ଜୟ ଢୋଲକିଆଙ୍କ ନାଁ ଚୂଡ଼ାନ୍ତ, ଖାଲି ଘୋଷଣା ବାକି, ୧୬ରେ ଭରିବେ ନାମାଙ୍କନ!
ଭୁବନେଶ୍ୱର,-: ନୂଆପଡ଼ା ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ମାହୋଲ ସେତିକି ସରଗରମ୍ ହେଉଛି। ଏହି ପରିପ୍ରେକ୍ଷୀରେ ଭାଜପା ରାଜ୍ୟସଭା ଏମ୍ପି ସୁଜିତ କୁମାର ଏକ ବଡ଼ ସୂଚନା ଦେଇଛନ୍ତି। ନିର୍ବାଚନ ରଣାଙ୍ଗନରେ କିଛି ଦିନତଳେ ମିଶିଥିବା ଜୟ ଢୋଲକିଆଙ୍କୁ ଭାଜପା ପ୍ରାର୍ଥୀ କରିବା ଚୂଡ଼ାନ୍ତ ହୋଇଥିବା ବେଳେ ଖାଲି ନାମ ଘୋଷଣା ବାକି ରହିଛି ବୋଲି ସୁଜିତ କହିଛନ୍ତି।
ଅନ୍ୟପକ୍ଷେ ଆସନ୍ତା ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଜପା ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ରହିବା ସହ ବିଶାଳ ସମାବେଶ କରିବେ। ସମାବେଶରେ ଦୁଇ ହଜାରରୁ ଅଧିକ ବିଜେଡି ଏବଂ କଂଗ୍ରେସ କର୍ମୀ ଭାଜପାରେ ସାମିଲ ହେବେ ବୋଲି ରାଜ୍ୟସଭା ଏମ୍ପି କହିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق