BREAKING
Loading...
:

ଜିଲ୍ଲାରେ ଡେଙ୍ଗୁ, ଡାଇରିଆ ଓ ମେଲେରିଆ ନିରlକରଣ ପ୍ରସ୍ତୁତି ଉପରେ ଜିଲ୍ଲାପାଳଙ୍କ ସମୀକ୍ଷା

 ଜିଲ୍ଲାରେ ଡେଙ୍ଗୁ, ଡାଇରିଆ ଓ ମେଲେରିଆ ନିରlକରଣ ପ୍ରସ୍ତୁତି ଉପରେ ଜିଲ୍ଲାପାଳଙ୍କ ସମୀକ୍ଷା 

"ସଠିକ ପରିଚାଳନା ନିମନ୍ତେ ବରିଷ୍ଠ ଅଧିକାରୀ ମାନଙ୍କୁ ଗୁରୁଦାୟିତ୍ୱ "



ରାୟଗଡ: ରାଜ୍ୟର ଅଲଗା ଜିଲ୍ଲାରେ  ଡେଙ୍ଗୁ, ଡାଇରିଆ ଓ ମେଲେରିଆ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲାରେ ବ୍ୟାପିବା ଆଶଙ୍କା କରି ଏହାର ନିରlକରଣ ନିମନ୍ତେ ପ୍ରସ୍ତୁତି ଉପରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଆୱାସି ମାଧ୍ୟମରେ ବ୍ଲକସ୍ତରୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ l ବିଶେଷ କରି ବର୍ଷl ଯୋଗୁଁ ଝlଡlବlନ୍ତି, ଡେଙ୍ଗୁ ଓ ମେଲେରିଆର  ପ୍ରାଦୁର୍ଭାବ ହେବl ସମ୍ଭବନା ଅଧିକ ଆଶଙ୍କl କରି ଜିଲ୍ଲାପାଳ ସମୀକ୍ଷା କରିଥିଲେ l ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର, ପ୍ରକଳ୍ପ ପ୍ରଶାସକ ସାମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ଼ ଶ୍ରୀ ଚନ୍ଦ୍ର କାନ୍ତ ମାଝୀ, ସିଡିଏମଓ ଡାକ୍ତର ଵି ସୁଜ୍ଞାନୀ ଦେବୀ , ଏଡିଏମଓ ଡା.ମମତା ସାହୁ, ଡା.ମମତା ଚୌଧୁରୀ, ଏଡି ଏମଓ ଡା ସୁବୁଦ୍ଧି,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ମିନତି ଦେଓ, ଜିଲ୍ଲା ଶିକ୍ଷା ଅଧିକାରୀ ରାମ ନାହାକ, ଏଡିଡବ୍ଲୁଓ,  ରାୟଗଡ଼ ପୌର ନିର୍ବାହୀ ଅଧିକାରୀ କୁଲଦୀପ କୁମାର, ଖାଦ୍ୟ ନିରୀକ୍ଷଣ ଅଧିକାରୀ, ଆୱାସି ମାଧ୍ୟମରେ ଯୋଗଦେଉଥିବା ସମସ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇଥିଲେ l ଚଳିତ ବର୍ଷlରେ ନାଳ ନର୍ଦମା ଗୁଡିକ ଶତପ୍ରତିଶତ ବିଷଧନ ଓ ସଫା ସୁତୁରା ରଖିବାକୁ ବିଡିଓ ଓ ପୌର ନିର୍ବାହୀ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l ପ୍ରତ୍ୟେକ ଏଏନଏମ ଓ ଅଙ୍ଗନବାଡି କେନ୍ଦ୍ରରେ, ଆଶା ମାନଙ୍କ ପାଖରେ ଯଥେଷ୍ଟ ପରିମାଣ ଓଆରେସ  ଓ ଔଷଧ  ମହଜୁଦ ରଖିବା, ଜଳ ନମୁନା ସଂଗ୍ରହ କରି ତାହାର  ପରୀକ୍ଷା କରି ବିଷଧନ  କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l ଗାଁ କଲ୍ୟାଣ ପାଣ୍ଠି ବିନିଯୋଗରେ ଗାଁକୁ ସଫା ସୁତୁରା କରିବାକୁ କହିଥିଲେ l ଔଷଧଯୁକ୍ତ ମଶାରୀ ବ୍ୟବହାର  ଘରକୁ ଘର ଯାଇ ଲୋକଙ୍କୁ ସଚେତନତା କରିବl ପାଇଁ ଆଶା ଅଙ୍ଗନବାଡି କର୍ମୀ ମlନେ ସଚେତନତା କରିବେ l 

ଝାଡା ବାନ୍ତି ଓ ମେଲେରିଆ ଆକ୍ରାନ୍ତ ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ଜିଲ୍ଲାପାଳ କହିଥିଲେ l ସେହିପରି ବିଦ୍ୟାଳୟ ଅନ୍ତେବାସୀ ମାନେ ମଶାରୀ ସମସ୍ତେ ବ୍ୟବହାର କରିବେ ସେଥିପାଇଁ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସୁନିଶ୍ଚିତ କରିବେ l 

ହଷ୍ଟେଲ ରେ ରହୁଥିବା ଛୁଆ ଯେପରି ଆକ୍ରାନ୍ତ ନ ହୁଅନ୍ତି ସେଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀ, ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କୁ ସତର୍କ ରହିବାକୁ କହିଥିଲେ l ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ମାନେ ଗାଁ କଲ୍ୟାଣ ସମିତି ପାଣ୍ଠି ବ୍ୟବହାର କରି ସଚେତନତା କରିବେ l

 ବିଦ୍ୟାଳୟ ଖୋଲିଲେ ଛାତ୍ର ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ  ନିର୍ଦେଶ ଦେବାକୁ କହିଥିଲେ l ଡେଙ୍ଗୁ, ଡାଇରିଆ ଓ ମ୍ୟାଲେରିଆ ସଠିକ ପରିଚାଳନା କାର୍ଯ୍ୟକ୍ରମକୁ ତଦାରଖ କରିବାକୁ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଦାୟିତ୍ୱ ଦେଇଛନ୍ତି l ଅତିରକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ନୟକଙ୍କୁ ମୁନିଗୁଡା ଓ ଚନ୍ଦ୍ରପୁର ବ୍ଲକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁରଙ୍କୁ ରାୟଗଡ଼ ଓ ବିସଷମକ କଟକ ବ୍ଲକ,ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁଙ୍କୁ ଗୁଣପୁର ଓ ରାମନାଗୁଡ଼ା ବ୍ଲକ,ଗୁଣୁପୁର ଉପଜିଲ୍ଲାପାଳ ସୁଶ୍ରୀ କିରେନ୍ଦୀପ କୌର ସହତେଙ୍କୁ ଗୁଡ଼ାରୀ ଓ ପଦ୍ମପୁର ବ୍ଲକ, ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ କୁମାର ଜେନାଙ୍କୁ କାଶୀପୁର ବ୍ଲକ, ପ୍ରକଳ୍ପ ପ୍ରଶାସକ ସାମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ରାୟଗଡ଼ଙ୍କୁ କଲାନାରା ଓ କଲ୍ୟାଣସିଂ ପୁର ବ୍ଲକ ଦାୟିତ୍ୱ ଦିଆଯାଇଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS