NH ପୋଲ ତଳେ ଚାଲିଛି ସାଇକେଲ ଷ୍ଟାଣ୍ଡ
(ସରକାରୀ ସମ୍ପତ୍ତି କୁ ପୈତୃକ ସମ୍ପତ୍ତି ଭାବିଛନ୍ତି କିଛି ଦୁର୍ବୁତ୍ତ)
(ବାହାନଗା, - ):ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଧୀନ ବାରିକପୁର ହାଟ ପୋଲ ତଳେ ଚାଲିଛି ବେଆଇନ ସାଇକେଲ ଷ୍ଟାଣ୍ଡ l ବାରିକପୁର ରେ ସପ୍ତାହରେ ଥରେ ଶୁକ୍ରବାର ଦିନ ଏକ ସାପ୍ତାହିକ ହାଟ ବସେ l ଏହି ହାଟକୁ ବହୁ ଦୂରଦୁରାନ୍ତର ରୁ ବ୍ୟବସାୟୀ ଏବଂ ଗ୍ରାହକ ମାନେ ଆସିଥାନ୍ତି l ଗୋଟିଏ ଦିନରେ ଏହି ହାଟବାରି ଦିନ କୋଟିକୋଟି ଟଙ୍କାର କିଣାବିକା ହୋଇଥାଏ l ବାହାରୁ ଲୋକମାନେ ଗାଡି, ସାଇକେଲ, କାର ଯୋଗେ ଏହି ହାଟକୁ ଆସିଥାନ୍ତି l ଗାଡି ପାର୍କିଂ ର ସୁବିଧା ନ ଥିବାରୁ ଲୋକେ ଗାଡି ରଖିବାକୁ ହଇରାଣ ହୋଇଥାନ୍ତି l ଏହାର ସୁଯୋଗ ନେଇ କିଛି ସ୍ଥାନୀୟ ଲୋକେ ରାଜରାସ୍ତା ର ପୋଲ ତଳେ ସାଇକେଲ, ଗାଡି ଷ୍ଟାଣ୍ଡ କରି ଲୋକଙ୍କ ଠାରୁ ବଟି ଆଦାୟ କରିଥାନ୍ତି l ଭେଜାଲ ଟିକେଟ ଟିଏ ଦେଇ ଗାଡି ପିଛା ମୋଟାଅଙ୍କର ଚାନ୍ଦା ଆଦାୟ କରିଥାନ୍ତି l କୌଣସି ସରକାରୀ ଲିଜ କି ଠିକା ନ ନେଇ ସରକାରୀ ଜାଗାରେ (ବ୍ରିଜତଳେ )ଜବରଦଖଲ କରି ଗାଡି ଷ୍ଟାଣ୍ଡ ଚଳାଇ ଆସୁଛନ୍ତି l ବ୍ରିଜ ତଳେ ଗାଡି ଷ୍ଟାଣ୍ଡ କରିବା ଦ୍ଵାରା ଲୋକେ ଯାତାୟାତ ରେ ବହୁ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି l ଏହି ଘଟଣା ବିଷୟରେ ବାରମ୍ବାର ପୋଲିସ ଓ ସ୍ଥାନୀୟ ନେତାଙ୍କୁ ଗଣମାଧ୍ୟମ ଜରିଆରେ ଅବଗତ କରାଯାଇଥିଲା l ମାତ୍ର କୌଣସି ସୁଫଳ ନ ମିଳିବାରୁ କିଛି ସ୍ଥାନୀୟ ମହିଳା ଓ ପୁରୁଷ ଏହି ଗାଡି ଷ୍ଟାଣ୍ଡ କୁ ନେଇ ଘୋର ଅଶାନ୍ତ ବ୍ୟକ୍ତ କରିଥିଲେ l ଯାହାଦ୍ଵାରା ବେଆଇନ ଗାଡିଷ୍ଟାଣ୍ଡ ମାଲିକ ଓ ସ୍ଥାନୀୟ ଅଧିବାସୀ ଙ୍କ ମଧ୍ୟରେ ଜୋରସୋର ଝାମେଲା ହୋଇଥିଲା l କିଛି ସ୍ଥାନୀୟ ନେତା ଙ୍କ ହସ୍ତକ୍ଷେପ ପରେ ଘଟଣା ଶାନ୍ତ ହୋଇଥିଲା l ସୋର ପୋଲିସ କିଛି ନ ଜାଣିବା ପରି ଆସି କେବଳ ଉପସ୍ଥାନ ପକାଇ ଫେରି ଯାଇଥିଲା l ଏଠି ପ୍ରଶ୍ନ ଉଠୁଛି ଏହି ଜବରଦଖଲକାରୀ ଗାଡିଷ୍ଟାଣ୍ଡ ମାଲିକ ଙ୍କ ପଛପଟେ କେଉଁ ଅଦୃଶ୍ୟ ବ୍ୟକ୍ତି ର ହାତ ରହୁଛି, ଯାହା ତଦନ୍ତ ସାପେକ୍ଷ ଏବଂ ଅନ୍ୟ ଏକ ଘଟଣା ଏହି ଗାଡି ଷ୍ଟାଣ୍ଡ ରୁ ଆଦାୟ ଅର୍ଥ କାହା ପାଖକୁ ଯାଉଛି l ସରକାରୀ ଜାଗାରେ ଏନଏଚ ପୋଲ ତଳେ କେବେଠାରୁ ଏହି ଗାଡି ଷ୍ଟାଣ୍ଡ ହୋଇଛି, ସବୁ ଜାଣି ଏନଏଚ ପେଟ୍ରୋଲିଙ୍ଗ ଗାଡି ଓ ସୋର ପୋଲିସ କାହିଁକି ପଦକ୍ଷେପ ନ ନେଇ ନାହିରେ ତେଲ ଦେଇ ଶୋଇଛି l କିଛି ଭିତିରିଆ ଡିଲ ହୋଇ ଥିବାର ସନ୍ଦେହ ସୃଷ୍ଟି କରୁଛି l ଯଥାଶୀଘ୍ର ଉପରିସ୍ଥ ଅଧିକାରୀ ତଦନ୍ତ କରିବା ଆବଶ୍ୟକ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment