BREAKING
Loading...
:

ପ୍ରାର୍ଥନା ଗୃହ ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ବିଧାୟକ ରମେଶ ଚନ୍ଦ୍ର ବେହେରା

 ପ୍ରାର୍ଥନା ଗୃହ ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ବିଧାୟକ 



ଗଣିଆ ୨୬/୦୮(ସମିସ) ଗଣିଆ ବ୍ଲକ ଅନ୍ତର୍ଗତ ବେଲପଡ଼ାପାଟଣା ଗ୍ରାମରେ ଥିବା  ଶ୍ରୀଶ୍ରୀ ଦଧିବାମନ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ନୂତନ ପ୍ରାର୍ଥନା ଗୃହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା  ବିଧାୟକ  ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ଉପାଧ୍ୟକ୍ଷ ରାଜକିଶୋର ସାହୁ, ଶିକ୍ଷାବିତ୍ ମହେନ୍ଦ୍ର ମହାରଣାଙ୍କ ସମେତ ଗ୍ରାମ କମିଟିର ସଭାପତି ତଥା ପରିଚାଳନା କମିଟିର ସଦସ୍ୟ ଉପସ୍ଥିତ ଥିଲେ । ବିଧାୟକଙ୍କୁ ଶୋଭାଯାତ୍ରା କରି ଗ୍ରାମବାସୀ ପାଛୋଟି ନେଇଥିଲେ । 

ମନ୍ଦିର ପରିସରରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଧାୟକ ଶ୍ରୀ ବେହେରା ପ୍ରାର୍ଥନା ଗୃହ ଉଦଘାଟନ କରିଥିଲେ । ମନ୍ଦିର ପରିସରରେ ଏକ ସଭାର ଆୟୋଜନ କରାଯାଇଥିବା ବେଳେ ଗ୍ରାମର ଶତାଧିକ ପୁରୁଷ ଏବଂ ମହିଳା ଉପସ୍ଥିତ ଥିଲେ । ମନ୍ଦିରର ଉନ୍ନତି ପାଇଁ ସମସ୍ତ ପ୍ରକାର ସହଯୋଗ କରିବାକୁ ବିଧାୟକ ପ୍ରତିଶୃତି ଦେଇଥିଲେ । ବିଧାୟକଙ୍କୁ ଗ୍ରାମବାସୀ ନିମନ୍ତ୍ରଣ କରିଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS