BREAKING
Loading...
:

ଜିଲ୍ଲାପାଳଙ୍କ ପ୍ରତିଶୃତି ପାଣିର ଗାର

 *ଜିଲ୍ଲାପାଳଙ୍କ ପ୍ରତିଶୃତି ପାଣିର ଗାର*


ଗଜପତି (ମନୋଜ ପାଢୀ)1୫/07/2025 ଗଜପତି ଜିଲ୍ଲାର ଦୁର୍ଗମ ଅଂଚଳର ଲୋକମାନଙ୍କୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅହରହ ଉଦ୍ୟମ କରି କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପକ୍କାଘର ଯୋଗାଇ ଆସୁଥିବା ବେଳେ ବାସ୍ତବରେ ଗରିବ ଲୋକଙ୍କ ପାଖରେ ଏହି ଲୋକାଭିମୁଖୀ ଯୋଜନା କେତେ ପହଞ୍ଚି ପାରୁଛି? କାରଣ ଆଜିବି ମନେ ପଡ଼ିଯାଏ ସେହି ଆର -ଉଦୟଗିରି ବ୍ଲକ ବସ୍ତ୍ରୀଗୁଡା ପଞ୍ଚାୟତର ଆବାସଯୋଜନା ମହାଦୁର୍ନୀତିର କଥା l ସେତେବେଳେ ଏହି ଘଟଣା ଜିଲ୍ଲାର କୋଣ ଅନୁକୋଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା l ଏହି ପଞ୍ଚାୟତର ସୁରେଇଖମାର ଗାଁର 35ବର୍ଷୀୟା ଜୟନ୍ତୀ ରଇତ ପକ୍କାଘର ଖଣ୍ଡେ ନିର୍ମାଣ କରିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଆବେଦନ କରିଥିଲେ l କିନ୍ତୁ ଦାରିଦ୍ରୀୟ ସୀମାରେଖା ତଳେ ଥିବା ଜୟନ୍ତୀ ରଇତ ଆବେଦନର କିଛି ଦିନ ପରେ ସେ ଓ ସ୍ୱାମୀ ଆୟୁବ ରଇତ ନିଜ ପିଲାଛୁଆଙ୍କୁ ଧରି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଇଥିଲେ l ବାହାରକୁ ଯିବାର କିଛି ଦିନପରେ ବସ୍ତ୍ରୀଗୁଡା ପଂଚାୟତର ସରପଞ୍ଚ ରିତାନି ମଣ୍ଡଳ ବାହାରେ ଥିବା ଜୟନ୍ତୀ ରଇତକୁ ଫୋନ ମାଧ୍ୟମରେ କହିଲେ ଯେ, ତମ ବ୍ୟାଙ୍କ ଆକାଉଣ୍ଟ କୁ ଭୁଲବଶତଃ 40,000/- ଟଙ୍କା ଚାଲିଯାଇଛି ଶୀଘ୍ର ଆସି ବ୍ୟାଙ୍କରୁ ଉଠେଇକି ସମସ୍ତ ଟଙ୍କା ଦେଇ ଦିଅ ବୋଲି କହିଲେ l ତେବେ ସେହି ସରଳ ନିରୀହ ଜୟନ୍ତୀ ରଇତ ଗାଁକୁ ଆସି ବ୍ୟାଙ୍କରୁ ସମସ୍ତ ଟଙ୍କା ଉଠାଇ ସରପଞ୍ଚ ଦେଇଦେଲେ l ଦେବାପରେ ପୁଣି ବାହାରକୁ ଚାଲିଗଲେ l ପୁଣିକିଛିଦିନର ବ୍ୟବଧାନ ପରେ  ସରପଞ୍ଚଙ୍କ ସ୍ୱାମୀ ଫୋନ କରିକହିଲେ ଯେ ପୁଣି ତମ ବ୍ୟାଙ୍କ ଆକାଉଣ୍ଟକୁ ଭୁଲବଶତଃ 65000/- ଟଙ୍କା ଚାଲିଯାଇଛି l ତେବେ ସରପଞ୍ଚଙ୍କ ସ୍ୱାମୀର ବାରମ୍ବାର ଫୋନ ପରେ ପୁଣି ଗାଁକୁ ଆସି ସମସ୍ତ ଟଙ୍କା ଉଠାଇ ତାଙ୍କୁ ଦେଇଦେଲେ l ତେବେ ଦୁଇ କିସ୍ତିରେ ମୋଟ 105000/- ଟଙ୍କା ଉଠେଇ ଦେଇଛନ୍ତି l ବାରମ୍ବାର ଏଭଳି ଭୁଲବଶତଃ ଟଙ୍କା ଆସିବା ହେତୁ ଜୟନ୍ତିଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରୁ ଜନସେବା କେନ୍ଦ୍ରରେ ଯାଇ ଜାଣିବାକୁ ପାଇଲେ ଯେ ତାଙ୍କରି ନାମରେ ଆବାସ ଯୋଜନା ଆସି ଅଛି ଏବଂ  ଜୁନ 2023 ବର୍ଷ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କାର୍ଯ୍ୟାଦେଶ ମିଳିଥିଲା l କିନ୍ତୁ ସରପଞ୍ଚ ସେହି କାର୍ଯ୍ୟାଦେଶକୁ ଲୁଚାଇ ଘରର ମିଥ୍ୟାବିଲ କରି ସମସ୍ତ ଟଙ୍କା ଖାଇଦେଇଛନ୍ତି l ଏସବୁ ଜାଣିବାପରେ ଜୟନ୍ତୀ ସମସ୍ତ ଟଙ୍କାକୁ ସରପଞ୍ଚକୁ ମାଗିବାପରେ ସରପଞ୍ଚ ତାଙ୍କୁ ଗାଳିଗୁଲଜ କରିବାସହ ଜୀବନରୁ ମାରିଦେବାପାଇଁ ଧମକ ଦେଇ ଥିଲେ l ତେବେ ଜୟନ୍ତୀ ନ୍ୟାୟ ଆଶାରେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଅଭିଯୋଗ କଲେ ମଧ୍ୟ ନ୍ୟାୟ ପାଇପାରିଲେ ନାହିଁ l ଶେଷରେ ବାଧ୍ୟ ହୋଇ ଗତବର୍ଷ ନଭେମ୍ବର 28 ତାରିଖଦିନ ଆର -ଉଦୟଗିରି ଥାନାରେ ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କ ବିରୋଧରେ ଏତଲା ଦେଲେ l ତେବେ ପୋଲିସ ସରପଞ୍ଚଙ୍କୁ ସମସ୍ତ ଟଙ୍କା ଫେରେଇଦେବା ପାଇଁ କହିଥିଲେ କିନ୍ତୁ ସରପଞ୍ଚ କିଛି ବି ଟଙ୍କା ଜୟନ୍ତୀକୁ ଫେରେଇଲେ ନାହିଁ lଏହି ଖବର ଯେତେବେଳେ ବାରମ୍ବାର ଗଣମାଧ୍ୟମର ଖବରକାଗଜ ଓ ଟିଭି ଚ୍ୟାନେଲରେ  ପ୍ରକାଶ ପାଇବା ପରେଏହି ବର୍ଷ ଜାନୁୟାରୀ 29 ତାରିଖ ଦିନ ଏତଲା ଆଧାରରେ ଆର -ଉଦୟଗିରି ପୋଲିସ ସରପଞ୍ଚ ରିତାନି ମଣ୍ଡଳ ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପରେ କିଛିଦିନପରେ ବେଲ ରେ ବାହାରକୁ ବାହାରିଥିଲେ l କିନ୍ତୁ ଏଠି ପ୍ରଶ୍ନବାଚୀ ସୃଷ୍ଟି ହେଉଛି କୌଣସି କାମନହୋଇ ଆବାସଯୋଜନାର ଟଙ୍କା କିଭଳି ବିଲ୍ ହୋଇ ଜୟନ୍ତୀଙ୍କ ଏକାଉଣ୍ଟକୁ ଗଲା, କିଭଳି ଭାବେ ଜିଓ ଟେକ କରାଯାଉଥିଲା, ଏଥିରେ ଆଉ କିଏ କିଏ ସରକାରୀ ବାବୁ ମାନେ ସମ୍ପୃକ୍ତି ଅଛନ୍ତି ତାହା ପ୍ରାଞ୍ଜ୍ୱାଲ ଭାବେ ବାରି ହେଉଥିଲେ ମଧ୍ୟ ଅନ୍ୟମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନାହିଁ  l ଯଦି ମିଥ୍ୟାବିଲ ହୋଇଛି ଦୁର୍ନୀତିର ଗନ୍ଧ ବ୍ଲକ ପର୍ଯ୍ୟନ୍ତ ଚେର ଲମ୍ବିନୀଛି । ତେବେ ଦୁଃଖ ଓ ପରିତାପର ବିଷୟ ଏହିକି ଯେ ଏହି ଘଟଣାରେ କୌଣସିବି ସରକାରୀ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା l ଏନେଇ ଯେତେବେଳେ ଏହି ବର୍ଷ ଫେବୃୟାରୀ 25 ତାରିଖ ଦିନ ଆର -ଉଦୟଗିରି ବ୍ଲକ ପୁରୁଣାପାଣି ପଞ୍ଚାୟତରେ ହୋଇଥିବା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଗଣମାଧ୍ୟମର ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଥିଲେ ଯେ, " ଆବାସ ଯୋଜନା ଦୁର୍ନୀତିକୁ ନେଇ ଆଦିବାସୀ ସରପଞ୍ଚ ଓ ତାଙ୍କ ସ୍ତ୍ରୀଙ୍କୁ ଗିରଫ କରାଯାଇଛି କିନ୍ତୁ ଦୁର୍ନୀତିରେ ସମ୍ପୃକ୍ତ ସରକାରୀ ବାବୁମାନଙ୍କର ଉପରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ? ଜିଲ୍ଲାପାଳକହିଲେ, "ଏକ ମାସ ଭିତରେ ଘଟଣାର ତଦନ୍ତ କରି ଘଟଣାର ସମ୍ପୃକ୍ତ ସମସ୍ତ ଅଧିକାରୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ l କିନ୍ତୁ ଦେଖୁଦେଖୁ ପ୍ରତିଶୃତି ଦେବାର ଛଅମାସ ବିତିଯାଇଥିଲେ ବି ଜିଲ୍ଲାପାଳଙ୍କ ପ୍ରତିଶୃତି ପାଣିର ଗାର ଭଳି ମନେ ହେଉଛି l ତେବେ ଜିଲ୍ଲାପାଳ  ଯଦି ମିଥ୍ୟାପ୍ରତିଶୃତି  ଦିଅନ୍ତି ତାହାହେଲେ ସାଧାରଣ ଲୋକେ କାହାକୁ ବିଶ୍ୱାସ କରିବେ? ଏଠି ଜିଲ୍ଲାପାଳ ନିଜ ସରକାରୀ ବାବୁ ମାନଙ୍କୁ ଘଣ୍ଟ ଘୋଡାଇ ନାହାନ୍ତି ତ ନା ଦୁର୍ନୀତିଗ୍ରସ୍ତ ବାବୁ ମାନଙ୍କ ଉପରେ କୋଉ ବଡ ନେତା ଓ ମନ୍ତ୍ରୀଙ୍କ ଛତ୍ର ଚାୟା ନାହିଁ ତ। ଯୋଉଥି ଲାଗି ଖୋଦ୍ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେବାକୁ ଭୟ କରୁଛନ୍ତି ।

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS