BREAKING
Loading...
:

ଟିକେଟ ବୁକିଂର ୪୮ଘଣ୍ଟା ପରେ ବି ହେବ କ୍ୟାନସେଲ୍‌: ନୂଆ ନିୟମ ଆଣିବ ଡିଜିସିଏ-:,

 ଟିକେଟ ବୁକିଂର ୪୮ଘଣ୍ଟା ପରେ ବି ହେବ କ୍ୟାନସେଲ୍‌: ନୂଆ ନିୟମ ଆଣିବ ଡିଜିସିଏ-:,




ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ଟିକେଟ୍‌ ବୁକିଂ କରିବାର ୪୮ଘଣ୍ଟା ପରେ ବି ହୋଇପାରିବ କ୍ୟାନସେଲ୍‌ । ଏଥିପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡିବ ନାହିଁ । ୪୮ଘଣ୍ଟା ପରେ ବି ଆପଣ ଚାହିଁଲେ ଟିକେଟ କ୍ୟାନସେଲ କିମ୍ବା ପରିବର୍ତ୍ତନ କରିପାରିବେ । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ଏଥିପାଇଁ କିଛି ନୂଆ ନିୟମ ଆଣିବାକୁ ଯାଉଛି । ଡିଜିସିଏ ଏଥିପାଇଁ ଏକ ଡ୍ରାଫ୍ଟ ଜାରି କରି ଲୋକଙ୍କ ମତାମତ ଲୋଡିଛି ।


ଡିଜିସିଏ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଖରୁ ଏଥିପାଇ ମତାମତ ଲୋଡିଛି । ଯଦି ସବୁକିଛି ଠିକ୍‌ ଠାକ୍‌ ହୁଏ, ତେବେ ନିୟମ ଗୁଡିକ ଖୁବଶୀଘ୍ର ଚୂଡାନ୍ତ ହେବ, କିନ୍ତୁ କେବେ କାର୍ଯ୍ୟକାରୀ ସେନେଇ ତାରିଖ କିଛି ଘୋଷଣା ହୋଇନାହିଁ ।

ଜାଣନ୍ତୁ ନୂତନ ନିୟମ କଣ ହେବ

୧- ଟିକେଟ ବୁକିଂ ପରେ ଆପଣଙ୍କର ୪୮ଘଣ୍ଟାର ଲୁକ୍‌-ଇନ୍‌ ପିରିୟଡ୍‌ ରହିବ । ଏହାର ଅର୍ଥ ହେଉଛି ଆପଣଙ୍କୁ ବିବରଣୀଗୁଡିକ ଭଲ ନଲାଗିଲେ ସତର୍କତାର ସହ ବିଚାର କରିପାରିବେ ଏବଂ ଟିକେଟ୍‌ କ୍ୟାନସେଲ୍‌ କରିପାରିବେ । ଯଦି ଟିକେଟ ବୁକିଂ କଲାବେଳେ ନାମରେ ତ୍ରୁଟି ଥାଏ, ତେବେ ଏହାକୁ ଆପଣ ୨୪ଘଣ୍ଟା ମଧ୍ୟରେ ମାଗଣା ସଂଶୋଧନ କରିପାରିବେ । ଜରୁରୀକାଳୀନ ପରିସ୍ଥିତିରେ ଏୟାରଲାଇନ୍ସ ମଧ୍ୟ ଫେରସ୍ତ ପ୍ରଦାନ କରିପାରିବ ।


୨- ଯାତ୍ରୀ ସିଧାସଳଖ ଏୟାରଲାଇନ୍ସର ୱେବସାଇଟରୁ କିମ୍ବା ଟ୍ରାଭେଲ୍‌ ଏଜେଣ୍ଟ କିମ୍ବା ପୋର୍ଟାଲ୍‌ ମାଧ୍ୟମରେ ଟିକେଟ୍‌ ବୁକ୍‌ କରିଥିଲେ, ଏୟାରଲାଇନ୍ସ ଫେରସ୍ତ ପାଇଁ ଦାୟୀ ରହିବ । ୨୧ଦିନ କାର୍ଯ୍ୟ ଦିବସ ଭିତରେ ଟଙ୍କା ଫେରସ୍ତ କରାଯିବ ।


୩- ଯଦି ଆପଣ ଟିକେଟରେ ପରିବର୍ତ୍ତନ କରୁଛନ୍ତି, ତେବେ କେବଳ ନୂତନ ବିମାନ ପାଇଁ ଭଡା ପୃଥକ ଚାର୍ଜ କରାଯିବ । ତଥାପି, ଏହି ସୁବିଧା କେବଳ ସେତେବେଳେ ଉପଲବ୍ଧ ହେବ ଯଦି ବିମାନରେ ପ୍ରସ୍ଥାନ ତାରିଖ ବୁକିଂ ତାରିଖରୁ ଅତି କମରେ ୫ଦିନ (ଘରୋଇ) କିମ୍ବା ୧୫ଦିନ (ଆନ୍ତର୍ଜାତୀୟ) ଦୂରରେ ହୋଇଥିବ ।


ଏବେ ବିମାନ କମ୍ପାନୀଗୁଡିକ ନିଜସ୍ୱ ଇଚ୍ଛା ଅନୁଯାୟୀ ଶୁଳ୍କ ଆଦାୟ କରୁଛନ୍ତି । ବର୍ତ୍ତମାନ ଭାରତରେ ବିମାନ ଟିକେଟ୍‌ କ୍ୟାନସେଲ୍‌ ପାଇଁ କୌଣସି ମାନକ ୪୮ଘଣ୍ଟାର ଗ୍ରେସ୍‌ ପିରିୟଡ୍‌ ନାହିଁ । ଅଧିକାଂଶ ବିମାନ କମ୍ପାନୀଗୁଡିକ ନିଜସ୍ୱ ନୀତି ଅନୁଯାୟୀ ଶୁଳ୍କ ଆଦାୟ କରନ୍ତି ।

ରିଫଣ୍ଡ ପ୍ରକ୍ରିୟା ମଧ୍ୟ ଧୀର ଅଟେ, ଯାହା ଯାତ୍ରୀମାନଙ୍କୁ ଅସୁବିଧାର କାରଣ ହୁଏ । ବିଶେଷକରି ଟ୍ରାଭେଲ୍‌ ଏଜେଣ୍ଟ କିମ୍ବା ପୋର୍ଟାଲ ମାଧ୍ୟମରେ ବୁକିଂ ହୋଇଥିଲେ ରିଫଣ୍ଡରେ ବିଳମ୍ବ ହୋଇଥାଏ । ଡିଜିସିଏର ନୂଆ ପ୍ରସ୍ତାବ ଏହି ସମସ୍ୟା ଗୁଡିକର ସମାଧାନ କରିବା ଏବଂ ଯାତ୍ରୀମାନଙ୍କ ପାଇଁ ସ୍ପଷ୍ଟ ନିର୍ଦ୍ଦେଶାବଳୀ ପ୍ରଦାନ କରିବା ଲକ୍ଷ୍ୟ ରଖିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS