BREAKING
Loading...
:

ଉତ୍କଳ ଆଲୁମିନା ଓ ଜିଲ୍ଳା ପ୍ରଶାସନ ସହଭାଗିତରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠତ

 ଉତ୍କଳ ଆଲୁମିନା ଓ ଜିଲ୍ଳା ପ୍ରଶାସନ ସହଭାଗିତରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠତ 



ରାୟଗଡ଼ା, -: ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ପୁଲିସ ପ୍ରଶାସନ ଏବଂ ଉତ୍କଳ ଆଲୁମିନା ପକ୍ଷରୁ ମିଳିତ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଗୌରହରୀ ସାହୁ ଯୋଗ ଦେଇ କହିଛନ୍ତି ଯେ, କ୍ରମବଧିଷ୍ଣୁ ସ୍ମାର୍ଟଫୋନ୍ ଓ ଇଣ୍ଟରନେଟର ବହୁଳ ବ୍ୟବହର ଦୈନନ୍ଦିନ ଜୀବନରେ ଏକ ଅଭିନ୍ନ ଅଙ୍ଗ ହେଉଛି। ସମ୍ପ୍ରତି କୂତ୍ରିମ ବୁଦ୍ଧିମତ୍ତା ଉପଯୋଗ ବୃଦ୍ଧି ତଥା ଅନ୍ୟାନ୍ୟ ନୂତନ ପ୍ରଯୁକ୍ତି ଯୋଗୁଁ ସାଧାରଣ ଲୋକେ ଏହାର ଉଚିତ୍ ବ୍ୟବହାର ନଜାଣି ସାଇବର ଠକେଇର ଶିକାର ହୋଇଛନ୍ତି। ଇଣ୍ଟରନେଟ୍ ସୁରକ୍ଷା ପ୍ରତି ଶିକ୍ଷିତ ବର୍ଗ ମଧ୍ୟ ସଚେତନତା ଅବଲମ୍ବନ କରୁନଥିବାରୁ ଏହା ଦୃର୍ବୁତ୍ତଙ୍କ ସାହସ ବୃଦ୍ଧି କରିଛି ବୋଲି ଶ୍ରୀ ସାହୁ ନିଜ ବକ୍ତବ୍ୟରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ରାୟଗଡା ସାଇବର ସେଲ୍‌ର

ନିରୀକ୍ଷକ ଅଭିନାଶ ରେଡ୍ଡି କହିଥିଲେ ଯେ, ସାଇବର ଅପରାଧ ପ୍ରତିରୋଧ ପାଇଁ ଏକମାତ୍ର ଉପାୟ ସଚେତନତା। ସାଇବର ଠକ ମାନଙ୍କୁ ଚିହ୍ନଟ କରିବା । ଏବଂ ନିଜର ପାସୱାର୍ଡ ସୁରକ୍ଷା, ସୁରକ୍ଷିତ ଅନଲାଇନ୍ ପରିଚାଳନା ଓ ୱାଟସ୍ ଆପ୍ ଓ ଫେସବୁକ୍ ଭଳି ସୋସିଆଲ୍ ମିଡିଆ ମାଧ୍ୟମରେ ଠକଙ୍କ ପ୍ରତି ସଜାଗ  ରହିବା ସମ୍ପର୍କରେ ସେ ଗୁରୁତ୍ୱାରୋପ କରିଥିଲେ।


ଉକ୍ତ କାର୍ଯ୍ୟକ୍ରମରେ ସାଇବର ସଚେତନତା ସମ୍ବନ୍ଧିତ ବିଭିନ୍ନ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନେ ଉତ୍ସାହ ସହ ଯୋଗଦେଇ ଥିଲେ।


ଏହି ଅବସରରେ ଦୋରାଗୁଡା ଥାନାଧିକାରୀ ଶ୍ରୀମତୀ କିରଣବଳା ସାମଲ ଓ ଟିକିରି ଥାନାଧିକାରୀ ଶ୍ରୀମତୀ ବିଶ୍ୱବନ୍ଦିନୀ ବାଗ ଉପସ୍ଥିତ ଥିଲେ। ଉତ୍କଳ ଆଲୁମିନା ପକ୍ଷରୁ ଶ୍ରୀ ପରମଜିତ ସିଂହ ବଜ୍ୱା, ଶ୍ରୀ ବିଜୟ ଚୌହାନ, ଶ୍ରୀମତୀ ଲୋପାମୁଦ୍ରା ମିଶ୍ର, ଶ୍ରୀ ଗିରିଜା ପଣ୍ଡା, ଶ୍ରୀ ଅନିଲ ପାତ୍ର, ଶ୍ରୀ ପିତାମ୍ବର ବେହେରା, ଶ୍ରୀ ଦିଗନ୍ତ ମହାନ୍ତି ଓ ଶ୍ରୀ ମନୋଜ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟି ଉତ୍କଳ ଆଲୁମିନାର ଆଇଟି ଓ ସିଏସଆର୍ ଟିମ୍ ସଦସ୍ୟଙ୍କ ପ୍ରତ୍ୟେକ୍ଷ ସହଯୋଗରେ ସଫଳ  ହୋଇଥିଲା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS