ସ୍ୱଚ୍ଛ ଓ ସୁନ୍ଦର ହେବ ଦେବଗଡ
ଭୁବନେଶ୍ବର ମହାନଗର ନିଗମ-ଦେବଗଡ଼ ପୌରପରିଷଦ ମଧ୍ୟରେ ଚୁକ୍ତିନାମା
ଦେବଗଡ଼: ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରଣାଳୟ ଏବଂ ସ୍ବଚ୍ଛ ଭାରତ ମିଶନ ଅଧିନସ୍ଥ ‘ସ୍ବଚ୍ଛ ସହର ଯୋଡ଼ି' ଯୋଜନାରେ ଭୁବନେଶ୍ଵର ମହାନଗର ନିଗମ ଓ ଦେବଗଡ଼ ପୌରପରିଷଦ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ସହରାଞ୍ଚଳର ସ୍ବଚ୍ଛତା ଏବଂ ରକ୍ଷଣାବେକ୍ଷଣ ଉଦ୍ଦେଶ୍ୟରେ ଭୁବନେଶ୍ଵର ମହାନଗର ନିଗମ ଓ ଦେବଗଡ଼ ପୌରପରିଷଦ ମଧ୍ୟରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିବା ଜଣାପଡ଼ିଛି। ଭୁବନେଶ୍ଵର ମହାନଗର ନିଗମର କମିଶନର ଚଞ୍ଚଳ ରାଣା ଓ ମେୟର ସୁଲୋଚନା ଦାସ ଦେବଗଡ଼ ପୌରପରିଷଦର ଭାରପ୍ରାପ୍ତ ନଗରପାଳ ପ୍ରଜିତ ଭୋଜ ଓ ନିର୍ବାହୀ ଅଧିକାରୀ କୃପାସିନ୍ଧୁ ସ୍ବାଇଁଙ୍କ ସହିତ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ଏହାଦ୍ବାରା ଭୁବନେଶ୍ଵର ମହାନଗର ନିଗମ ଓ ଦେବଗଡ଼ ପୌର ପରିଷଦର ମିଳିତ ସହଯୋଗରେ କିଭଳି ଉଭୟ ସହର ସ୍ବଚ୍ଛ ଓ ସୁନ୍ଦର ରହିପାରିବ ସେଥିନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇପାରିବ ବୋଲି ଦେବଗଡ଼ ପୌର ପରିଷଦର ଭାରପ୍ରାପ୍ତ ନଗରପାଳ ଶ୍ରୀ ଭୋଜ ସୂଚନା ଦେଇଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment