ଜନଜାତୀୟ ଗୈାରବ ଦିବସ ପାଳିତ।
ଥୁଆ ମୂଳ ରାମପୁର -! ଭଗବାନ ବିର୍ସା ମୁଣ୍ଡା ଙ୍କ ୧୫୨ ତମ ଜନ୍ମ ଜୟନ୍ତୀ ୨୦୨୫ ପାଳିତ ହୋଇଯାଇଛି କଳାହାଣ୍ଡି ଜିଲ୍ଲା ଥୁଆ ମୂଳ ରାମପୁର ବ୍ଳକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୋପାଳପୁର ସ୍କୁଲ ଠାରେ ଶନିବାର ଧୁମ୍ ଧାମ ର ସହିତ କାର୍ଯ୍ୟ କ୍ରମ ଟି ଉଦଯାପିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ମାନଙ୍କ ଅଭିଭାବକ ମାନଙ୍କୁ ନେଇ ଶିକ୍ଷା ଉପରେ ଏକ ଆଳଚନା ଚକ୍ର ଅନୁଷ୍ଟିତ ହୋଇଥିଲା। ଏଥିରେ ଶତାଧିକ ମାତ୍ରାରେ ଅଭିଭାବକ ମାନେ ଯୋଗଦେଇ ଥିଲେ। ପ୍ରଧାନ ଶିକ୍ଷକ ଡମ୍ବରୁଧର ଗଡତିଆ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରକାରର ପ୍ରତିଯୋଗୀ ଗୁଡ଼ିକ କରାଯାଇଥିଲା। ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାର ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଛାତ୍ରୀ ମାନଙ୍କ ଦ୍ଵାର ଉଚ୍ଚକୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ଶିକ୍ଷକ ତାପସ ଗଡତିଆ, ଜୟଦେବ ନାଏକ, ସ୍କୁଲ ସଭାପତି କୈଳାସ ଚନ୍ଦ୍ର ନାଏକ, ୱାଡମେମ୍ବର ପବିତ୍ର ନାଏକ, ଚିତ୍ର ସେନ୍ ମାଝୀ, ଖୀରସିନ୍ଦୁ ନାଏକ, ପ୍ରହଲ୍ଲାଦ ନାଏକ, ଦାନାହାଏ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଦଳବଳ ମାଝୀ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق