ପ୍ରଭୁ ଗୋକୁଳାନନ୍ଦଜୀଉଙ୍କ ପୀଠରେ ଶ୍ରୀଭାଗବତ ଜନ୍ମ ଉତ୍ସବ
ଖଣ୍ଡପଡ଼ା ୭|୯ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ବ୍ଲକ ଅଧିନ ସିଧାମୂଳା ଗ୍ରାମସ୍ଥିତ ପ୍ରଭୁ ଗୋକୁଳାନନ୍ଦଜୀଉଙ୍କ ପୀଠରେ ଶ୍ରୀ ଭାଗବତ ଜନ୍ମ ଉତ୍ସବ ରବିବାର ପାଳିତ ହୋଇଯାଇଛି।ପ୍ରାତଃକାଳରେ ବିଗ୍ରହଙ୍କ ନୀତିକାନ୍ତି ସମ୍ପନ୍ନ ପରେ ପାରମ୍ପରିକ ପ୍ରଥାନୁଯାୟୀ ଶ୍ରୀ ଭାଗବତଙ୍କ ଜନ୍ମ ଉତ୍ସବ ନୀତି ପାଳିତ ହୋଇଥିଲା। ଏ ଅବସରରେ ତାଳପତ୍ର ଭାଗବତ ପୋଥିରେ ନବବସ୍ତ୍ର ପରିଧାନ ସହ ପୂଜାପାଠ,ନାମ ସଂକୀର୍ତ୍ତନ,ହୋମଯଜ୍ଞ ଆଦି ମାଙ୍ଗଳିକ କାର୍ଯ୍ୟ କରାଯାଇ ଭାଗବତ ପାଠ କରାଯାଇଥିଲା। ମୁଖ୍ଯ ପୁରୋଧା ଭାବେ ବିରୁପାକ୍ଷ ମିଶ୍ର ସମସ୍ତ ଦାୟୀତ୍ବ ତୁଲାଇଥିଲେ।ଯଜ୍ଞର ପୂର୍ଣ୍ଣାହୁତି ଉତ୍ସବରେ ମନ୍ଦିର ପରିସରରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।ଗୋକୁଳାନନ୍ଦଜୀଉଙ୍କ ମନ୍ଦିର କମିଟିର ସଂପାଦକ ଚନ୍ଦ୍ରଶେଖର ସ୍ବାଇଁଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ଯକ୍ରମକୁ ସଫଳ କରିବାରେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଓ ମନ୍ଦିର କମିଟିର ସଦସ୍ଯମାନେ ସକ୍ରୀୟ ସହଯୋଗ କରିଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା
Post a Comment