କଇଥଖୋଲା ରାଜସ୍ୱ ସୁପରଭାଇଜର ଆରଆଇଙ୍କୁ ଗାଦି ଛାଡିବାକୁ ନାରାଜ....
(ଆରଆଇ ବସୁଛନ୍ତି ପିଅନଙ୍କ ସ୍ଥାନରେ)
ଭଦ୍ରକ, :– ଏହି ଜିଲାର ଚାନ୍ଦବାଲି ତହସିଲରେ ବିଚିତ୍ର ନୀତି । କେଉଁଠି ଆର ଆଇ ଥିବା ସତ୍ୱେ ସହକାରୀ ଆର ଆଇ ନାହାନ୍ତି ତ ଆଉ କେଉଁଠି ସହକାରୀ ଆର ଆଇ ଥିବା ବେଳେ ମଧ୍ୟ କୌଣସି କାର୍ଯ୍ୟ ହୋଇ ପାରୁନାହିଁ । ଏଭଳି ବିଚିତ୍ର ନୀତିରେ ଚାନ୍ଦବାଲି ତହସିଲ ଇତିହାସ ପାଲଟିଛି । ଏଭଳି ଏକ ମନୋରମ ଦୃଶ୍ୟ ଦେଖିବାକୁ ମିଳିଛି କଇଥଖୋଲା ଠାରେ ଥିବା ରାଜସ୍ୱ ନିରୀକ୍ଷକଙ୍କ ଅଫିସରେ । ପ୍ରାପ୍ତ ଖବର ଅନୁଯାଇ କଇଥଖୋଲା ରାଜସ୍ୱ ଅଧିକାରୀ ଭାବେ ଶରତ ଦାସଙ୍କୁ ନିଯୁକ୍ତି ମିଳିଥିଲା । ପରେ ତାଙ୍କର ରାଜସ୍ୱ ନିରୀକ୍ଷକରୁ ସୁପରଭାଇଜର ପଦବୀକୁ ପଦୋନ୍ନତି ହୋଇଗଲା । ପରେ ଏହାକୁ ଦୃଷ୍ଟିରେ ରଖି ଲକ୍ଷ୍ମଣ ମାଝୀ ନାମକ ବ୍ୟକ୍ତିଙ୍କୁ କଇଥଖୋଲା ଆର ଆଇ ଭାବେ ନିଯୁକ୍ତି ପ୍ରଦାନ କରାଗଲା । ଇତି ମଧ୍ୟରେ ଦୀର୍ଘ ୧ ମାସ ବିତିଯାଇଥିଲେ ମଧ୍ୟ ସଂପୃକ୍ତ ସୁପରଭାଇଜର ଶରତ ଦାସ ନିଜର ସ୍ଥାନ ଛାଡିବାକୁ ନାରାଜ । ସଂପୃକ୍ତ ବ୍ୟକ୍ତି ଜଣକ କଇଥଖୋଲା ଆର ଆଇ ଙ୍କ ଚେୟାର ଛାଡିବାକୁ ନାରାଜ ଫଳରେ ଅନ୍ୟ ଉପାୟ ନ ପାଇ ସଂପୃକ୍ତ ଆର ଆଇ ଲକ୍ଷ୍ମଣ ମାଝୀ ନିଜର ଚେୟାର ବଦଳରେ ପିଅନଙ୍କ ପାଇଁ ଉଦିଷ୍ଟ ଚେୟାରରେ ବସି ରହୁଛନ୍ତି । ରୋଚକର ବିଷୟ ଏହିକିଯେ ସଂପୃକ୍ତ ରାଜସ୍ୱ ସୁପରଭାଇଜରଙ୍କୁ ଏପରି କି ନିଶା ଘାରିଛି ସେ ଆର ଆଇଙ୍କ ଚେୟାର ମୋହ ଛାଡି ପାରୁ ନାହାନ୍ତି । ତୁରନ୍ତ ଚାନ୍ଦବାଲି ତହସିଲଦାର ଭବତୋଷ ମଲିକ ଏଥିପ୍ରତି ଦୃଷ୍ଟି ଦେବା ସହ ଆଦିବାସୀ ସଂପ୍ରଦାୟର ଆର ଆଇ ଲକ୍ଷ୍ମଣ ମାଝୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment