କେବଳ ଦେଖଣା ହାରିର ମନମୋହୁଛି ଅଳସି ଫୁଲ
ଶୋଷଣର ଶିକାର ଅଳସି ଚାଷୀ
ଲାଞ୍ଜିଗଡ - ଶୀତୁଆ କାକରରେ ସତେ ଯେମିତି କୁହୁଡିର ଚାଦର ତଳେ ଘୋଡେଇ ହୋଇଛି ହଳଦୀ ଟହଟହ ହଳଦୀରାଣୀ ଅଳସିଫୁଲ l ଅଳସି ଫୁଲର ମନମହକ ସୌନ୍ଦର୍ଯ୍ୟ ମାଦକ ତଳେ ଧରଣୀ ରାଣୀ ସତେ ଲାଗୁଛି ହଳଦିଆ ପାଟ ଶାଢୀରେ ସଜେଇ ହେଉଛି ନୂଆଁ ବୋହୁ ପରି l ଯୁଆଡେ ଅନେଇଲେ ସିଆଡେ ଆଖି ପାଇଲା ଯାକେ ଅଳସିଫୁଲରେ ହୋଇଛି ଛାଉଁଣୀ l ଏହି ଭଲି ଦୃଶ୍ୟ ଦେଖିବାକୁ ମିଲୁଛି ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକ ଉପାନ୍ତ ଅଞ୍ଚଳରେ l ଉକ୍ତ ଅଞ୍ଚଳ ପାହାଡିଆ ହୋଇଥିବା ବେଳେ ପାହାଡି ସ୍ଥାନରେ ଏହି ଫସଲ ଭଲ ଅମଳ ହୋଇ ଥାଏ ଯାହାଦ୍ୱାରା ଉପାନ୍ତ ଗାଁ ଦାଣ୍ଡ ଦିଶୁଛି ପରସ୍ତେ ହଳଦୀ ରଙ୍ଗର ଛାଉଣୀ ପରି l ଚଳିତ ବର୍ଷ ପାଗ ଅନୁକୂଳ ଯୋଗୁଁ ଭଲଭାବେ ଫୁଲ ଧରିଛି ଅଳସି ଗଛରେ l ଲାଗୁଛି ଭଲ ଅମଳ ହେବ ଏହି ବର୍ଷ l ତେଵେ ଏହି ଆଦିବାସୀ ଚାଷୀ ମାନଙ୍କ ପାଇଁ ଉପଯୁକ୍ତ ବଜାର ବା ମଣ୍ଡିର କୌଣସି ବ୍ୟବସ୍ଥା ନାହିଁ ଫଳରେ ସେମାନେ କମ ଦରରେ ବାଧ୍ୟ୍ୟ ହୋଇ ଆଞ୍ଚଳିକ ବ୍ୟବସାୟ ବା ଦଲାଲ ମାନଙ୍କ ଶୋଷଣର ଶିକାର ହେଉଛନ୍ତି l ଅଳସି ଅମଳ ହେବା ପୂର୍ବରୁ ଚାଷୀମାନଙ୍କ ଠାରୁ ସେହି ବ୍ୟବସାୟ ବା ଦଲାଲ ମାନେ କମ ଦରରେ ଅଳସି ନେବା ପାଇଁ ବଇନା ଟଙ୍କା ଆଗରୁ ଦେଇ ଥାନ୍ତି l ଦୀର୍ଘବର୍ଷ ଧରି ଏହି ଆଦିବାସୀ ମାନେ ଅଳସି ଚାଷ କରୁଥିବା ସ୍ୱତେ ସେମାନଙ୍କ ବିକ୍ରି ବଟା ତଥା ଉନ୍ନତ ଚାଷ ଦିଗରେ କୌଣସି ସୁବିଧା ସୁଯୋଗ ମିଳୁ ନାହିଁ l ଚଳିତ ବର୍ଷ ଲାଞ୍ଜିଗଡ ବ୍ଲକ ପାହାଡାପଦର, ମାଳିଯୁବାଙ୍ଗ, ବିଜେପୁର, ଲାଖବାହାଲି, ବେନାଗାଁ,ଲାଞ୍ଜି, କାନକୁଟ୍ରୁ, କୁମଖାଳ, ବେଡାଗାଁ,ତ୍ରିଲୋଚନ ପୁର ଆଦି ପଞ୍ଚାୟତରେ ଥିବା ଦୁର୍ଗମ ଅଞ୍ଚଳ ମାନଙ୍କରେ ଅଳସି ଚାଷ ଭଲ ଅମଳ ହୋଇଥିବା ବେଳେ ଉକ୍ତ ଅଞ୍ଚଳରେ ମଣ୍ଡିର କୌଣସି ବ୍ୟବସ୍ଥା ନଥିବାରୁ ଚାଷୀ କମ ଦରରେ ଦଲାଲ ଙ୍କ ହାତରେ ଟେକିଦେଉଛନ୍ତି l ପୋଡ଼ସୀ ଜିଲ୍ଲା ରାୟଗଡା ଆମ୍ବଦୋଲାରୁ ବ୍ୟବସାୟୀ ମାନେ ଦୁର୍ଗମ ଅଞ୍ଚଳ ମାନଙ୍କୁ ଆସି କମ ଦରରେ ଅଳସି କିଣୁଥିବା ଚାଷୀ ମାନେ ଅଭିଯୋଗ ଆଣିଛନ୍ତି l ଉଚିତ ବଜାର କିମ୍ବା ମଣ୍ଡିର ବ୍ୟବସ୍ଥା ନ ଥିବାରୁ ଆମେ କମ ଦରରେ ବିକ୍ରି କରୁଛୁ ବୋଲି ଚାଷୀ ମନେ କହୁଥିବା ବେଳେ ଅଳସି ଉତ୍ପାଦନ କ୍ଷେତ୍ରରେ ଏହି ଚାଷୀମାଙ୍କର ଏକ ଗୁରୁତ୍ୱପୂର୍ଣ ଭୂମିକା ରହିଛି l ତେଵେ ସେମାନଙ୍କର ଉପଯୁକ୍ତ ବଜାର ବା ମଣ୍ଡିର ବ୍ୟବସ୍ଥା ତଥା ସରକାରୀ ସୁବିଧା କିଛି ନାହିଁ l ଏଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଚାଷୀ ଦାବିକରିଛନ୍ତି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment