BREAKING
Loading...
:

ପୁଅ ନିଖୋଜ ନେଇ ଫତେଗଡ ଥାନାରେ ବାପାଙ୍କ ଅଭିଯୋଗ

 ପୁଅ ନିଖୋଜ ନେଇ ଫତେଗଡ ଥାନାରେ ବାପାଙ୍କ ଅଭିଯୋଗ



ଖଣ୍ଡପଡ଼ା ୨୧|୮ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ବ୍ଲକ ଅଧିନ ରାଣୀଛେଲି ଗ୍ରାମର ଯୁବକ ବିଶେଶ୍ଵର ପଣ୍ତା (୨୩) ଗତକାଲି ବୁଧବାର ଠାରୁ କେଉଁଆଡ଼େ ନିଖୋଜ ନେଇ ଫତେଗଡ ଥାନାରେ ଗୁରୁବାର ଲିଖିତ ଅଭିଯୋଗ କରିଛନ୍ତି ବାପା ପ୍ରହଲ୍ଲାଦ ପଣ୍ତା। ପ୍ରହଲ୍ଲାଦଙ୍କ ଲିଖିତ ଅଭିଯୋଗକ୍ରମେ ଫତେଗଡ ଥାନାରେ ପୋଲିସ ଏକ ମାମଲା ରୁଜୁକରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିବା ଜଣାପଡିଛି।ଘଟଣାରୁ ପ୍ରକାଶ ନିଖୋଜ ଯୁବକ  ବିଶେଶ୍ଵରଙ୍କର ଆଜି ଗୁରୁବାର  ବିଭାଘର ହୋଇଥାନ୍ତା। ଗତକାଲି ବୁଧବାର ମଙ୍ଗନ ତିଥି ଥିଲା। ବିଶେଶ୍ଵର ବୁଧବାର ଅପରାହ୍ନରେ ଏକ ବାଇକ ଯୋଗେ ଗ୍ରାମରୁ ବାହାରି କୌଣସି କାର୍ଯ୍ୟରେ ନିକଟସ୍ଥ ବାହାଡା ଛକକୁ ଯାଇ ଆଉ ଘରକୁ ଫେରିନଥିବା ପରିବାରବର୍ଗଙ୍କ ସୁତ୍ରରୁ ଜଣାପଡିଛି।ପୁଅର ନିଖୋଜ ନେଇ ପରିବାରବର୍ଗ ଆଶା ଓ ଆଶଙ୍କାରେ ଦିନ କାଟୁଥିବା ବେଳେ ବିଭାଘର ବନ୍ଦ ହୋଇଯିବା ଫଳରେ କନ୍ୟା ପକ୍ଷ ଲୋକ ଘଟଣା ସଂର୍ପକରେ ସୂଚନା ପାଇ ରାଣୀଛେଲି ଗ୍ରାମରେ ଗୁରୁବାର ଆସି ପହଞ୍ଚିଥିବା ଜଣାପଡିଛି।ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଗତକାଲି ଠାରୁ ନିଖୋଜ ଯୁବକଙ୍କର କୌଣସି ସନ୍ଧାନ ମିଳୁନଥିବାରୁ ପରିବାରବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି। ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। 

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

Previous Post Next Post
Header ADS