BREAKING
Loading...
:

ସମ୍ବଲପୁରରେ 'ଯୋଗ ପରିବାର' ପକ୍ଷରୁ ଯୋଗ ସଚେତନତା ଶିବିର ଅନୁଷ୍ଠିତ

 ସମ୍ବଲପୁରରେ 'ଯୋଗ ପରିବାର' ପକ୍ଷରୁ ଯୋଗ ସଚେତନତା ଶିବିର ଅନୁଷ୍ଠିତ 



ସମ୍ବଲପୁର (ମଣିଭଦ୍ରା ଖବର) 


ସମ୍ବଲପୁର ସ୍ଥିତ 'ଯୋଗ ପରିବାର' ପକ୍ଷରୁ  ଯୋଗ ସଚେତନତା ଶିବିର ସହ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସୁଧୀର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସମ୍ବଲପୁର ଜିଲ୍ଲା ପୂର୍ତ୍ତ ବିଭାଗ ଯନ୍ତ୍ରୀ ଶଶୀକାନ୍ତ ଜେନା, ସମ୍ମାନିତ ଅତିଥି  ଜଗଦୀଶ ତ୍ରିପାଠୀ, ସମ୍ମାନିତ ଅତିଥି ଯୋଗ ଗୁରୁ ଟିକେଲାଲ ଭୋଇ, ମୁଖ୍ୟ ବକ୍ତା ହରିହର ମିଶ୍ର ଓ ଯୋଗ ପରିବାରର ସଂଯୋଜକ ଭବାନୀଶ ଭୋଇ   ମଂଚାସୀନ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ ସହ କାର୍ଯ୍ୟକ୍ରମକୁ ବିଚିତ୍ରାନନ୍ଦ ଆଚାର୍ଯ୍ୟ ଓ ସଂଗୀତା ମହାପାତ୍ର ପରିଚାଳନା କରିଥିଲେ। ଏହି ଅବସରରେ ଯୋଗ ପରିବାରର ସଦସ୍ୟ ବିରଞ୍ଚି ନାୟକ, ରାକ୍ଷୀ ମିଶ୍ର ଓ ନଳିନୀ ଆଚାର୍ଯ୍ୟ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକାନ ଦେଇ ସମ୍ମାନିତ କରିଥିଲେ। ସୁଷମା ପ୍ରଧାନଙ୍କ ସ୍ୱାଗତ ସମ୍ଭାଷଣ ସହ ସମ୍ବଲପୁରୀ କବିତା  "ସମ୍ୱଲପୁରର କଥା " ପାଠ ଅତି ଉଚ୍ଚ କୋଟିର ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀଜେନା କହିଥିଲେ ଯେ ପରିବାର ଛାଡି ସୁଦୂର ବାରିପଦାରୁ ସମ୍ବଲପୁର ଆସିଲା ପରେ ନିଜର କର୍ମମୟ ଜୀବନରେ ସେ ଏକାକୀ ଅନୁଭବ କରୁଥିଲେ, ଯଦ୍ୱାରା ତାଙ୍କର କର୍ମମୟ ଜୀବନରେ ସଦା ଅଶାନ୍ତି ଓ ଅସୁସ୍ଥ ଅନୁଭବ କରୁଥିଲେ, କିନ୍ତୁ ନିୟମିତ ଯୋଗାଭ୍ୟାସ ଦ୍ୱାରା ସେ ନିଜକୁ ସୁସ୍ଥ ଓ ମାନସିକ ଶାନ୍ତି କିପରି ପ୍ରାପ୍ତ ହେଲେ, ସେହି ଅନୁଭବ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଶ୍ରୀତ୍ରିପାଠୀ ମହୋଦୟ ଯୋଗ ପରିବାରର ବିଭିନ୍ନ କାର୍ଯ୍ୟକ୍ରମକୁ ଉଲ୍ଲେଖ କରି ଭୁୟସୀ ପ୍ରଶଂସା କରିଥିଲେ। ଯୋଗ ଗୁରୁ ଶ୍ରୀଭୋଇ କହିଥିଲେ ଯେ ନିୟମିତ ଯୋଗ ସାଧନା ଦ୍ୱାରା ମଣିଷର ଦୈନନ୍ଦିନ ଜୀବନରେ ନିଜ ମନ, ଶରୀର, ଆଚାର, ବିଚାର ଉପରେ ଅନୁକୂଳ ପ୍ରଭାବ ପଡିବା ସହ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ସୃଷ୍ଟି ହୋଇଥାଏ ବୋଲି ଉଲେଖ କରିଥିଲେ। ମୁଖ୍ୟବକ୍ତା ଶ୍ରୀମିଶ୍ର ଶ୍ରୀଜଗନ୍ନାଥଙ୍କ ଶ୍ଳୋକାବୃତ୍ତି ସହ ଯୋଗର ଉପକାରିତା ଉପରେ ବିବୃତ୍ତି ପ୍ରଦାନ କରିଥିଲେ। ସଂଯୋଜକ ଭବାନୀଶ ଭୋଇ କହିଥିଲେ ଯେ ଏକ ସୁସ୍ଥ ସମାଜ ଗଠନରେ ଯୋଗର ପ୍ରମୁଖ ଭୂମିକା ରହିଅଛି, ତେଣୁ ନିୟମିତ ଯୋଗଭ୍ୟାସ ଜରୁରୀ ଅଟେ। ଶେଷରେ ଉଦୀପ୍ତ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅର୍ପିତା ମିଶ୍ର ଓ ସୁଧୀର ମିଶ୍ର ସଂଗୀତ ପରିବେଷଣ କରିଥିଲେ। 'ଯୋଗ ପରିବାର'ର ବରିଷ୍ଠ ସଦସ୍ୟ  ଅଶୋକ ସାହୁ ଓ ଯୁବ ସଦସ୍ୟ  କ୍ଷିତୀଶ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରୀତିଭୋଜନ ର ବ୍ୟବସ୍ଥା କରାଯାଇଥିଲା।ଏଥିରେ ଯୋଗ ପରିବାରର  ପ୍ରଦୀପ୍ତ କିଶୋର ସୁଶାରୀ, ସ୍ୱରୂପ ପାତ୍ର, ଅଶୋକ ମହାନ୍ତି, ଉଗ୍ରସେନ ପୋଢ଼, ବିଜୟ ବର୍ମା, ବିକାଶ ତ୍ରିପାଠୀ,  କିଶୋର ଧରେଇ, ନିହାର ରଞ୍ଜନ ବିଶ୍ୱାଳ, ମନୋଜ ପଣ୍ଡା, ଗୋପାଳ ପାଢ଼ୀ, ଭାସ୍କର ବାଗ,  ନରେନ୍ଦ୍ର ପଟେଲ, ପ୍ରତିଭା ଦାସ, କିରଣବାଳା ଆଚାର୍ଯ୍ୟ,  ପରିଣିତା ବର୍ମା ଓ ସୁଭଦ୍ରା ସାହୁ ପ୍ରମୁଖ ଯୋଗଦାନ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS