ଗଞ୍ଜାମ ଖଲ୍ଲିକୋଟ ର ନୂଆ ସାହି ରେ ବ୍ୟାଟେରୀ ଚାଳିତ ସ୍କୁଟି ଚାର୍ଜିଂ ବେଳେ ଲାଗିଲା ନିଆଁ, ପାଖରେ ଥିବା ଗ୍ୟାସ ଟାଙ୍କି ଫାଟି ଘରର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ। ଘରେ ଥିବା ସମସ୍ତ ସଦସ୍ୟ ସୁରକ୍ଷିତ ଭାବେ ଉଦ୍ଧାର
ଖଲ୍ଲିକୋଟ ନୂଆଁ ସାହିରେ ବିଳମ୍ବିତ ରାତିରେ ଘଟିଛି ଅଘଟଣ। ସାହିର ଅଜିତ ମହାନ୍ତିଙ୍କ ଘରେ ବ୍ୟାଟେରୀ ଚାଳିତ ସ୍କୁଟି ଚାର୍ଜିଂ ପାଇଁ ବସିଥିବା ବେଳେ ଘଟିଲା ଅଗ୍ନିକାଣ୍ଡ । ସ୍କୁଟି ନିକଟରେ ରଖା ଯାଇଥିବା ଗ୍ୟାସ ଟାଙ୍କିରେ ନିଆଁ ଲାଗି ଟାଙ୍କିଟି ଫାଟି ବିରାଟ ଶବ୍ଦ ହୋଇଥିଲା। ଘରର ଲୋକମାନେ ଓ ସାହି ବାସିନ୍ଦା ଆସି ଦେଖିଲା ବେଳକୁ ତିନି ମହଲା ପର୍ଯ୍ୟନ୍ତ ନିଆଁ ବ୍ୟାପିଥିଲା। ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଓ ନିଆଁକୁ ଆୟତ କରିଥିଲେ। ଘରେ ଥିବା ଟିଭି, ଟେଲେରିଙ୍ଗ ସିଲେଇ ମେସିନ ,ଲୁଗାପଟା, ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ଭସ୍ମୀଭୂତ ହୋଇ ଯାଇଥିଲା। ଘର ଭିତରେ ଥିବା 11 ଜଣ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାରକଲା ଅଗ୍ନିଶମ ବାହିନୀ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment