BREAKING
Loading...
:

ବାଲେଶ୍ୱର ବସ୍ ଷ୍ଟାଣ୍ଡ ପାଇଁ ଜିଲ୍ଲାପାଳ ହଟହଟା

 ବାଲେଶ୍ୱର ବସ୍ ଷ୍ଟାଣ୍ଡ ପାଇଁ ଜିଲ୍ଲାପାଳ ହଟହଟା

                    


( ବାଲେଶ୍ୱର ମୋଟର ସଂଘ ସାଜିଲା ଶିଶୁପାଳ )

ବାଲେଶ୍ୱର,

                    ୨୦୧୯ ମସିହା ଠାରୁ ବାଲେଶ୍ୱର ଜ଼ିଲ୍ଲା ଘରୋଇ ବସ୍ ମାଲିକ ସଂଘ ତତ୍କାଳୀନ ସରକାର ଙ୍କ ନିକଟରେ ବାରମ୍ବାର ଫେରାଦ ହେବା ଦ୍ୱାରା ୨୦୨୦ ମସିହା ରେ ସରକାର ମୁଲଚାଲ ମାଧ୍ୟମ ରେ ଆଉ ପରିଚାଳନା ଦାଇତ୍ୱ ନ ଦେଇ ନିଲାମ ପ୍ରକିୟା ରେ ଦେବା ପାଇଁ ମନସ୍ତ କରି ଟେଂଡର ଆବାହନ କରିଥିଲେ, ମାତ୍ର ଉକ୍ତ ଟେଂଡର ରେ  ଓ.ଏସ.ଆର.ଟି.ସି ଗୋଟିଏ ସଂଘ କୁ ସୁହାଇଲା ପରି ସର୍ତ୍ତ ରଖାଥିବାକୁ ବିରୋଧ କରି ବାଲେଶ୍ୱର ଜ଼ିଲ୍ଲା ଘରୋଇ ବସ୍ ମାଲିକ ସଂଘ WP(C) 723/20 ଦ୍ୱାରା ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଙ୍କ ଦ୍ୱାରସ୍ତ ହୋଇ ଦୃଷ୍ଟି ଆକର୍ଷଣ କରିଥିଲେ, ଫଳରେ ନ୍ୟାୟାଳୟ ତୁରନ୍ତ ଟେଂଡର ପ୍ରକ୍ରିୟା ଉପରେ ରହିତାଦେଶ ଦେଇଥିଲେ | ଇତି ମଧ୍ୟ ରେ ତତ୍କାକାଳୀନ  ନବୀନ ସରକାର 5T ଯୋଜନା ମାଧ୍ୟମରେ ଉକ୍ତ ବସ୍ ଷ୍ଟାଣ୍ଡକୁ ଆମ ବସ୍ ଷ୍ଟାଣ୍ଡ ଯୋଜନାରେ ଅନ୍ତର୍ଭୁକ୍ତ କରି ନବୀକରଣ ନିମନ୍ତେ ୨୦୨୧ ମସିହା ରେ ଉନ୍ନତି ଯୋଜନା ମାଧ୍ୟମ ରେ ରାଜ୍ୟ ଗୃହ ଓ ନଗରଉନୟନ ବିଭାଗ ଦ୍ୱାରା ବାଲେଶ୍ୱର ପୌରପାଳିକା କୁ ପାଖାପାଖି ୧୦ କୋଟି ଟଙ୍କା ଅର୍ଥ ପ୍ରଦାନ କରିଥିଲେ ଓ ଉକ୍ତ ନବୀ-କରଣ କାର୍ଯ୍ୟ ୨୦୨୩ /୨୪ ରେ ସମାପ୍ତ ହୋଇଥିଲା | ଅଦାଲତ ଙ୍କ ରହିତାଦେଶ ଥିବା ଓ ପୂର୍ବ ଟେଂଡର ଫଇସଲା ହୋଇନଥିବା ସତ୍ୱେ ୨୦୨୪ ରେ ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ଭାଉସାହେବ ସିନ୍ଧେ ଉକ୍ତ ବସ୍ ଷ୍ଟାଣ୍ଡ ଟି ହାଇକୋର୍ଟଙ୍କ ନିର୍ଦେଶ କୁ ବେଖାତିର କରି ବେଆଇନ ଭାବେ ନୂତନ ଟେଂଡର ଆଗତ କରୀ ପୁଣି ସେହି ସମ ପ୍ରକାର ଗୋଟିଏ ସଂସ୍ଥା କୁ ସୁହାଇଲା ଭାଳି ସର୍ତ୍ତ ରଖି ବାଲେଶ୍ୱର ମଟର ସଂଘକୁ ଦେବାପାଇଁ ଆଦେଶ କରିଥିଲେ |

                 ଉକ୍ତ ଆଦେଶନାମା କୁ ୧୧/୦୨/୨୦୨୫ ରେ ନୂତନ ଜିଲ୍ଲପାଳ ଆଂଶିକ କାର୍ଯ୍ୟକ୍ଷମ କରିବା ପାଇଁ ଆଦେଶପାତ୍ର ଜାରି କରିଥିଲେ | ଏହାକୁ ବାଲେଶ୍ୱର ଜ଼ିଲ୍ଲା ବସ୍ ମାଲିକ ସଂଘ ବିଭନ୍ନ ସ୍ତର ରେ ବିରୋଧ କରି ପୁନଃଶ୍ଚ WP(C) NO 9616/25 ମାଧ୍ୟମରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରସ୍ତ ହୋଇଥିଲେ | 

ଫଳରେ ମାନ୍ୟବର ଅଦାଲତ ତୁରନ୍ତ ରହିତାଦେଶ ଦେଇ ଘରୋଇ ବସ୍ ମାଲିକ ସଂଘ ଦେଇଥିବା ଅଭିଯୋଗ କୁ ଜିଲ୍ଲାପାଳ ଏକ ମାସ ମଧ୍ୟ ରେ ବିଚାର କରି  ଅଦାଲତ ଙ୍କୁ ଅବଗତ କରାଇବା ପାଇଁ ନିର୍ଦେଶ ଦେଇଥିଲେ.  ଉକ୍ତ ନିର୍ଦ୍ଧେଶନାମା ପରେ ଜିଲ୍ଲାପାଳ ବିଚାରକରି ତା. ୧୩/୦୬/୨୫ ରେ ବାଲେଶ୍ୱର ମୋଟର ସଂଘ କୁ ଦିଆ ଯାଇଥିବା ଉକ୍ତ ଟେଣ୍ଡର କୁ ଖାରଜ କରିଦେଇଥିଲେ. ମାତ୍ର ଉକ୍ତ ବିଚାରପ୍ରକ୍ରିୟା ଚାଲିରହିଥିବା ଓ ରହିତାଦେଶ ଥିବା ସମୟ ରେ ଜିଲ୍ଲାପାଳ ମୋହାଦାୟ ତା ୦୬/୧୦/୨୫ ଦିନ ବେଆଇନ ଭାବେ ଉକ୍ତ ବସ୍ ଷ୍ଟାଣ୍ଡ  ପରିଚାଳନା ନିମନ୍ତେ ପୁନଃ ବାଲେଶ୍ୱର ମୋଟର ସଂଘ କୁ ଅସ୍ଥାୟୀ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ,ମାତ୍ର ଏହାକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଏକ ଲିଖିତ ଅଭିଯୋଗ ପତ୍ର ଜିଲ୍ଲାପାଳ ଙ୍କୁ ଦେଇଥିଲେ. ବଡ଼ ରୋଚକ କଥା ଟି  ହେଉଛି,  ତା ୧୫/୧୦/୨୫ ରେ ବାଲେଶ୍ୱର ମୋଟର ସଂଘ ର ମୁଖ୍ୟ ଧୁକୁଡି ମିଶ୍ର, ବାବୁ ଷଢଙ୍ଗୀ, ବାବୁଲି ପ୍ରଧାନ ଓ rto ଦଲାଲ ଜେନା ମିଶି  କାର୍ଯ୍ୟାଦେଶ ପାଇଥିବା ଖୁସି ରେ ବାଣ, ବାଜା ଓ ଗେଣ୍ଡୁ ମାଳ ପିନ୍ଧି ଏକ ବିରାଟ ପଟୁଆର ଧରି ଜିଲାପାଳ ଙ୍କ କାର୍ଯ୍ୟାଳୟ କୁ ନିର୍ଦ୍ଧେଶନାମା ଆଣିବାପାଇଁ ଯାଇଥିଲେ ମାତ୍ର ଜିଲ୍ଲାପାଳ କାର୍ଯ୍ୟ ନିର୍ଦ୍ଧେଶନାମା ଦେବା ବଦଳରେ କାର୍ଯ୍ୟ ରହିତାଦେଶ (Work is put on Hold ) ନିର୍ଦ୍ଧେଶନାମା ପତ୍ର ଧରାଇଦେଇ କାର୍ଯ୍ୟାଳୟ ରୁ ବାହାରିଯିବା ପାଇଁ କହିଥିଲେ. ଫଳରେ ଶିଶୁପାଳ ହୋଇ ଘର ବାହୁଡା଼ ହେଉଥିବା ବେଳେ ବାଜାବାଲା ର ପାଉଣା କିଏ ଦେବ ବୋଲି ଭାଳେଣି ପଡିଥିବାବେଳେ ବାଣ ବାଲା ପାଉଣା ନ ପାଇ ଷଢଙ୍ଗୀ ବାବୁ ଙ୍କୁ ଅସଭ୍ୟ ଭାଷା ରେ ଗlଳିଗୋଲାଜ କରିଥିବା ର  ପ୍ରତାକ୍ଷ ଦର୍ଶୀ ଙ୍କ ମଧ୍ୟରେ କୁହାକୁହି ହଉଥିବାର ଖବର ମିଳିଛି. ଜିଲ୍ଲାପାଳ ଦେଇଥିବା ଅସ୍ଥାୟୀ କାର୍ଯ୍ୟାଦେଶ କୁ ଅନିର୍ଦିଷ୍ଟ କାଳ ପାଇଁ ସ୍ଥଗିତଦେଶ ଦେଇଥିବା ର ପତ୍ର ଆମ୍ଭ କୁ ହସ୍ତଗତ ହୋଇଅଛି. ତେବେ ଜିଲ୍ଲାପାଳ ଙ୍କ ଏହିପ୍ରକାର ବେଆଇନ ଓ ଅସମ୍ବିଧାନିକ କାର୍ଯ୍ୟ କୁ ନେଇ ଜିଲ୍ଲା ଠାରୁ ରାଜ୍ୟ ମୁଖ୍ୟାଳୟ ପର୍ଯ୍ୟନ୍ତ ଚର୍ଚ୍ଚା ର ବିଷୟ ସାଜିଥିବା ବେଳେ କେଉଁ ଅଦୃଶ୍ୟ ଶକ୍ତି ର ବଶବର୍ତ୍ତୀ ହୋଇ ଜିଲ୍ଲାପାଳ ଏହିପରି ଅନୁକମ୍ପା ମୂଳକ ବେଆଇନ କାର୍ଯ୍ୟ କରିଛନ୍ତି  ଯାହା ସାଧାରଣ ଜନତା ଙ୍କ ମନ ରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ କିଛିକଂଶ ରେ ମଧୁଚନ୍ଦ୍ରିକା ର ବାସ୍ନା ମଧ୍ୟ ବାରିହୋଇପଡୁଥିବାର ଲୋକେ କୁହାକୁହି ହେଉଛନ୍ତି. ମାତ୍ର ଯାହାବି ହଉନା କାହିଁକି କିଛିଦିନ ତଳେ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ  ଖବରକାଗଜ ରେ ପ୍ରକାଶିତ ଖବର ଅନୁଯାଇ ଇଲିସି ଓ ପଚା ଚିଙ୍ଗୁଡ଼ି ଉପାଖ୍ୟାନ ଟି ସମ୍ପୂର୍ଣ ଓଲଟା ପଡିଯାଇଛି ଏବଂ ମୋଟର ସଂଘ ର ସମ୍ପାଦକ ବାବୁ ଷଢଙ୍ଗୀ ଓ ତାଙ୍କ ଦଳ ମାସ ତଳ ର ପଚା ଚିଙ୍ଗୁଡ଼ି ଖାଇବା ବେଳେ ବାଲେଶ୍ୱର ଘରୋଇ ବସ୍ ମାଲିକ ସଂଘ ର ସଭାପତି ବାଦଲ ଦାସ ଓ ସଦସ୍ୟ ମାନେ ବାଂଲାଦେଶ ରୁ ଆମଦାନୀ ହଉଥିବା ସୁନା ଇଲିସି ଖାଉଛନ୍ତି. ଯାହାବି ହେଉ କଥାରେ ଅଛି "ପକାଇଥିବା ଛିପକୁ ଚାଟିବା ବେହିଆମୀ ର ପରିଚୟ ".

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS