ଦରମା ମିଳିଲାନି: ଆମ ବସ କର୍ମଚାରୀଙ୍କ ଆନ୍ଦୋଳନ
ଭୁବନେଶ୍ୱର, -: ୪୨ଦିନ ହେବ ଦରମା ମିଳିନଥିବାରୁ ଆନ୍ଦୋଳନକୁ ଓହ୍ଲାଇଲେ ଆମ ବସ କର୍ମଚାରୀ । ଠିକ୍ ସମୟରେ ଦରମା ନମିଳିବାରୁ ପ୍ରତିବାଦ କରିବା ସହ ଷ୍ଟିୟରିଂ ଛାଡ ଆନ୍ଦୋଳନ କରିଛନ୍ତି ଆମ ବସର ଡ୍ରାଇଭର । ଭୁବନେଶ୍ୱର ପୋଖରୀପୁଟ ଡିପୋରେ ଆନ୍ଦୋଳନ କାରଣରୁ ପାଖାପାଖି ୪୩ଟି ବନ୍ଦ ପଡିଥିବାରୁ ଯାତ୍ରୀମାନେ ଆଜି ହନ୍ତସନ୍ତ ହୋଇଛନ୍ତି । କୌଣସି ସାମାଜିକ ସୁରକ୍ଷା ବିନା ଚାଳକମାନେ ଗାଡି ଚଲାଉଛନ୍ତି । ୪୨ଦିନ ବିତିଥିଲେ ବି ଦରମା ଏପର୍ଯ୍ୟନ୍ତ ମିଳିନଥିବା ଅଭିଯୋଗ କରିଛନ୍ତି । ଏହାସହିତ ଓଭର ଡ୍ୟୁଟି ଚାପ, ଇଏସଆଇ ସମସ୍ୟା, ସାପ୍ତାହିକ ଛୁଟି ମିଳୁନଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ ପୂର୍ବରୁ ପ୍ରତିମାସ ୧୦ ତାରିଖରେ ଦରମା ମିଳୁଥିଲା । କିନ୍ତୁ ଗତମାସରେ ୧୧ତାରିଖରେ ଦରମା ମିଳିଥିବା ବେଳେ ଚଳିତ ମାସରେ ଏପର୍ଯ୍ୟନ୍ତ ଦରମା ମିଳିନାହିଁ । ତିନି ଦିନ ହେବ ଆଜି ଦରମା ମିଳିବ, କାଲି ମିଳିବ କହି ଆମକୁ ଭୁତାଉଥିବା କିଛି ଡ୍ରାଇଭର ଅଭିଯୋଗ କରିଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق