ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ ଛୁଟି ନେଇନାହାନ୍ତି ମୋହନ ମାଝୀ
ଭୁବନେଶ୍ୱର,-: ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ଦିନଠାରୁ ସକାଳୁ ମଧ୍ୟରାତ୍ର ପର୍ଯ୍ୟନ୍ତ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଫାଇଲ କାମରେ ବ୍ୟସ୍ତ ରହୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ପାଇଁ ସବୁଦିନ ସମାନ। ଛୁଟି ଦିନ ହେଉ କିମ୍ବା ସରକାରୀ କାର୍ଯ୍ୟଦିବସ, ସବୁଦିନ ଲୋକଙ୍କ ପାଇଁ କାମ ଏବଂ ରାଜ୍ୟର ବିକାଶ ଲାଗି କାମ କରିବାରେ ମୁଖ୍ୟମନ୍ତ୍ରୀ ବ୍ୟସ୍ତ।
ଗୁରୁବାର ଥିଲା ନୂଆଁଖାଇ, ସରକାରୀ ଛୁଟି ଦିବସ। ବୁଧବାର ଗଣେଶ ପୂଜା ରହିଥିବାବେଳେ ଶୁକ୍ରବାର ନୂଆଁଖାଇ ପାଇଁ ସରକାରୀ ଛୁଟି। ଏସବୁ ଭିତରେ କର୍ତ୍ତବ୍ୟରେ ଟିକିଏ ହେଲେ ବି ହେଳା କରିନାହାନ୍ତି ମୁଖ୍ୟମନ୍ତ୍ରୀ। ଲୋକଙ୍କ ପାଇଁ କାମ କରିବାକୁ ଜୀବନର ବ୍ରତ ଭାବେ ସେ ଗ୍ରହଣ କରି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ଭାଜପା ଦେଇଥିବା ପ୍ରତିଶ୍ରୁତି ମୁତାବକ ବୁଧବାର ରାଜ୍ୟର ୫୧ଲକ୍ଷରୁ ଊଦ୍ଧର୍ବ ଚାଷୀ ଭାଇଭଉଣୀମାନଙ୍କ ପାଇଁ ସି.ଏମ୍. କିଷାନ ଯୋଜନାର ତୃତୀୟ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ସହିତ ଅନ୍ୟାନ୍ୟ ଫାଇଲ୍ କାମ ମଧ୍ୟ କରିଛନ୍ତି। ଏହାସହିତ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିଭିନ୍ନ ଲୋକଙ୍କୁ ମଧ୍ୟ ଭେଟିଛନ୍ତି। ନୂଆଁଖାଇ ସରକାରୀ ଛୁଟି, ତଥାପି ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଥିଲା। ଲୋକସେବା ଭବନରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ କମିଟିର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କ ସହ ବୈଠକ ପରେ ସିକିମ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ବସିଥିଲା। ସନ୍ଧ୍ୟାରେ ଫାଇଲ୍ କାମ ସହିତ ବିଭିନ୍ନ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଛନ୍ତି। ୨୦୨୪ ଜୁନ୍ ୧୨ରୁ ଗୁରୁବାର ତଥା ଅଗଷ୍ଟ ୨୮ ପର୍ଯ୍ୟନ୍ତ ଏକ ବର୍ଷ ଦୁଇ ମାସ ଅତିବାହିତ ହେଲାଣି, ତଥାପି ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ସେବାରେ କେବେ କ୍ଲାନ୍ତି ଅନୁଭବ କରିନାହାନ୍ତି। ଏହା ହେଉଛି ରାଜ୍ୟର ବିକାଶ ଏବଂ ଓଡ଼ିଶାବାସୀଙ୍କ ସେବା ପାଇଁ ତାଙ୍କର ସମର୍ପଣ ଭାବ ଓ ପ୍ରତିବଦ୍ଧତାର ନିଦର୍ଶନ।
ସରକାର ହେଉଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ହେଉଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ, ସେଥିପାଇଁ ରାଜ୍ୟ ତଥା ରାଜ୍ୟବାସୀଙ୍କ ବିକାଶକୁ ମୁଖ୍ୟମନ୍ତ୍ରୀ ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି। ଲୋକଙ୍କ ସେବା ହେଉଛି ଜଣେ ଜନପ୍ରତିନିଧିର ପ୍ରଥମ କର୍ତ୍ତବ୍ୟ, ଯାହାକି ପ୍ରମାଣିତ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment