BREAKING
Loading...
:

ବିଦ୍ୟୁତବିଭାଗର ମନମୁଖୀ କାର୍ଯ୍ୟ ଯୋଗୁଁ ଗୋଟିଏ ଗାଁର ଅଧିକାଂଶ ପରିବାର ବିଦ୍ୟୁତସେବା ପାଇବାରେ ସମସ୍ୟା

 ବିଦ୍ୟୁତବିଭାଗର ମନମୁଖୀ କାର୍ଯ୍ୟ ଯୋଗୁଁ ଗୋଟିଏ ଗାଁର ଅଧିକାଂଶ ପରିବାର ବିଦ୍ୟୁତସେବା ପାଇବାରେ ସମସ୍ୟା



ଦଶପଲ୍ଲା (ମଣିଭଦ୍ରା ଖବର) ଆଜିଦିନ ୧ଟା ପରଠାରୁ ଦଶପଲ୍ଲା ବ୍ଲକ ଟାକରା ପଂଚାୟତର ଗୋପାଳପୁର ଗାଁର ପ୍ରାୟ ୧୦ରୁ ଉର୍ଧ୍ଵ ପରିବାର ବିଦ୍ୟୁତ ସେବା ପାଇବାରୁ ବଂଚିତ। ଯଦିବା ବିଦ୍ୟୁତ ରହିଛି କିନ୍ତୁ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହେଉନାହିଁ ଡିମ ଆଲୁଅରେ ଚାଲିଛି ବିଦ୍ୟୁତ ସେବା। ଯେଉଁଥିପାଇଁ ବିଭିନ୍ନ ସମସ୍ୟା ଭୋଗୁଛନ୍ତି ପରିବାର। ଟାକରା ଅଞ୍ଚଳରେ ବିଦ୍ୟୁତ ଲାଇନ କାର୍ଯ୍ୟ କରୁଥିବା ୨ଜଣ କର୍ମଚାରୀ ଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିବା ବେଳେ ସେ କହିଥିଲେ ଆସନ୍ତା କାଲି ଦେଖିବା କଣ ହୋଇଛି। ସୂଚନା ଥାଉକି ଜଣେ କର୍ମଚାରୀ ଙ୍କ ପାଖକୁ ସନ୍ଧ୍ୟା ୬ ଟା ସମୟରେ ଫୋନ କରିଥିବା ବେଳେ ସେ ଫୋନ ଉଠାଇନଥିଲେ ଏବଂ ଏବେ ଜଣାଉଛନ୍ତି କାଲି କରାଯିବ। ଏ ସମ୍ପର୍କରେ ଦଶପଲ୍ଲା ଟିପିସିଓଡ଼ିଏଲର ଜେ. ଇ ଓ ଏସଡିଓ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିବା ବେଳେ ଅଧିକାରୀ ଫୋନ ଉଠାଇନଥିବା ଜଣାପଡ଼ିଛି। ତେବେ ପ୍ରଶ୍ନଉଠେ ବର୍ଷା, ପବନ କିଛି ନ ହୋଇ ମଧ୍ୟ ବିନା କାରଣରେ ବିଦ୍ୟୁତ ସମସ୍ୟା ଦେଖାଦେବା ଓ ଗୋଟିଏ ଦିନ ପରେ କାର୍ଯ୍ୟ କରିବା ପାଇଁ କର୍ମଚାରୀ କହିବା ଏହା ହାସ୍ୟାସ୍ପଦରେ ପରିଣତ ହେବା ସହିତ ବିଦ୍ୟୁତ ବିଭାଗ କର୍ମଚାରୀ ଜନସାଧାରଣ ଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେବାରେ କେତେ ଯତ୍ନବାନ ତାହା ସ୍ପଷ୍ଟ ବାରୀ ହୋଇପଡୁଛି।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS