ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ,ଠାଏ ଠାଏ ଡଷ୍ଟ ଛିଞ୍ଚି କାମ ସାରିଦେଲେ
ଗଣିଆ (ମଣିଭଦ୍ରା ଖବର) ଆଉ ଦୁଇ ଦିନ ପରେ ଆରମ୍ଭ ହେବ ଗଣିଆର ଗଣପର୍ବ ମଣିଭଦ୍ରା ବିଶ୍ଵଶାନ୍ତି ମହାଯଜ୍ଞ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଁଚିଛି । ତେବେ ସବୁ ବର୍ଷ ଭଳି ଚଳିତ ବର୍ଷ ଏହି ଗଣପର୍ବକୁ ଅଡୁଆ ସାଜିଛି ରାସ୍ତା । ପ୍ରସ୍ତୁତି ବୈଠକରେ ବିଭାଗୀୟ ଅଧିକାରୀ ମାନେ ବାହାସ୍ପୋଟ ମାରି ଯଥାଶୀଘ୍ର ରାସ୍ତା ନିର୍ମାଣ କରିବାକୁ ପ୍ରତିଶୃତି ଦେଇଥିଲେ । କିନ୍ତୁ ୨୩ ତାରିଖରେ ଯଜ୍ଞ ଆରମ୍ଭ ହେବାକୁ ଥିବା ବେଳେ ରାସ୍ତା ନିର୍ମାଣ ହୋଇପାରିନାହିଁ ।ବିଭାଗ ତରଫରୁ 'ବାହାଘର ବେଳେ ବାଇଗଣ ରୋଇବା ' ନ୍ୟାୟରେ ଆଜି ଅପରାହ୍ନରେ ଉକ୍ତ ରାସ୍ତାର ଠାଏ ଠାଏ ଡଷ୍ଟ ପକାଇ କାମ ସାରି ଦେଇଛନ୍ତି ବିଭାଗୀୟ କତୃପକ୍ଷ । ଜିଲ୍ଲା ସ୍ତରୀୟ ବୈଠକ ଠାରୁ ଆରମ୍ଭ କରି ବ୍ଳକ ସ୍ତରୀୟ ବୈଠକରେ ରାସ୍ତା ନିର୍ମାଣ ପାଇଁ ଜୋରଦାର ଆଲୋଚନା ପରେ ବିଭାଗୀୟ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀଙ୍କୁ ରାସ୍ତା ନିର୍ମାଣ ଦାୟିତ୍ବ ଦିଆଯାଇଥିଲା । ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଏମାନେ ବେଖାତିର କରିଥିବା ଅଭିଯୋଗ ହୋଇଛି । ଏହି ଯଜ୍ଞରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ପାଇଁ ପୂର୍ବାନୁମାନ କରାଯାଉଥିବା ବେଳେ ହଜାର ହଜାର ଗାଡି ମୋଟର ଯାତାୟାତ ହେବ । ତେବେ ରାସ୍ତା ନିର୍ମାଣ ନହେବା ଫଳରେ ଦୁର୍ଘଟଣା ବଢିବ ଏଥିରେ ସନ୍ଦେହ ନାହିଁ ।
ମଣିଭଦ୍ରା ଖବର, ଗଣିଆ



إرسال تعليق