BREAKING
Loading...
:

_ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମାହୁତି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ସମସ୍ତ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ ଦାବିରେ ଏ ଆଇ ଡି ଏସ୍ ଓ ର ବିକ୍ଷୋଭ_*

 *_ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମାହୁତି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ସମସ୍ତ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ ଦାବିରେ ଏ ଆଇ ଡି ଏସ୍ ଓ ର ବିକ୍ଷୋଭ_* 




ବ୍ରହ୍ମପୁର,  ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମାହୁତି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ସମସ୍ତ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ ଦାବିରେ କମାପଲ୍ଲୀ ଛକ ଠାରେ ଏ ଆଇ ଡି ଏସ୍ ଓ ଗଂଜାମ ଜିଲ୍ଲା କମିଟି ପକ୍ଷରୁ ବିକ୍ଷୋଭ ଅନୁଷ୍ଠିତ ହେବା ସହ ଆରକ୍ଷୀ ଅଧୀକ୍ଷକ, ବ୍ରହ୍ମପୁରଙ୍କ ଜରିଆରେ ଏକ ଦାବିପତ୍ର ପୋଲିସ ମହାନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଛି। ସୁଚନା ଥାଉକି, ଗତ ଶନିବାର ବାଲେଶ୍ୱର ଫକୀର ମୋହନ କଲେଜରେ ଶିକ୍ଷା ବିଭାଗର ଜନୈକ ଛାତ୍ରୀ ଯେଭଳି ଭାବରେ କଲେଜ କର୍ତ୍ତୃପକ୍ଷ ବିଶେଷ କରି ବିଭାଗୀୟ ମୁଖ୍ୟଙ୍କ ଦ୍ଵାରା ବିଭିନ୍ନ ଭାବେ ନିର୍ଯ୍ୟାତିତ ହେବା ପରେ ମଧ୍ୟ ଅଭିଯୋଗକୁ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ପ୍ରଶାସନ ଗୁରୁତ୍ଵ ନଦେବାରୁ ଆତ୍ମାହୁତି ଉଦ୍ୟମ କରିବା ଘଟଣା ଶୁଭବୁଦ୍ଧି ସମ୍ପନ୍ନ ଜନଗଣଙ୍କ ହୃଦୟତନ୍ତ୍ରୀକୁ ଦୋହଲାଇ ଦେଇଛି। ଏହି ଘଟଣାରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସମ୍ପୃକ୍ତ ଦୋଷୀ ମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଏବଂ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ସହ ମଦ ମାଦକ ଦ୍ରବ୍ୟ ଓ ଅଶ୍ଳିଲତା ନଗ୍ନତାର ପ୍ରଚାର ପ୍ରସାର ବନ୍ଦ କରିବା ଦାବି କରାଯାଇଛି।

         ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଏ ଆଇ ଡି ଏସ୍ ଓ ଗଂଜାମ ଜିଲ୍ଲା ସଭାପତି ନିମାଇଁ ଚରଣ ସାହୁ,ଜିଲ୍ଲା ସମ୍ପାଦକ ନାରାୟଣ ସାହୁ, ଉପସଭାପତି ପପୁନ ସାହୁଙ୍କ ସହ କିସାନ କୁମାର ସାହୁ, ଶୁଭସ୍ମିତା ପାଣିଗ୍ରାହୀ, ବାମିଆ ଉଗ୍ରାସାଣ୍ଡି ଆଦି ଉପସ୍ଥିତ ଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS