ସାହୁପଡ଼ାରେ "ଆମ ବାପା 'ପୁସ୍ତକର ଶୁଭ ଉନ୍ମୋଚନ
ବାଙ୍କୀ, 27/10(ମାନସ ରଞ୍ଜନ ସାହୁ ):ପଶ୍ଚିମ ବାଙ୍କୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଉର୍ମି ସାହିତ୍ୟ ଓ ସଂସ୍କୁତି ପରିଷଦ ତରଫରୁ ଆଳି, ସାହୁପଡ଼ା ଗ୍ରାମରେ ସ୍ବର୍ଗତ ଶତ୍ରୁଘନ ଜେନାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି | ଯୁବ କବି ଶିଶିର କୁମାର ଜେନାଙ୍କ ସଭାପତିତ୍ୱରେ ଆଳି ସମ୍ବାଦ ସାହିତ୍ୟ ଘର ଶାଖାର ସଂଯୋଜନ, ସୁଶାନ୍ତ କୁମାର ନାୟକ ନମୋୖଜ଼ା ସରପଞ୍ଚ, ନ ମୋୖଜ଼ା ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଙ୍ଘ ଆବାହକ,ଦେବଦତ୍ତ ମହାନ୍ତି, ସାମାଜିକ କର୍ମୀ ବିଶ୍ୱ ରଞ୍ଜନ ପାତ୍ର, ଶିକ୍ଷକ ଅଟଳ ବିହାରୀ ନନ୍ଦ,ବରିଷ୍ଟ ନାଗରିକ ଅନାଦି ହରଣ ଜେନା, ନାରୀକବି ସରୋଜିନୀ ମହାନ୍ତି,ସାହୁପଡ଼ା ବିକାଶ ମଞ୍ଚ ଉପ ସଭାପତି ଗଗନ ବିହାରୀ ଜେନା ପ୍ରମୁଖ ଯୋଗଦେଇ ଶତ୍ରୁଘନ ଜେନାଙ୍କ ଜୀବନ ସଂଘର୍ଷ ଉପରେ ଆଲୋକପାତ କରି,ନିଜର ବାପା ବୋଉ ଚଳନ୍ତି ଠାକୁରଙ୍କୁ ସେଵା କରିବା ପଇଁ ଯୁବ ସମାଜକୁ ପରାମର୍ଶ ଦେଇଥିଲେ | ପ୍ରଥମେ ଅତିଥି ମାନେ ଶତ୍ରୁଘନ ଜେନାଙ୍କ ତୈଳଚିତ୍ରରେ ପୁଷମାଲ୍ୟ ଦେଇ ନିଜର ଶ୍ରଦ୍ଧାସୁମନ ଜଣାଇଥଲେ |ବାଙ୍କୀ ମାଟିର ପୁଅ ତଥା ଆଳି ଥାନାର ଅଧିକାରୀ ଧୀରଜ କୁମାର ଲେଙ୍କା "ଆମ ବାପା "ସ୍ମରଣିକାକୁ ଉନ୍ମୋଚନ କରିଥିଲେ | ଏଠାରେ ସୂଚନା ଯୋଗ୍ୟ ଯେ କେବଳ ବାପା ଶବ୍ଦର ଅନୁଭବକୁ ନେଇ ଓଡିଶାର ବିଭିନ୍ନ ପ୍ରାନ୍ତରୁ ସାହିତ୍ୟିକ ମାନଙ୍କ ସୃଷ୍ଟିକୁ ନେଇ ସାମାଜିକ କର୍ମୀ ସୁବ୍ରତ କୁମାର ନାୟକ 'ଆମ ବାପା 'ର ସମ୍ପାଦନା କରିଛନ୍ତି | ଆଳିର ସଫଳ ଦାମ୍ପତ୍ୟ ଯୋଡି ଧୀରେନ୍ଦ୍ର କୁମାର ମଲ୍ଲ ଏବଂ ତନୟା ମଲ୍ଲଙ୍କୁ ଉତ୍ତରୀୟ, ମାନପତ୍ର ପୁଷ୍ପଗୁଛ ଦେଇ ମୁଖ୍ୟ ଅତିଥି ବାପାବୋଉ ସମ୍ମାନ ରେ ସମ୍ବର୍ଦ୍ଧିତ କରିଥିଲେ | ଅଧ୍ୟାପିକା ମମତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ |ଉର୍ମି ସାହିତ୍ୟ ଅନୁଷ୍ଠାନର ସକ୍ରିୟ ସଭ୍ୟ ପୁଜାରିଣୀ ଜେନା, ଅୟସକାନ୍ତି ନାୟକ, ଲତାଶ୍ରୀ ଜେନା, ଟିକି ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରେଇବାରେ ସହଯୋଗ କରିଥିଲେ |
ମଣିଭଦ୍ରା ଖବର, ବାଙ୍କୀ


Post a Comment