ବନ୍ଧୁତ୍ୱ ଦିବସ ଅବସରରେ ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ଡୁରା ନିକଟସ୍ଥ କଳିଙ୍ଗ ବିହାର ଠାରେ "ବୃକ୍ଷ କୁ ବନ୍ଧୁ "କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ବହୁ ଔଷଧିୟ ବୃକ୍ଷ ରୋପଣ କରାଯାଇଥିଲା। ଫାଉଣ୍ଡେସନ ସଭାପତି ଶ୍ରୀ ପ୍ରଣବ କୁମାର ପଣ୍ଡା, ସମ୍ପାଦିକା ଶ୍ରଦ୍ଧାଞ୍ଜଳି ପାଢ଼ୀ, ସହ ସମ୍ପାଦିକା ମିନତା ମହାନ୍ତି, କୋଷାଧକ୍ଷ ରାଇ ରଞ୍ଜନ ନନ୍ଦ କାର୍ଯ୍ୟକାରୀ ସଭ୍ୟ ଡ଼କ୍ଟର ସୁରଜିତ ପାଣିଗ୍ରାହୀ, ମନୋଜ ମହାପାତ୍ର,ସଭ୍ୟା ବୈଜୟନ୍ତୀ ମାଳା ପାତ୍ର, ସାମ୍ବାଦିକ ଶ୍ରୀନିବାସ ପାତ୍ର, ସରପଞ୍ଚ ପ୍ରତିନିଧି ଶ୍ରୀ ବିଜୟ ବେହେରା, ସୁରେଶ ପାତ୍ର, ରାମହରି ମହାରଣା, ପ୍ରସନ୍ନ ପାତ୍ର, ଜଗଦିଶ ସାହୁ ପ୍ରମୁଖ ସ୍ଥାନୀୟ ଲୋକ ସହଯୋଗ କରିଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق