BREAKING
Loading...
:

ମୋହନା ହିଲ୍ ଟପ୍ ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ପ୍ରଣବା ନନ୍ଦ ପାଟ୍ଟଯୋଷି ଙ୍କ ଲିଖିତ ଛଅ ଟି ପୁସ୍ତକ ଉନ୍ମୋଚିତ ।

 ମୋହନା ହିଲ୍ ଟପ୍ ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ପ୍ରଣବା ନନ୍ଦ ପାଟ୍ଟଯୋଷି ଙ୍କ ଲିଖିତ ଛଅ ଟି ପୁସ୍ତକ ଉନ୍ମୋଚିତ । 



ଗଜପତି(ମନୋଜ କୁମାର ପାଢୀ)                      ମୋହନା ହିଲ୍ ଟପ୍ ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ପ୍ରଣବା ନନ୍ଦ ପାଟ୍ଟଯୋଶି ଙ୍କ ଦ୍ଵାରା ଲିଖିତ ଛଅ ଟି ପୁସ୍ତକ ଆଜି ଦିନରେ ହିଲ୍ ଟପ୍ ମହାବିଦ୍ୟାଳୟ ମୋହନା ପରିସର ମଧ୍ୟରେ ଅଧ୍ୟାପକ ଓ ସାହିତ୍ୟିକ ଶ୍ରୀ ପ୍ରଣାବାନନ୍ଦ ଙ୍କ ଦ୍ୱାରା ଲିଖିତ ମାୟା ଆଚାର୍ଯ୍ୟ ଓ ଅନ୍ୟାନ୍ୟ ଗପ,ମାୟା ମୋହ, ଦା ସେକେଣ୍ଡ ଟର୍ଣ, ଦା ଅଦର ସେଲଫ୍ ,ଦା ପଏଟ୍ରି ଅଫ୍ ଜହର ଦାସ, ଦା ଲୋନ୍ ସମ୍ ବାଉନି ନାମକ ଛଅ ଗୋଟି ପୁସ୍ତକ ଉନ୍ମୋଚିତ ହେବା ସହ ଲେଖକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ସମ୍ବର୍ଦ୍ଧିତ ସମାରୋହରେ ମହାବିଦ୍ୟାଳୟର ସ୍ନାତକ ଶ୍ରେଣୀର ଅଧ୍ୟକ୍ଷ ତଥା ସମ୍ପାଦକ ଶ୍ରୀ ଶୁଭ୍ରକାନ୍ତ ମହାନ୍ତି ସଭାପତିତ୍ବ କରିଥିବା ବେଳେ,ମୁଖ୍ୟ ଅତିଥି ଭାବେ ଖମ୍ବେୟା ଦୋରା ବିଜ୍ଞାନ ମହାବିଦ୍ୟାଳୟ ପୋଚିଲିମା ସ୍ଥିତ ଓଡ଼ିଆ ଅଧ୍ୟାପକ ଶ୍ରୀ ସଞ୍ଜୟ ଷଢଙ୍ଗୀ,ମୁଖ୍ୟବକ୍ତା ଭାବେ ବରିଷ୍ଠ ଅଧ୍ୟାପକ ଶ୍ରୀ ଭଗବାନ ବିଷୋୟୀ, ସମ୍ମାନିତ ଅତିଥି ଭାବେ ଇଂରାଜୀ ଅଧ୍ୟାପକ ଶ୍ରୀ ଏସ.ରମେଶ ଯୋଗ ଦେଇଥିଲେ।

ସର୍ବ ପ୍ରଥମେ +୩ ଇତିହାସ ବିଭାଗୀୟ ଅଧ୍ୟାପକ ମନୋରଞ୍ଜନ ପାଣିଗ୍ରାହୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ଶେଷରେ ସେ ଧନ୍ୟବାଦ ପ୍ରଦାନ କରିଥିଲେ। ସାହିତ୍ୟିକ ଏବଂ ସମ୍ବର୍ଦ୍ଧିତ ଅଧ୍ୟାପକ ଶ୍ରୀ ପ୍ରଣାବାନନ୍ଦ ପାଟଯୋଶୀ ନିଜର ଉନ୍ମୋଚିତ ଛଅଟି ପୁସ୍ତକ ସମ୍ବନ୍ଧରେ ନିଜର ଅଭିମତ ରଖିଥିଲେ ଏବଂ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସ୍ନାତକ ଶ୍ରେଣୀର ଗ୍ରନ୍ଥଗାର ରକ୍ଷକ ଶ୍ରୀ ବସନ୍ତ ବେହେରା ଦାୟିତ୍ଵ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅନ୍ୟାନ୍ୟ ସମସ୍ତ ଅଧ୍ୟାପକଙ୍କ ସହ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଯୋଗଦାନ ଦେବା ସହ ସହଯୋଗ କରିଥିଲେ।

ମଣିଭଦ୍ରା ଖବର, ଗଜପତି 

Post a Comment

أحدث أقدم
Header ADS