ବହଳଦା ପୋଲିସ କବଜାରେ ୪ ଜଣ ଆନ୍ତଃଜିଲ୍ଲା ଦୁର୍ଦାନ୍ତ ଡକାୟତ ।
ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ସୂଚନା- -ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଭୁକ୍ତ ଗମ୍ମରିଆ ଗ୍ରାମରେ ରାତିରେ କାହ୍ନୁ ନଦୀ ପୋଲ ପାଖରେ ଏକ ଧଳା ରଙ୍ଗର କାର ରାସ୍ତା ଉପରେ ରଖି କିଛି ଯୁବକ ସନ୍ଦେହଜନକ ଅବସ୍ଥାରେ ଚଳାଚଳ କରୁଥିଲେ ।ଏହାକୁ କିଛି ଅଜଣା ଲୋକ ଦେଖି ଏମାନଙ୍କ ହାବଭାବ କୁ ସନ୍ଦେହ କରି ଵହଳଦା ପୋଲିସକୁ ଜଣାଇଥିଲେ ।ଜିଲ୍ଲା ଆରକ୍ଷୀ ଏବଂ ଅତିରିକ୍ତ ଆରକ୍ଷୀ ଯଦୁନାଥ ଯେନାଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ,ଵହଳଦା ଥାନାଧିକାରୀ ଭାସ୍କର ଚନ୍ଦ୍ର ପ୍ରଧାନ ଜାଲ ବିଛାଇ ଦୁର୍ଦାନ୍ତ ଅପରାଧୀ ମାନଙ୍କୁ ଚାରିପଟୁ ଘେରି ଧରିବାରେ ସଫଳ ହୋଇଥିଲେ ।ତଦସହ ସେମାନଙ୍କ ପାଖରେ ଥିବା ସମସ୍ତ ଅସ୍ତ୍ରଶସ୍ତ୍ର ଜବତ କରିଥିଲେ । ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କଚ କାର୍ଯ୍ୟାଳୟରେ ଏକ ଖଵରଦାତା ସମ୍ମିଳନୀ ଆୟୋଜିତ ହୋଇଥିଲା ।ଏଥିରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଯେନା ,ଏସଡିପିଓ ଗୋକୁଳାନନ୍ଦ ସାହୁ ,ଵହଳଦା ଥାନାଧିକାରୀ ଭାସ୍କର ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଯେନା କହିଥିଲେ ଧରାପଡ଼ିଥିବା ୪ ଜଣ ଆନ୍ତଃ ରାଜ୍ୟ ଦୁର୍ଦାନ୍ତ ଡକାୟତ ସେମାନେ ଯାଜପୁର,କଳିଙ୍ଗନଗର, କୋରେଇ,ରାଜ୍ୟ ଓ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଡକାୟତି କରିଥିବା ନେଇ ଥାନାରେ ୨୦ ରୁ ଉର୍ଦ୍ଧ୍ବ ମାମଲା ରୁଜୁ ରହିଛି ।ସେହି ୪ ଜଣ ହେଲେ ମନୋଜ ପାତ୍ର (୩୫)ଘର- କରଞ୍ଜିଆ ଅଞ୍ଚଳର ବର୍ମା ଗ୍ରାମ, ବନ୍ଦନ ପଣ୍ଡା (୨୨) କରଞ୍ଜିଆ ଅଞ୍ଚଳର ଗଡ଼ସାହି ଗ୍ରାମ,କୁନା ଷୁଣ୍ଢି (୨୫) ଯାଜପୁର ରୋଡ଼ ଅଞ୍ଚଳର ମରମଛାଇ ଗ୍ରାମ ଏଵଂ ରାଜେଶ ଡାଙ୍ଗ(୨୭) ଘର ଯାଜପୁର ରୋଡ଼ ଅଞ୍ଚଳର ଧଵଳଗିରି ଗ୍ରାମରେ।ସେମାନଙ୍କ ପାଖରୁ ବହୁ ଡକାୟତ ସାମଗ୍ରୀ ଜବତ କରାଯାଇଥିଲା ।ଜବତ ସାମଗ୍ରୀ ଗୁଡିକ ହେଲା ଟି- ୭.୬୫ ଏମ ଏମ୍ ପିଷ୍ଟଲ,ଗୋଟେ ଲୋଡେଡ ମାଗାଜିନ୍,ଧଳା ରଙ୍ଗର ମାରୁତି ଏର୍ଟିଜା ( ଓଡି୦୨ସି ଡବ୍ଲ୍ଯୁ୩୯୭୬),ଵ୍ଲୁ ରଙ୍ଗର ଭିଭୋ ମୋବାଇଲ,ଗୋଲ୍ଡେନ କଲର୍ ସାମସଙ୍ଗ ମୋବାଇଲ,ଆକାଶିଆ ରଙ୍ଗର ଭିଭୋ ମୋବାଇଲ,୩ ଟି ଭୁଜାଲି, ଗୋଟିଏ ଲାଠି, ୨ ପକେଟ ଲଙ୍କାଗୁଣ୍ଡ, ଗୋଟିଏ କଳା ରଙ୍ଗର ମଙ୍କି କେପ୍ ଜବତ କରିଛନ୍ତି।ଅତିରିକ୍ତ ଜିଲ୍ଲା ଆରକ୍ଷୀ କହିଲେ ପୋଲିସକୁ ଖବର ଦେଇଥିବା ଅଜଣା ବ୍ୟକ୍ତି ଏବଂ ଏସଡିପିଓ ଗୋକୁଳାନନ୍ଦ ସାହୁ ,ଵହଳଦା ଥାନାଧିକାରୀ ଭାସ୍କର ଚନ୍ଦ୍ର ପ୍ରଧାନଙ୍କ ତ୍ୱରିତ ପଦକ୍ଷେପ ଏବଂ ମିଳିତ ଚଢାଉ ଯୋଗୁଁ ଏକ ବଡ଼ ଡକାୟତ ଉଦ୍ୟମ ପଣ୍ଡ ହେଲା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق