ରାଇରଙ୍ଗପୁର ବନଖଣ୍ଡସ୍ତରୀୟ ବାର୍ଷିକ ସମୀକ୍ଷା ବୈଠକ ଅନୁଷ୍ଠିତ
ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧିନସ୍ଥ ସ୍ଥାନୀୟ ମହତାବ ଭବନ ଠାରେ ରାଇରଙ୍ଗପୁର ବନଖଣ୍ଡସ୍ତରୀୟ ବାର୍ଷିକ ସମୀକ୍ଷା ବୈଠକ ୨୦୨୪-୨୫ ସଭାପତି ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ସୁବ୍ରତ କୁମାର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ଯଅତିଥି ଭାବେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ମୁଖ୍ଯବକ୍ତା ରୂପେ ବାମନଘାଟୀ ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଏଡିଏମ୍ ସୁଚାରୁ କୁମାର ବଳ, ଏସପିଏମ ଓଏଫ୍ଏସଡିପି -୨ ବିଶ୍ବଜିତ ସାହୁ, ଏସିଏଫ୍ ରଂଜନ କୁମାର ବେହେରା, ପ୍ରଭାକର ମଲ୍ଲିକ ଓ ବିଜ୍ଞାନ ଶିକ୍ଷକ ରଂଜନ କୁମାର ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ I ସଭାପ୍ରାରମ୍ଭରେ ଅତିଥିଗଣଙ୍କୁ ପୁଷ୍ପଗୁଛ ଓ ଉପଢୋକନ ଦେଇ ସମ୍ମାନିତ କରାଗଲା ପରେ ସେମାନେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ପ୍ରଦୀପ ପ୍ରଜ୍ଜଳନ କରିଥିଲେ I ସଭାପତି ଡିଏଫ୍ଓ ସୁବ୍ରତ କୁମାର ପାତ୍ର ସଭାପତିତ୍ବ ବକ୍ତବ୍ଯ ପ୍ରଦାନ କରିଥିଲେ I ମୁଖ୍ଯବକ୍ତା ବାମନଘାଟୀ ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ ନିଜର ଓଜସ୍ବନୀ ଭାଷଣରେ ଜଙ୍ଗଲ ର ସୁରକ୍ଷା ନିତାନ୍ତ ଆବଶ୍ଯକ I ଏଥିପାଇଁ ବନ ସୁରକ୍ଷା ସମିତିମାନଙ୍କର ଭୂମିକା ଅତୁଳନୀୟ କହିଥିଲା ବେଳେ ଏଡିଏମ୍ ସୁଚାରୁ କୁମାର ବଳ ନିଜ ବକ୍ତବ୍ଯରେ କହିଥିଲେ ଜଙ୍ଗଲ କ୍ଷୟ ହେଲେ ବନ୍ଯଜନ୍ତୁମାନଙ୍କ ଉପରେ ପ୍ରଭାବ ପକାଇଥାଏ I ଏଣୁ ବନ୍ଯବିଭାଗ ଏଥିପ୍ରତି ସଜାଗ ହେବା ଉଚିତ ବୋଲି କହିଥିଲେ I ମୁଖ୍ଯ ଅତିଥି ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ କହିଥିଲେ ଯେ ଜଙ୍ଗଲ ସୁରକ୍ଷା ରହିଲେ ଜୀବଜନ୍ତୁ ସୁରକ୍ଷିତ ହୋଇପାରିବ I ଜଳବାୟୁ ର ପରିବର୍ତ୍ତନ ମଧ୍ଯ ସିଧାସଳଖ ପ୍ରଭାବ ପକାଇଥାଏ I ବନକୁ ନିଆଁ ଲଗାଇବା ନାହିଁ ଅବା ଜଙ୍ଗଲକୁ କାଟିବା ନାହିଁ I ବନଖଣ୍ଡ ରେ ବନ ସୁରକ୍ଷା ସମିତି ଗଠନ କରାଯାଇଛି , ସେମାନେ ଏଥିପ୍ରତି ଯତ୍ନବାନ ରହିବେ I ଆଗାମୀ ଦିନରେ ଜଙ୍ଗଲକୁ କିପରି ସବୁଜ ସୁନ୍ଦର କରାଯାଇପାରିବ , ଶିମିଳିପାଳ ଜାତୀୟ ଉଦ୍ଯାନର ସୁରକ୍ଷା କରିବା ତଥା ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିରହିପାରିବା ବୋଲି କହିଥିଲେ I ଉକ୍ତ ବୈଠକରେ ଭିଡିଓ ମାଧ୍ଯମରେ ବନ୍ଯ ସୁରକ୍ଷା ସମ୍ପର୍କରେ ପ୍ରଦର୍ଶିତ ହୋଇଥିଲା I ଏହାପରେ ଏଏଚ୍ଓ ସୂର୍ଯ୍ଯକାନ୍ତ ମଲ୍ଲିକ, ଏଏଓ ଅଙ୍କିତା ନାୟକ, ଫାୟାର ଷ୍ଟେସନର ସୁନ୍ଦର ସୋରେନ, ଆଇଟିଡିଏ ପ୍ରକଳ୍ପ ପରିଚାଳକ ସ୍ବର୍ଣ୍ଣପ୍ରଭା ଦାଶ, ଏସଡିଭିଓ ସୁଶାନ୍ତ କୁମାର ସିଂ ବନ୍ଯ ସମ୍ପଦ ଉପରେ ସୁଚିନ୍ତିତ ବକ୍ତବ୍ଯ ଦେବା ପରେ ବନ୍ଯ ସୁରକ୍ଷା ସମିତିର ପ୍ରତିନିଧିଦଳ ମଣଦା ଏଫ୍ଏମୟୁ ର ଲକ୍ଷ୍ମଣ ମାର୍ଣ୍ଡି, ବହଳଦା ଏଫ୍ଏମୟୁ ର ଗୁରୁଚରଣ ମୁନ୍ଦନି, ରାଇରଙ୍ଗପୁର ଏଫ୍ଏମୟୁ ପଲବିନି ମହାନ୍ତ ଓ ମନମୋହନ ମାଝୀ ତଥା ବାଦାମପାହାଡ ଏଫ୍ଏମୟୁ ର ପୂର୍ଣ୍ଣମୀ ପୂର୍ତ୍ତୀ, ଭବବେନ୍ଦ୍ର ମହାନ୍ତ ପ୍ରମୁଖ ବନ ଉପରେ ସୁପରାମର୍ଶ ପ୍ରଦାନ କରିଥିଲେ I ଏଥିରେ ବିଭିନ୍ନ ଲାଇନ ବିଭାଗର ଅଫିସରଗଣ, ବନ୍ଯ କର୍ମଚାରୀ, ଫରେଷ୍ଟଗାର୍ଡ, ରେଂଜର, ବନସାଥୀ ଓ ବନ ସୁରକ୍ଷା ସମିତିର ସଭ୍ଯସଭ୍ଯା ତଥା ସ୍ଥାନୀୟ ଲୋକେ ଉପସ୍ଥିତ ରହିଥିଲେ I ଉକ୍ତ ଭବ୍ଯ ସଭାକୁ ବିଜ୍ଞାନ ଶିକ୍ଷକ ରଂଜନ କୁମାର ନନ୍ଦ ପରିଚାଳନା କରିଥିବା ବେଳେ ଏସିଏଫ୍ ପ୍ରଭାକର ମଲ୍ଲିକ ଧନ୍ଯବାଦ ଅର୍ପଣ କରିଥିଲେ I
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment