ଫୁଲ ଚୋରି ପାଇଁ ଲଗାଯାଇଥିଲା କରେଣ୍ଟ।ତୋଳିବା କୁ ଯାଇଥିବା ଯୁବକ ମୃତ
ନୀଳଗିରି,ବାଲେଶ୍ୱର ଜିଲ୍ଲା ନୀଳଗିରି ଏନଏସି ୫ନମ୍ବର ଓୟାର୍ଡ ଅଧିନ ସାନଅତା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା।ବାଡ଼ିରେ ଫୁଲ ଚୋରି ରୋକିବା ପାଇଁ ଗଛରେ ଲୁହା ତାର ଘେରାଈ ବିଦ୍ୟୁତ କରେଣ୍ଟ ଦେଇଥିଲେ।ହେଲେ ଜଣେ ଯୁବକ ଫୁଲ ତୋଳିବାକୁ ଯାଇଥିବା ବେଳେ ବିଦ୍ୟୁତ ଆଘାତ ଲାଗି ମୃତ୍ୟୁ ବରଣ କରିଛି।ସାନଅତା ଗ୍ରାମର ଦୀପକ ରାଉତ ବାଲେଶ୍ୱରରେ ରହୁଥିବା ବେଳେ ତାଙ୍କ ମାଆ କୁନା ରାଉତ ବାଡ଼ିରେ ଥିବା ଗଛ ଓ ଚାଷ ଦେଖାଶୁଣା କରନ୍ତି।ବାଡ଼ିକୁ ସକାଳେ ସେହି ଗ୍ରାମର ତାପସ ଦାସ ନାମକ ଯୁବକ ଫୁଲ ତୋଳିବା ପାଇଁ ଯାଇଥିଲେ।ସବୁଦିନ ପରି ସେ ଫୁଲ ତୋଳି ମନ୍ଦିରକୁ ଦେବା ଆଶାରେ ଯାଇଥିବା ବେଳେ କିଏ ଜାଣିଥିଲା ଏହା ହେବ ତାଙ୍କର ଶେଷ ଫୁଲତୋଳା।ଫୁଲ ଗଛରେ ଲାଗିଥିବା ତାର ଧରି ଦେବାରୁ ସେହିଠାରେ ଟଳିପଡିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ସମ୍ପର୍କୀୟ।ବିଧବା ମାଆ ପୁଅ କୁ ହରାଇ ମୁଣ୍ଡପିଟି କାନ୍ଦୁଥିବା ବେଳେ ଏଭଳି ଘଟଣାର ତଦନ୍ତ ପୂର୍ବକ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି।ସେପଟେ ପୋଲିସ ଯାଇ ତଦନ୍ତ କରିବା ପରେ ଶବ ଜବତ କରିଛି।ମୃତକଙ୍କ ସମ୍ପର୍କୀୟ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି।ସେପଟେ ଜାଗା ମାଲିକଙ୍କ ମାଆ ବିଦ୍ୟୁତ କରେଣ୍ଟକୁ ଖଣ୍ଡନ କରିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment