ବିଡିଓଙ୍କ ପିସି କାରବାରରେ ଅତିଷ୍ଠ ଶ୍ରମିକ
ସାମ୍ବାଦିକ ସମ୍ମିଳନୀରେ ସମୂହ ଗର୍ଜିଲେ ସରପଞ୍ଚ
ଅନ୍ୟତ୍ର ବଦଳି କରାନଗଲେ ଧାରଣା
ବହଳଦା/ରାଇରଙ୍ଗପୁର, -: ପିସି ନ ପାଇଲେ ବାବୁଙ୍କ କଲମ ଚାଲୁନି। ଟେବୁଲ୍ ଉପରେ ଫାଇଲ ପଡ଼ିପଡ଼ି ଧୂଳି ଜମିଯାଉଛି, ହେଲେ ପିସି ନମିଳିବା ପର୍ଯ୍ୟନ୍ତ ବାବୁ ତାକୁ ଆଡ଼ ଆଖୁରେ ବି ଚାହୁଁନାହାନ୍ତି। ମନରେଗା ଯୋଜନାରେ ବି ଗରିବ, ଖଟିଖ୍ୟାଙ୍କ ମଜୁରି ଉପରେ ବାବୁଙ୍କ ଆଖ୍ | ୨ ପ୍ରତିଶତ ପିସି ନଦେଲେ ବିଲ୍ ପାସ୍ ହେଉନି। ବହଳଦା ବ୍ଳକ୍ ଉନ୍ନୟନ ଅଧିକାରୀ (ବିଡିଓ) ଶରତ କୁମାର ମଲ୍ଲିକଙ୍କ ବିରୋଧରେ ଏପରି ସାଂଘାତିକ ଅଭିଯୋଗ ଅଣି ୧୨ଟି ପଞ୍ଚାୟତର ସରପଞ୍ଚ
ଯୁଦ୍ଧଦେହୀ ଡାକରା ଦେଇଛନ୍ତି | ଶୀଘ୍ର ବିଡିଓଙ୍କୁ ଅନ୍ୟତ୍ର ବଦଳି କରାନଗଲେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବେ ବୋଲି ସମସ୍ତ ସରପଞ୍ଚ ଏକ
ସାମ୍ବାଦିକ ସମ୍ମିଳନୀ ଜରିଆରେ ଚେତାବନୀ ଦେଇଛନ୍ତି । ଏ ସଂପର୍କରେ ଜିଲ୍ଲା ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲାପାଳଙ୍କୁ ସେମାନେ ଲିଖୁତ ଅଭିଯୋଗ କରିଛନ୍ତି । ସରପଞ୍ଚମାନଙ୍କ ଅଭିଯୋଗ ହେଲା, ବିଡିଓ ଶ୍ରୀ ମଲ୍ଲିକ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି
ଯୋଜନା (ମନରେଗା) କାର୍ଯ୍ୟର ପାରିଶ୍ରମିକ ପୈଠ ପାଇଁ ମଧ୍ୟ ୨ପ୍ରତିଶତ ଲାଞ୍ଚ ମାଗୁଛନ୍ତି। ଲଞ୍ଚ ନ ଦେଲେ ସଂପୃକ୍ତ ଉନ୍ନୟନ ପ୍ରକଳ୍ପର ଫାଇଲକୁ ଜାଣିଶୁଣି ପକାଇ ରଖୁଛନ୍ତି। ଖାଲି
ସେତିକି ନୁହେଁ, ପ୍ରତ୍ୟେକ ଏନ୍ଆରଜିଏସ୍ ପ୍ରକଳ୍ପରେ କେବଳ ୨୫ଜଣ ଶ୍ରମିକ କାର୍ଯ୍ୟ କରିପାରିବେ ବୋଲି ବିଡିଓ ଶ୍ରୀ ମଲ୍ଲିକ ନିଜେ ନିୟମ ଲାଗୁ କରିଛନ୍ତି । ୨୫ରୁ ଅଧିକ ଶ୍ରମିକ କାମରେ ଲାଗିଲେ, ଶ୍ରମିକ ପିଛା ୧୦୦୦ଟଙ୍କା
ଚେତାବନୀ
ଲାଞ୍ଚ ମାଗୁଛନ୍ତି। ଏଥିଯୋଗୁଁ ଗ୍ରାମାଞ୍ଚଳର ଗରିବ ଶ୍ରମିକ କାମ ପାଇବାରୁ ବଞ୍ଚିତ ହେବା ସହ ଅଭାବ ଅନଟନରେ ଚଳିବାକୁ ବାଧ୍ୟ ହେଉଛନ୍ତି। ଏପରିକି, କାମ ଅନ୍ଵେଷଣରେ
ସେମାନେ ବାହାର ରାଜ୍ୟକୁ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି। ପ୍ରକଳ୍ପର ଫାଇଲ ବିଡିଓଙ୍କ ପାଖରେ ଦୀର୍ଘଦିନ ପଡ଼ି ରହିବା ଫଳରେ ପାରିଶ୍ରମିକ ପାଇଁ ଶ୍ରମିକମାନେ ସରପଞ୍ଚଙ୍କ ଦ୍ଵାରସ୍ଥ ହେଉଛନ୍ତି । ପ୍ରତ୍ୟେକ ଉନ୍ନୟନମୂଳକ
କାର୍ଯ୍ୟରେ ବହଳଦା ବିଡ଼ିଓ ଲାଞ୍ଚ ନେଉଛନ୍ତି।ପ୍ରତ୍ୟେକ ଫାର୍ମପଣ୍ଡ ପୋଖରୀ ଖୋଳାରେ ୫୦୦ ଟଙ୍କା ଏବଂ ଲ୍ୟାଣ୍ଡ ଡେଭଲମେଣ୍ଟ (ଚାଷଜମି ସମତଳ)ପ୍ରକଳ୍ପରେ ୩୦୦ ଟଙ୍କା ଲାଞ୍ଚ ନେଉଥିବା ସରପଞ୍ଚ ମାନେ ଅଭିଯୋଗ କରିଛନ୍ତି।ଏଭଳି ଦୁର୍ନୀତିଖୋର ଅଧିକାରୀଙ୍କ କାର୍ଯ୍ୟକଳାପରେ ସମସ୍ତେ ଅତିଷ୍ଠ ହୋଇ ପଡିଛନ୍ତି ।ତେଣୁ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତୁରନ୍ତ ଅନ୍ୟତ୍ର ବଦଳି କରାଯିବା ପାଇଁ ସରପଞ୍ଚ ମାନେ ଦାବି କରିଛନ୍ତି।ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବହଳଦା ସରପଞ୍ଚ ଲକ୍ଷ୍ମୀ ହାନ୍ସଦା, ଗମ୍ଭାରୀଆ ସରପଞ୍ଚ ବୈଦେହୀ ହାନ୍ସଦା, ବାସିଙ୍ଗିର ମାହି ମୁର୍ମୁ,ଅଁଳାଯୋଡି ସରପଞ୍ଚ ସଲମା ମାଝୀ ସମେତ ଅନ୍ୟାନ୍ୟ ସରପଞ୍ଚ ଉପସ୍ଥିତ ଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment