ମା ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ନିମନ୍ତେ ମାଟି ଅନୁକୂଳ
ଖଣ୍ଡପଡ଼ା ୩୧|୮ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରର ସର୍ବପୁରାତନ ତଳସାହି ଦୁର୍ଗା ପୂଜା କମିଟି ପକ୍ଷରୁ ଜଗତଜନନୀ ମା ଦୁର୍ଗାଙ୍କ ମୃଣୟ ମୂର୍ତ୍ତି ନିର୍ମାଣ ନିମନ୍ତେ କୁସୁମୀ ନଦୀ ପଠାରୁ ମାଟି ଅନୁକୂଳ କାର୍ଯ୍ଯ ରବିବାର ଶେଷ ହୋଇଛି।ପୂଜା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତରେ କୁସୁମୀ ନଦୀ ପଠାରେ ପୂଜାର୍ଚ୍ଚନା ପରେ ସେଠାରୁ ମାଟି ସଂଗ୍ରହ କରାଯାଇ ମା ଙ୍କ ପୂଜା ଘର ନିକଟକୁ ମାଟି ଅଣାଯାଇଥିବା ଜଣାପଡିଛି।ତଳସାହି ପୂଜାକମିଟି ପକ୍ଷରୁ ପ୍ରତିବର୍ଷ ମା ଦୁର୍ଗାଙ୍କର ପୂଜା ଉତ୍ସବ ଧୂମଧାମରେ ପାଳିତ ହେଉଥିବା ବେଳେ ଚଳିତ ବର୍ଷ ତଳସାହି ଦୁର୍ଗା ପୂଜା କମିଟିର ପୂଜା ଉତ୍ସବ ୭୫ ବର୍ଷରେ ପହଞ୍ଚି ଥିବା ପୂଜା କମିଟିର କର୍ମକର୍ତ୍ତାଙ୍କ ଠାରୁ ପ୍ରକାଶ।
ମଣିଭଦ୍ରା ଖବର, ଖଣ୍ଡପଡ଼ା
Post a Comment