ଚାରି ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର
ବନ ବିଭାଗର ବେପରୁଆ ମନୋଭାବ
ମହାକାଳପଡ଼ା, -:
ମହାକାଳପଡ଼ା ବ୍ଲକ ସୁନୀତି ପଞ୍ଚାୟତର ବେଣାକନ୍ଧା ଗ୍ରାମରୁ ଆଜି ଏକ ୪ଫୁଟିଆ କୁମ୍ଭୀର ଉଦ୍ଧାର ହୋଇଥିବାର ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ସକାଳ ପ୍ରାୟ ୭ଟା ବେଳେ ଏହି ଗ୍ରାମର ତପନ କୁମାର ପାଟାଙ୍କ ବାଡିରେ ଦିଆଯାଇଥିବା ଜାଲରେ ଏକ କୁମ୍ଭୀର ଲାଗିଥିଲା । ତପନ ଏହା ଦେଖି ନିକଟସ୍ଥ ଜଗରୀଜୋର ବନବିଭାଗକୁ ଖବର ଦେଇଥିଲେ । ବନ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି କୁମ୍ଭୀରଟିକୁ ଉଦ୍ଧାର କରିଥିଲେ । ଦୁଃଖର ବିଷୟ ଚଳପ୍ରଚଳ ଜନବସତି ନିକଟରେ ଥିବା ଗୋବରୀ ନଈରେ ବନବିଭାଗ ବେଆଇନ୍ ଭାବରେ କୁମ୍ଭୀରଟିକୁ ଛାଡିଦେଇ ଥିବା ଜଣାପଡିଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق