ଲଗାଣ ବର୍ଷା ରେ ଭାସିଗଲା କଲଭଟ ଯୋଗାଯୋଗ ବିର୍ଛିନ୍ନ
(ଦଶମନ୍ତପୁର, -):କୋରାପୁଟ ଜ଼ିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ଦଶମନ୍ତର ବ୍ଲକ ର ବାଲିଘାଟ ନୋଡାଲ ଉଚ୍ଚ ବିଦ୍ୟାଳୟ ରୁ ମୁଖ୍ୟ ରାସ୍ତା କୁ ସଂଯୋଗ କରୁଥିବା ରାସ୍ତାର କଲଭଟ ଟି ଭାସି ଯାଇଛି । ଯାହା ଫଳରେ 5 ଖଣ୍ଡ ଗ୍ରାମବାସୀ ଯୋଗାଯୋଗ ରୁ ବିର୍ଛିନ୍ନ ହୋଇ ଯାଇଛନ୍ତି। ଏଇ ରାସ୍ତା ଦେଇ ବାଲିଘାଟ, ବାଗେଇପଦର,ତଳଗଦରୀ, ଖଜୁରୀପୁଟ, ପରଜାଗଦାରୀ ସମେତ ବିଭିନ୍ନ ଗାଁ ର ଲୋକ ଯାତାୟାତ କରନ୍ତି। ଦୁର୍ବଳ କଲଭଟ ଯୋଗୁ ବର୍ଷା ରେ ଧୋଇ ହୋଇ ଯାଇଛି। ଏହି ରାସ୍ତାରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବା ପାଇଁ ଅଞ୍ଚଳ ବାସି ବାରମ୍ବାର ଦାବି କରି ଆସୁଛନ୍ତି। ଏମିତି କି ବହୁ ବାର ଜ଼ିଲ୍ଲାପାଳ ଙ୍କ ଦ୍ଵାରସ୍ତ ମଧ୍ୟ ହୋଇଛନ୍ତି। ପ୍ରଶାସନ କର୍ଣ୍ଣପାତ କରୁ ନ ଥିବା ଯୋଗୁ ଆଜି ଏହି ଭଳି ଅବସ୍ଥା ଭୋଗିବା ପାଇଁ ପଡୁଛି ବୋଲି ଅଞ୍ଚଳ ବାସି ଅଭିଯୋଗ କରିଛନ୍ତି। ତୁରନ୍ତ ଏକ ସ୍ଥାୟୀ ପୋଲ ନିର୍ମାଣ କରିବା ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق