୫- ଜି ନେଟୱାର୍କ ସେବାରୁ ବଞ୍ଚିତ ରୟତ ଢୋଲମରା ପଞ୍ଚାୟତବାସୀ
ଖଣ୍ଡପଡ଼ା ୭|୯ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର):ଖଣ୍ଡପଡ଼ା ବ୍ଲକ ଅଧିନ ରୟତି ଢୋଲମରା ପଞ୍ଚାୟତବାସୀଙ୍କୁ ୫- ଜି ନେଟୱାର୍କ ସେବା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦିର୍ଘ ଦିନ ଧରି ଦାବି କରି ଆସୁଛନ୍ତି।ମାତ୍ର ଏଥିପ୍ରତି ପ୍ରଶାସନ ନତୁବା ମୋବାଇଲ ସେବା ପ୍ରଦାନ କରୁଥିବା ନାମିଦାମୀ ଘରୋଇ କମ୍ପାନୀ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳରେ ଘରୋଇ କମ୍ପାନୀର ଏକ ମୋବାଇଲ ଟାୱାର ବର୍ଷକ ତଳେ ନିର୍ମାଣ କରାଯାଇଛି।ଉକ୍ତ ଟାୱାରରେ ୪ -ଜି ନେଟୱାର୍କ ସେବା ଉପଲବ୍ଧ ହେଉଥିବା ସ୍ଥାନୀୟ ବାସିନ୍ଦାଙ୍କ ସୁତ୍ରରୁ ଜଣାପଡିଛି। ଫଳରେ ନେଟୱର୍କ ସେବା ଉପରେ ନିର୍ଭର କରୁଥିବା ସମସ୍ତ ଅନୁଷ୍ଠାନ ଠାରୁ ଆରମ୍ଭ କରି ଇଣ୍ଟରନେଟ ସେବା ଯୋଗେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ସଦା ସର୍ବଦା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ସେହିପରି ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସମୟରେ ନେଟୱାର୍କ ସେବା ଉପଲବ୍ଧ ହେଉନଥିବାରୁ ପଞ୍ଚାୟତବାସୀ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି।ଆଜିର ଡିଜିଟାଲ ଯୁଗରେ ସମସ୍ତଙ୍କ ପାଇଁ ହାଇସ୍ପିଡ ଇଣ୍ଟରନେଟ ସେବା (୫-ଜି) ଜରୁରୀ ହୋଇଥିବା ବେଳେ ଏଥିପ୍ରତି ଘରୋଇ କମ୍ପାନୀ କର୍ତ୍ତୃପକ୍ଷ ଓ ବିଏସଏନଏଲ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ରୟତି ଢୋଲମରା ପଞ୍ଚାୟତବାସୀ ଦାବି କରିଛନ୍ତି। ପ୍ରକାଶଥାଉକି ସ୍ଥାନୀୟ ଅଞ୍ଚଳରେ ହାଇସ୍ପିଡ ଇଣ୍ଟରନେଟ ସେବା ଉପଲବ୍ଧ ହେଲେ ସମସ୍ତ ବିଦ୍ୟାଳୟ ଠାରୁ ଆରମ୍ଭ କରି ଅଙ୍ଗନୱାଡ଼ି କେନ୍ଦ୍ର,ପଞ୍ଚାୟତ କାର୍ଯ୍ୟାଳୟ ,ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର,ଶାଖା ଡାକ ଘର,ସେବା ସମବାୟ ସମିତି କାର୍ଯ୍ୟାଳୟ ,ପ୍ରାଣୀ ଚିକିତ୍ସାଳୟ ,ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ର ଭଳି ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକ ଉପକୃତ ହୋଇପାରିବେ ବୋଲି ଜଣାପଡିଛି।ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା
Post a Comment