BREAKING
Loading...
:

ବେନଗାଁ ଏସ୍‌ବିଆଇ ପକ୍ଷରୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ରାଶି ପ୍ରଦାନ.

 ବେନଗାଁ ଏସ୍‌ବିଆଇ ପକ୍ଷରୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ରାଶି ପ୍ରଦାନ.



ଲାଞ୍ଜିଗଡ : ପ୍ରଧାନମନ୍ତ୍ରୀଙ୍କ ଜୀବନ ଜ୍ୟୋତି ବୀମା ଯୋଜନା ଏକ ଲୋକାଭିମୁଖୀ ଯୋଜନା। ଉକ୍ତ ଯୋଜନାରେ ଆବେଦନ କରିଥିବା ହିତାଧିକାରୀଙ୍କୁ ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବେନଗାଁ ଶାଖା ପକ୍ଷରୁ ଦୁଇ ଜଣ ହିତାଧୁକାରୀଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ରାଶି ପ୍ରଦାନ କରଯାଇଅଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବେନଗାଁ ଶାଖା କାର୍ଯ୍ୟାଳୟରେ ଦୁଇ ହିତାଧିକାରୀ ବେନଗାଁ ପଞ୍ଚାୟତ ଖମାରି ଗାଁର ଶଙ୍କର ଦୋରା ଓ ବିଜେପୁର ପଞ୍ଚାୟତ ସାହାଯପଡ଼ା ଗାଁର ଗୀତା ସାହୁଙ୍କୁ ବ୍ୟାଙ୍କ ପରିଚାଳକ ଜଗନ୍ନାଥ ଗମାଙ୍ଗ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ରାଶିର ୨ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ୩୩୦ ଟଙ୍କାର ବୀମାରେ ପାଇଲେ ୨ଲକ୍ଷ ଟଙ୍କା ଏହି ଅବସରରେ ବେନଗାଁ ବ୍ୟାଙ୍କ ଶାଖାର ମୁଖ୍ୟ ପରିଚାଳକ ଜଗନ୍ନାଥ ଗମାଙ୍ଗ, ସିଇଓ ଯୋନି ମାଝୀ, ଫିଲଡ଼ ଅଫିସର ସଂଜୀବ କୁମାର ମାଝୀ, ମହେନ୍ଦ୍ର ଦୋରା, ହରିଶ ଚନ୍ଦ୍ର ନାଏକ, ମନୋଜ କୁମାର ମାଝୀ,ମିଶ୍ର ମାଝୀ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ସୁଚନାଯୋଗ୍ୟ ଯେ'ବେନଗାଁ ପଞ୍ଚାୟତର ଖମାରି ଗାଁର ଯୋଶଦା ଦୋରା ଓ ବିଜେପୁର ପଞ୍ଚାୟତ ସାହାଯପଡ଼ାର ଶଶୀ ସାହୁ ବେନଗାଁ ବ୍ୟାଙ୍କ ଶାଖାରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ପାଇଁ ୩୩୦ ଟଙ୍କା ମାତ୍ର  ଜମା କରି ବୀମା ଅନ୍ତର୍ଭୁକ୍ତ ହୋଇ ଥିଲେ।ତାଙ୍କର ପରଲୋକ ହୋଇଥିବାରୁ ସ୍ବର୍ଗତ ଯଶୋଦା ଦୋରାଙ୍କ ସ୍ୱାମୀ ଶଙ୍କର ଦୋରା ଓ ସ୍ବର୍ଗତ ସସି ସାହୁଙ୍କ ପତ୍ନୀ ଗୀତା ସାହୁଙ୍କୁ ଉକ୍ତ ବୀମାର ଅର୍ଥରାଶି ଆଜି ପ୍ରଦାନ କରଯାଇଥିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS