BREAKING
Loading...
:

ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିରର ପଞ୍ଚଦଶ ସପ୍ତାହର ଶିକ୍ଷାଦାନ ସମାପିତ

 ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିରର ପଞ୍ଚଦଶ ସପ୍ତାହର ଶିକ୍ଷାଦାନ ସମାପିତ 



ସମ୍ବଲପୁର (ମଣିଭଦ୍ରା ଖବର)


ସମ୍ବଲପୁର ସ୍ଥିତ ପବ୍ଲିକ ଲାଇବ୍ରେରୀର ନିଜସ୍ୱ ପ୍ରେକ୍ଷାଳୟରେ ୨୦୨୫ ବର୍ଷ ପାଇଁ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିରର ପଞ୍ଚଦଶ ସପ୍ତାହର ଶିକ୍ଷାଦାନ ସମାପନ ହୋଇଯାଇଛି। ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ପ୍ରଥମ ଅଧିବେଶନ ନୈତିକ ଶିକ୍ଷା ଆଧାରରେ ସ୍ମରଣ ଶକ୍ତି ବୃଦ୍ଧି ର ବିଭିନ୍ନ କୌଶଳ ଉପରେ ଆଲୋଚନା କରିଥିଲେ ବିଶିଷ୍ଟ ଡାକ୍ତର ଲକ୍ଷ୍ମୀନାରାୟଣ ରଥ। ବୈଜ୍ଞାନିକ ତଥ୍ୟକୁ ଉଦାହରଣ ସହ ବ୍ୟାଖ୍ୟା କରି ଶୃଙ୍ଖଳିତ ଜୀଵନ ଶୈଳୀ ହିଁ ମଣିଷର ସ୍ମରଣ ଶକ୍ତି ବୃଦ୍ଧି ପାଇଁ ସହାୟକ ହୁଏ ବୋଲି ସେ ବୁଝାଇଥିଲେ। ଦ୍ଵିତୀୟ ଅଧିବେଶନରେ ସଂଯୋଜକ ରାଜେନ୍ଦ୍ର ପଣ୍ଡା ସମ୍ବଲପୁର ଉପରେ ପିଲାଙ୍କ ସାଧାରଣ ଜ୍ଞାନ ପରୀକ୍ଷା ପାଇଁ " ମୁଁ ସମ୍ଵଲପୁର କୁ କେତେ ଜାଣେ" ଶୀର୍ଷକ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ପିଲାଙ୍କୁ ସମ୍ବଲପୁର ଜିଲ୍ଲାର ଐତିହ୍ୟ, ସଂସ୍କୁତି,  ପରମ୍ପରା, କଳା ଓ କଳାକାର, ମନ୍ଦିର, ଚଳଚ୍ଚିତ୍ର,  ସ୍ୱାଧୀନତା ସଂଗ୍ରାମୀ, ମହାପୁରୁଷ ଓ ସାହିତ୍ୟ ଉପରେ ବିଭିନ୍ନ ପ୍ରଶ୍ନ ସହ ଅଡିଓ ଭିଡିଓ ସହ ପିଲାଙ୍କ ମଧ୍ୟରେ ଜାଣିବା ଆଗ୍ରହ ସୃଷ୍ଟି କରିଥିଲେ। କାର୍ଯ୍ୟକ୍ରମର ସଂଯୋଜକ ଆରମ୍ଭରୁ ପିଲାଙ୍କୁ ମୌଳିକ ଇଂରାଜୀ ଶିକ୍ଷାପ୍ରଦାନ ସହ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ପ୍ରଶିକ୍ଷାର୍ଥୀମାନଙ୍କ ମଧ୍ୟରୁ ସୋନାଲି, ସିଦ୍ଧାର୍ଥ, ଗୌରବ, ଆଶୁତୋଷ, ଫତିମା, ମୋନାଲିସା, ସାକ୍ଷୀ ଓ ସୌରଭ ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ବିଶିଷ୍ଟ ବ୍ୟକ୍ତି ଭାବେ ପ୍ରଫେସର ଶଙ୍କରପ୍ରସାଦ ପତି , ପ୍ରଫେସର ଦେବେନ୍ଦ୍ର ପଣ୍ଡା, ଡାକ୍ତର ଜୟଦେବ ମେହେର, ସମ୍ପାଦକ ରଘୁନାଥ ମିଶ୍ର, ଅର୍ଜୁନ ରଞ୍ଜନ ପଣ୍ଡା, ଓ ଶିକ୍ଷାବିତ ଉଦିତ ପାଟଯୋଶୀ ପ୍ରମୁଖ ଉପସ୍ଥିତ ରହି ପିଲାଙ୍କୁ ପ୍ରୋତ୍ସାହିତ କରିଥିଲେ। ବିଜୟ ସାହୁ ବୈଷୟିକ ସାହାଯ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୮ ଟି ବିଦ୍ୟାଳୟରୁ ୫୧ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS