BREAKING
Loading...
:

ବାଙ୍କୀରେ ଗୁରୁଦକ୍ଷିଣା ଉତ୍ସବ ପାଳିତ

 ବାଙ୍କୀରେ ଗୁରୁଦକ୍ଷିଣା ଉତ୍ସବ ପାଳିତ 



ବାଙ୍କୀ,୧୦ା୭(ମାନସ ରଞ୍ଜନ ସାହୁ): ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ ବାଙ୍କୀର ମା’ଚର୍ଚ୍ଚିକା ପ୍ରଭାତ ଶାଖା ତରଫରୁ କଚେରୀ ପଡିଆ ଠାରେ ଗୁରୁପୂର୍ଣ୍ଣିମା ଗୁରୁଦକ୍ଷିଣା ଉତ୍ସବ ପାଳିତ ହୋଇଯାଇଛି । ଶାଖାର ବରିଷ୍ଠ ସଦସ୍ୟ ଭିକାରୀ ଚରଣ ମିଶ୍ର ଗୌରୀକ ଧ୍ୱଜ ଉତ୍ତୋଳନ କରିଥିଲେ । ଶାଖାର ମୁଖ୍ୟ ପ୍ରଶିକ୍ଷକ ଯୋଗଗୁରୁ ପ୍ରସନ୍ନ କୁମାର ପଣ୍ଡା ପ୍ରାରମ୍ଭିକ ସ ୂଚନା ପ୍ରଦାନ କରି କାର୍ଯ୍ୟକ୍ରମ ସଂପର୍କରେ କହିଥିଲେ । ସଂଘର ବରିଷ୍ଠ ଅଧିକାରୀ ପ୍ରଭାତ କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହ ଗୁରୁପୂର୍ଣ୍ଣିମାର ଅନୁଚିନ୍ତା ଏବଂ ଗୁରୁ ଦକ୍ଷିଣାର ମହତ ସଂପର୍କରେ ଆଲୋଚନା କରି ମାର୍ମିକ ବୌଦ୍ଧିକ ପ୍ରଦାନ କରିଥିଲେ । ସ୍ୱୟଂସେବକ ପ୍ରଫୁଲ କୁମାର ସାହୁ , ପ୍ରଭାତ କୁମାର ବସନ୍ତରା ସଂଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମରେ ସ୍ୱୟଂସେବକ ସମରେନ୍ଦ୍ର ମହାପାତ୍ର, ବିଜୟ କୁମାର  ସାହୁ, ସୋମନାଥ ସାହୁ, ଅମୀନ ଗଣ୍ଠିଆ, ଅକ୍ଷୟ କୁମାର ମହାପାତ୍ର, ବିଜୟ କୁମାର ବାରିକ, ଉତ୍କଳମଣି ମନ୍ତ୍ରୀ, ରଘୁନାଥ ପୃଷ୍ଟି, ସଂଗ୍ରାମ ବିଭୂତି ରାୟ, ସର୍ବେଶ୍ୱର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରିତମ ଭାଇ ଓ ସୂର୍ଯ୍ୟନାରାୟଣ ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ସଫଳତା ପାଇଁ ରମାକାନ୍ତ ଭଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS