ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ
ଖଣ୍ଡପଡ଼ା ୧୪|୧୦ (ମଣିଭଦ୍ରା ଖବର) ଖଣ୍ଡପଡ଼ା ଅଞ୍ଚଳର ଜଣେ ସୁଲେଖକ ଓ ଶିକ୍ଷାବିତ ଭାବେ ପରିଚିତ ଗୋପୀନାଥ ପ୍ରଧାନଙ୍କ ଦ୍ବାରା ଲିଖିତ ୨ ଟି ପୁସ୍ତକର ଉନ୍ମୋଚନ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଂଘ କାର୍ଯ୍ଯାଳୟ ପରିସରରେ ଆୟୋଜିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଓ ମାନ୍ଯଗଣ୍ଯ ବ୍ଯକ୍ତିବିଶେଷ ଯୋଗଦେଇଥିଲେ।ଗଡଜାତ ଖଣ୍ଡପଡ଼ାର ଲୋକପ୍ରିୟ ରାଜା ଦିବଂଗତ ବିଭୂତିଭୂଷଣ ସିଂହ ମର୍ଦ୍ଦରାଜଙ୍କୁ ଶ୍ରଦ୍ଧାଞ୍ଜଳି ଓ 'ଶିବ-ଶକ୍ତି ମହିମା' ଶିର୍ଷକ ୨ ଟି ପୁସ୍ତକ ଉନ୍ମୋଚିତ ହୋଇଥିବା ଜଣାଯାଇଛି।ସମାଜସେବୀ ରବିନ୍ଦ୍ର କୁମାର ପ୍ରଧାନ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।ସୂଚନାଯୋଗ୍ଯ ଶିକ୍ଷାବିତ ଶ୍ରୀଯୁକ୍ତ ପ୍ରଧାନ ଶିକ୍ଷକତା ବୃତ୍ତିରୁ ଅବସରଗ୍ରହଣ କରିବା ପରେ ସର୍ବମୋଟ ୧୨ ଗୋଟି ପୁସ୍ତକ ଲେଖିଥିବା ଜଣାପଡିଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା


Post a Comment