ହାଇୱା ଧକ୍କାରେ ନାବାଳକ ମୃତ ଘଟଣା
ଘଟଣାସ୍ଥଳରେ ଦେଖା ଦେଇଥିଲା ଉତ୍ତେଜନା,
କ୍ଷତିପୂରଣ ବାବଦକୁ ରାସ୍ତା ଅବରୋଧ କରିଥିଲେ ଲୋକେ। ପରେ ଯାତାୟତ ସ୍ୱାଭାବିକ ହେଲା
ଲାଞ୍ଜିଗଡ଼,-: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ବିଲାଟିପଦର ଛକ ନିକଟରେ ଏକ ହାଇୱା ଧକ୍କାରେ ବୁଟି ମାଝୀ(୧୨)ଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ କ୍ଷତିପୂରଣ ଦାବିରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।ଲୋକେ ରାସ୍ତା ଅବରୋଧ କରିଥିଲେ। ପରେ ଯାତାୟତ ସ୍ୱାଭାବିକ ହୋଇଥିଲା'
ସୂଚନା ଅନୁସାରେ, ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଡିମିରିଗୁଡା ପଞ୍ଚାୟତ ନାଣିମୁଟି ଗାଁର ସ୍ବର୍ଗତ ସଦେଙ୍ଗା ମାଝୀଙ୍କ ପୁଅ ବୁଟି ତାଙ୍କ ସମ୍ପର୍କୀୟ ଲାଞ୍ଜିଗଡ଼ ବ୍ଳକ ଚମ୍ପାଦେଇପୁର ପଞ୍ଚାୟତ ବିଲାଇଟିପଦର ଗାଁର ନବୀନ ସାହୁଙ୍କ ଘରକୁ ଆସିଥିଲା। ପ୍ରାୟ ୧.୩୦ମି.ରେ ସାଇକଲ ନେଇ ବିଲାଇଟିପଦର ଛକ ଆଡ଼େ ବାହାରିଥିଲା । ଏହି ସମୟରେ ବିଶ୍ଵନାଥପୁରରୁ ଲାଞ୍ଜିଗଡ଼ ଯାଉଥିବା ଏକ ହାଇୱା (ଓଡି ୦୮ ୱାଇ ୫୪୧୮) ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବୁଟିର ମୃତ୍ୟୁ ଘଟିଥିଲା । ଚାଳକ ଗାଡି ଛାଡି ଫେରାର ହୋଇ ଯାଇଥିଲା।ଏହା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଲାଞ୍ଜିଗଡ଼ ଥାନା ଅଧିକାରୀ ଯଶୋବନ୍ତ ହିଆଲ ସମେତ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଲାଞ୍ଜିଗଡ଼ ତହସିଲଦାର ବନମାଳୀ ମେହେର ମଧ୍ୟ ଘଟଣାସ୍ଥଳରେ ରହି ଉତ୍ତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ବୁଟିଙ୍କ ମା'ଙ୍କୁ ଖବର ଦେଇଥିଲେ | ଖବର ପାଇ ମା' ମାଧୁରୀ ମାଝୀ ଓ କକା ରାମ ମାଝୀ, ନାଣିମୁଟି ଗାଁର କିଛି ଲୋକଙ୍କ ସହିତ ପହଞ୍ଚିଥିଲେ।ଏହାପରେ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଉପାଦକ୍ଷ ସଞ୍ଜୀବ କୁମାର ନାୟକ, ଚମ୍ପାଦେଇ ପୁର ସରପଞ୍ଚ ନରେନ୍ଦ୍ର ମାଝୀ,ମୃତକ ମା’ ମାଧୁରୀ ମାଝୀ,କକା ରାମ ମାଝୀ,ନାଣିମୁଟି ଗାଁର କିଛି ଲୋକଙ୍କ ସହିତ ଲାଞ୍ଜିଗଡ଼ ଥାନାକୁ ଆସି ଥାନା ଅଧିକାରୀ ଯଶୋବନ୍ତ ହିଆଲ ଓ ହାଇୱା ମାଲିକ ସହିତ ଆଲୋଚନା ହୋଇଥିଲା।କ୍ଷତିପୂରଣ ବାବଦକୁ ଗାଡି ମାଲିକ ରାଜି ହେବା ପରେ ରାସ୍ତା ରୁ ବାଳକଙ୍କ ମୃତ ଦେହ ଉଠା ହେବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।ଅନ୍ୟପଟେ ରେଡ଼ କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଦିଆଯାଇଛି ବୋଲି ଲାଞ୍ଜିଗଡ଼ ତହସିଲଦାର ବନମାଳୀ ମେହେର ପ୍ରକାଶ କରିଛନ୍ତି।ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଥାନା ଅଧିକାରୀ ଯଶୋବନ୍ତ ହିଆଲ ପ୍ରକାଶ କରିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق