BREAKING
Loading...
:

ବେଆଇନ ବାଲି ବୋଝେଇ ଦୁଇ ହାଇୱା ଜବତ ଚାଳକ ଅଟକ

 ବେଆଇନ ବାଲି ବୋଝେଇ ଦୁଇ ହାଇୱା ଜବତ ଚାଳକ ଅଟକ 




 ବାଲି ମାଫିଆମାନଙ୍କୁ ଆଉ ଏଥର ନାହିଁ ତ୍ରାହି । ଗୁଡ଼ାଇ ଗୁଡ଼ାଇ ଧରୁଛି ପୋଲିସ । ପୁଣି କିଛିଦିନର ବ୍ୟବଧାନରେ ଜବତ ହେଲା ପୁଣି ଦୁଇଟି ବେଆଇନ ବାଲି ବୋଝେଇ ହାଇୱା । ଯାହାକୁନେଇ ଏବେ ବାଲି ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଉଛି। କିଛିଦିନ ପୂର୍ବରୁ ତିନୋଟି ବେଆଇନ ବାଲି ବୋଝେଇ ହାଇୱା ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକ ଜବତ କରିଥିବା ବେଳେ ପୁଣି ଦୁଇଟି ବେଆଇନ ବାଲି ବୋଝେଇ ହାଇୱାକୁ ଗୁଡାଇ ଗୁଡ଼ାଇ ଧରିଛନ୍ତି ଏସ ଡି ପି ଓ ଶ୍ରୀ ନାଏକ।

ସୂଚନାରୁ ପ୍ରକାଶ କି  ୨୨୦ନମ୍ବର ଜାତୀୟ ରାଜପଥ ତାଟୋ ଓ ମହାବୀର ବାଇପାସ ଛକ ନିକଟରୁ ପାଞ୍ଚପୀଢ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକ ଓ ତାଙ୍କ ପୋଲିସ ଦଳ ଦ୍ୱାରା ଆନନ୍ଦପୁର ବୈତରଣୀ ନଦୀରୁ ବେଆଇନ ବାଲି ଚୋରା ଚାଲାଣ ହେଉଥିବା ଖବର ଜାଣିବା ପରେ ଜଗିରହି ୨ ଟି ବାଲି ବୋଝେଇ ହାଇୱା ଜବତ କରିବାରେ ସଫଳ ହୋଇଛନ୍ତି । ତାଟୋ ନିକଟରୁ ଜବତ ହୋଇଥିବା ହାଇୱା ନମ୍ବର ଓଡି-୨୨ଡବ୍ଲୁ- ୦୯୩୭ ଏଵଂ ମହାବୀର ବାଇପାସ ଛକ ଠାରେ ଜବତ ହୋଇଥିବା ହାଇୱା ନମ୍ବର ହେଲା ଓଡି- ୧୬ଏ- ୦୪୯୦। ତେବେ ଏହି ହାଇୱା ଗୁଡିକୁ  କରଞ୍ଜିଆ ପୋଲିସ ଥାନା ପରିସରକୁ ପଠାଇଥିବା ସୂଚନା ଦେଇଛନ୍ତି ଶ୍ରୀ ନାଏକ। ତେବେ ବର୍ତ୍ତମାନ ବର୍ଷାଦିନ ଥିବାରୁ ବାଲି ମାଫିଆମାନେ ସକ୍ରିୟ ହୋଇ ଅତ୍ୟଧିକ ଚଢ଼ା ଦରରେ ବାଲି ବିକ୍ରି କରି ମୁନାଫା କମାଇବାକୁ ଉଦ୍ୟମ କରୁଥିବା ଯୋଗୁଁ ଲୋକମାନେ ଚଢ଼ା ଦରରେ ବାଲି କିଣି ହନ୍ତସନ୍ତ ହେଉଛନ୍ତି। ତେବେ ପାଞ୍ଚପୀଢ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ନାଏକ କିଛି ଦିନ ମଧ୍ୟରେ ୫ ଟି ବେଆଇନ ବାଲି ବୋଝେଇ ହାଇୱା ଜବତ କରିବା ଦ୍ୱାରା ବାଲି ମାଫିଆଙ୍କ ମଧ୍ୟରେ କକୁଆ ଭୟ ସୃଷ୍ଟି ହୋଇଥିବା ଜଣାପଡିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS