BREAKING
Loading...
:

ବେଦାନ୍ତକୁ କଞ୍ଚାମାଲ ଯୋଗାଇଦେବା ଦାବି

 ବେଦାନ୍ତକୁ କଞ୍ଚାମାଲ ଯୋଗାଇଦେବା ଦାବି



ଆଞ୍ଚଳିକ ବିକାଶ ପରିଷଦ ତରଫରୁ ବିଶାଳ ଶୋଭାଯାତ୍ରା  


ଲାଞ୍ଜିଗଡ଼,ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ଼କୁ କଞ୍ଚାମାଲ ଯୋଗାଇଦେବା ଦାବିରେ  ଲାଞ୍ଜିଗଡ଼ଠାରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ବିକାଶ ପରିଷଦର ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରାରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ଵ ଜନସାଧାରଣ ସାମିଲ ହୋଇଥିଲେ। ଦୀର୍ଘ ୨୦ ବର୍ଷ ହେଲା କଳାହାଣ୍ଡି ଜିଲ୍ଲାର ଏକମାତ୍ର ବୃହତ ଶିଳ୍ପ ପ୍ରକଳ୍ପ ଭାବେ ଲାଞ୍ଜିଗଡ଼ଠାରେ ସ୍ଥାପିତ ହୋଇଛି ବେଦାନ୍ତ ଲିମିଟେଡ। ବାହାର ରାଜ୍ୟ ବିଶେଷ କରି ବିଦେଶରୁ ବକ୍ସାଇଟ ଆଣି ଲାଞ୍ଜିଗଡ଼ସ୍ଥିତ ପ୍ରକଳ୍ପ ଚଳାଇବା ମୁସ୍କିଲ ହୋଇପଡୁଥିବା ବେଳେ ଏହାଦ୍ୱାରା ଅଞ୍ଚଳର ବିକାଶ ପ୍ରକ୍ରିୟାରେ ମଧ୍ୟ ବାଧା ଉପୁଜୁଛି। ଏପରିକି କମ୍ପାନୀ ବାହାରୁ କଞ୍ଚାମାଲ ଆଣି କ୍ଷତିରେ ପଡୁଥିବାବେଳେ କଞ୍ଚାମାଲ ଯୋଗାଇଦେବା ଦାବିରେ ଆଜି କମ୍ପାନୀ ସପକ୍ଷରେ ଏହି ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଆଞ୍ଚଳିକ ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀଧର ପେସନିଆଙ୍କ ନେତୃତ୍ୱରେ ଆୟୋଜିତ ଶୋଭାଯାତ୍ରାରେ ମହାସଚିବ ନିର୍ମଳ ସାମଲ, ଉପସଭାପତି ବାଲି ନାଏକ, ସଦସ୍ୟ ସେନାପତି ନାଏକ, ଅନନ୍ତ ପାଲ, ଉପଦେଷ୍ଟା ଚନ୍ଦ୍ରଧ୍ୱଜ ପେସନିଆ, ରାଜେନ୍ଦ୍ର ପ୍ରତାପ ସିଂଦେଓ, ଚନ୍ଦ୍ରଶେଖର ବେହେରା, ମୀନକେତନ ଷଡ଼ଙ୍ଗୀ, ବଟକୃଷ୍ଣ ପୁଷ୍ଟି, ପୂର୍ବତନ ବିଧାୟକ ଶିବାଜୀ ମାଝୀ,ହିମାଦ୍ରୀ ପେଶନିଆ,ପରୀକ୍ଷିତ ନାଏକ,ମନୋହର ହରପାଲ, ସଞ୍ଜୀବ ନାୟକ, ପ୍ରଦୀପ ଘଡେଇ, ଚାଞ୍ଚେର ମାଝୀ, ସରସ୍ବତୀ ମୁଣ୍ଡା,ତରୁଣ ଦାସ,ସଞ୍ଜୀବ ପେଶନିଆ,ରଞ୍ଜିତ ପାଢ଼ୀ, ମନୋରଞ୍ଜନ ବିଶି,କିଶୋର ହରପାଲ, ସୁନୀଲ ଜୈନ,ସୁବାଷ ଚନ୍ଦ୍ର ଅଗ୍ରୱାଲ,ପାତ୍ର ମାଝୀ, ଧାନ ମାଝୀ, ଲିଙ୍ଗା ମାଝୀ, ସୁଶାନ୍ତ ମାଝୀ, ବିନୋଦ ଗଉଡ଼, ରାଜେନ୍ଦ୍ର ମାଳି, ଶ୍ରୀବତ୍ସ ତାଣ୍ଡି ପ୍ରମୁଖଙ୍କ ସହିତ ଅଞ୍ଚଳର ଏକ ହଜାରରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ସ୍ଥାନୀୟ ବଜାର ପଡ଼ାରୁ ଏହି ଶୋଭାଯାତ୍ରା ବାହାରି ଭୈରବ ମନ୍ଦିର ଦେଇ ଥାନା ସମ୍ମୁଖକୁ ଯାଇଥିଲା। ଥାନା ପରିସରରେ ପ୍ରଶାସନ ପକ୍ଷରୁ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବିପତ୍ର ଗ୍ରହଣ କରିଥିଲେ। ଏହି ଅବସରରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଲାଞ୍ଜିଗଡ଼ ତହସିଲଦାର ବନମାଳୀ ମେହେର ଉପସ୍ଥିତ ରହିଥିବାବେଳେ କେସିଙ୍ଗା ପୁଲିସ ଉପଖଣ୍ଡ ଅଧିକାରୀ ସମ୍ବିତ ମାଝୀଙ୍କ ତତ୍ୱାବଧାନରେ ଲାଞ୍ଜିଗଡ଼ ଥାନାଧିକାରୀ ଜିତେନ୍ଦ୍ର ବିଶ୍ୱାଳ, ବିଶ୍ୱନାଥପୁର ଥାନାଧିକାରୀ ତୁଳସୀରାମ ଶବର, ବିଜେପୁର ଥାନାଧିକାରୀ ନୀଳାମ୍ବର ଜାନୀଙ୍କ ନେତୃତ୍ୱରେ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ଶାନ୍ତି ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ନିୟୋଜିତ ଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS