BREAKING
Loading...
:

ପ୍ରକୃତିବନ୍ଧୁ ଅସ୍ତିତ୍ୱ ପକ୍ଷରୁ “ବୃକ୍ଷ ମାନବ” ସମ୍ମାନ ପ୍ରଦାନ

 ପ୍ରକୃତିବନ୍ଧୁ ଅସ୍ତିତ୍ୱ ପକ୍ଷରୁ “ବୃକ୍ଷ ମାନବ” ସମ୍ମାନ ପ୍ରଦାନ 



ବାଙ୍କୀ,୧୦ା୭ (ମାନସ ରଞ୍ଜନ ସାହୁ) ଆଜି ସାମାଜିକ ଅନୁଷ୍ଠାନ ଅସ୍ତିତ୍ୱ ପକ୍ଷରୁ ବାଙ୍କୀ ବଜାରରେ ପଥଚାରୀ ମାନଙ୍କୁ ନିଜ ନିଜ ଗୃହ ଓ ଖାଲିସ୍ଥାନରେ ବୃକ୍ଷରୋପଣ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମକୁ ସମ୍ପାଦକ ଗୌତମ ମିଶ୍ର ଶୁଭାରମ୍ଭ କରିଥିଲେ । ବହୁପଥଚାରୀଙ୍କୁ ଆମ୍ବ, ଅର୍ଜୁନ, ଜାମୁ ଚାରା ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରକୃତିବନ୍ଧୁ ଦୀପକ କୁମାର ସାମନ୍ତରାଙ୍କୁ ଆମ୍ବବୃକ୍ଷ ପ୍ରଦାନ କରି ବୃକ୍ଷ ମାନବ ସମ୍ମାନ ପ୍ରଦାନ କରାଯାଇଥିଲା । ସମାଜସେବୀ ଅମିତ୍ କୁମାର ସାହୁ , ଦେବୀ ପ୍ରସନ୍ନ ପଣ୍ଡା, ଉଲ୍ଲାସ ବେହେରା, ନକୁଳ ସାହୁ, ଶ୍ରୀକୃଷ୍ଣ ତ୍ରିପାଠୀ ପ୍ରମୁଖ ଏହି ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS