଦ୍ଧରେ ମୁଖ୍ୟ ବକ୍ତା ଅଭିଭାଷଣ ରଖିବା ସହିତ ବିଭିନ୍ନ ମହାବିଦ୍ୟାଳୟ ରୁ ଆସିଥିବା ଅତିଥି ଅଧ୍ୟାପକ ଅଧ୍ୟାପିକା ମହାିଦ୍ୟାଳୟର ଅଧ୍ୟାପକ ଅଶୋକ କୁମାର ସାହୁ ସଂପୂଣ୍ଣାନନ୍ଦ ସାହୁ ସହିତ, ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଆଲୋଚନା ସମ୍ପର୍କୀତ ତଥ୍ୟ ପିପିଟି ମାଧ୍ୟମରେ ଉପସ୍ଥାପନା କରିଥିଲେ ଜାତୀୟ ଶିକ୍ଷାନୀତି ୨୦୨୦ କୁ ଆଧାରିତ ବକ୍ତବ୍ୟ ।

ମଣିଭଦ୍ରା ଖବର, ଭାପୁର 

Post a Comment

Previous Post Next Post
Header ADS