BREAKING
Loading...
:

ସାଂସଦ ଓ ବିଧାୟକଙ୍କ ଦ୍ଵାରା ୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ. ଗ୍ରାମାଞ୍ଚଳର ବିକାଶ ବିଜେପି ସରକାରର ମୂଳ ଲକ୍ଷ୍ୟ :

 ସାଂସଦ ଓ ବିଧାୟକଙ୍କ ଦ୍ଵାରା ୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ. ଗ୍ରାମାଞ୍ଚଳର ବିକାଶ ବିଜେପି ସରକାରର ମୂଳ ଲକ୍ଷ୍ୟ : 



ଭାପୁର,୨୫/୧୦ (ବିଭୂତି ମହାପାତ୍ର) ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଓ ଖଣ୍ଡପଡ଼ା ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ଦ୍ୱାରା ଶୁକ୍ରବାର ସନ୍ଧ୍ୟାରେ ୭ଟି ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି. ଏହି ଅବସରରେ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଗୟାଧର ପରିଡା, ବ୍ଲକ ପ୍ରତିନିଧି ତୋଫାନ କୁମାର ପ୍ରଧାନ, ୧୯ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ, ଶାଳପଡା ସରପଞ୍ଚ ସନ୍ତୋଷ କୁମାର ପଣ୍ଡା, ବାଇଗୁଣିଆ ସରପଞ୍ଚ ନିରୁପମା ମହାରଣା, ଭାପୁର ସରପଞ୍ଚ ସୁରେଖା ସାହୁ, ସୋସିଆଲ ମିଡ଼ିଆ ସଭାପତି ଶଶୀଭୁଷଣ ରାଉତରାୟ, ଆଗଧାଡ଼ିର ବରିଷ୍ଠ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ. ଭାପୁର ବ୍ଲକର ବାଇଗୁଣିଆ, ଶାଳପଡା, ଭାପୁର, ବିଜିପୁର, କଇଁଫୁଲିଆ ପଞ୍ଚାୟତର ଗ୍ରାମାଞ୍ଚଳ ବିକାଶ ପାଇଁ ପ୍ରାୟ ୩୨.୫୬ ଲକ୍ଷରୁ ଉର୍ଦ୍ଧ ଟଙ୍କା ମଞ୍ଜୁର ହୋଇଛି. ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ପାଣ୍ଠିରୁ ବାଇଗୁଣିଆ ଗ୍ରାମର“ୟୁଥ୍ ସ୍ପୋର୍ଟସ କ୍ଲବ୍ ବିଲଡିଂ”ନିର୍ମାଣ ପାଇଁ ୫ ଲକ୍ଷ ଓ ବୋରଗାଁ ଗ୍ରାମର ମଧ୍ୟ ଇଂରାଜୀ ବିଦ୍ୟାଳୟ ଆଡିଶନାଲ ଗୃହ ନିର୍ମାଣ ପାଇଁ  ୬.୫୦ ଲକ୍ଷ, ଶାଳପଡା ପଞ୍ଚାୟତ ମାଣିବନ୍ଧ ଗ୍ରାମ ଭାଗବତ ଗୃହ ନିର୍ମାଣ ପାଇଁ ୩.୦୬ ଲକ୍ଷ, ଭାପୁର ଗୋପାଳ ସାହି ଗୁରୁଣ୍ଡି ଗୋପାଳ ମନ୍ଦିର ଉନ୍ନତି କରଣ ୪ ଲକ୍ଷ, ଟଙ୍କାତେଲିସାହି ଶାନ୍ତି ଘର ଠାରୁ ମଧୁ ସାହୁ ଘର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ୪ ଲକ୍ଷ, କଇଁଫୁଲିଆ ଗ୍ରାମ ତଳସାହି ଭାଗବତ ଟୁଙ୍ଗି ନିର୍ମାଣ ପାଇଁ ୬ ଲକ୍ଷ ଏବଂ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ପାଣ୍ଠିରୁ ବିଜିପୁର ଗ୍ରାମର ଅନନ୍ତେଶ୍ୱରଦେବ ମନ୍ଦିର ଉନ୍ନତି କରଣ ପାଇଁ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି. ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ସାଂସଦ ଶ୍ରୀ ମହତାବ ତାଙ୍କ ବକ୍ତବ୍ୟରେ କହିଥିଲେ ଗ୍ରାମାଞ୍ଚଳର ବିକାଶ ବିଜେପି ସରକାରର ମୂଳ ଲକ୍ଷ୍ୟ. ଗ୍ରାମାଞ୍ଚଳର ବିକାଶ ହେଲେ ଓଡିଶାର ବିକାଶ ହୋଇପାରିବ ।

ମଣିଭଦ୍ରା ଖବର, ଭାପୁର 

Post a Comment

Previous Post Next Post
Header ADS